ଓଡିଶା

odisha

ETV Bharat / bharat

ରିକ୍ସା ଚାଳକଙ୍କ ନାଁରେ ୩ କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗ

ରିକ୍ସା ଚାଳକଙ୍କ ନାଁରେ ୩କୋଟି ଟଙ୍କାର ଠକେଇ ଅଭିଯୋଗ । ଟିକସ ଫାଙ୍କିଥିବା ନେଇ ରିକ୍ସାଚାଳକଙ୍କ ଘରେ ପହଞ୍ଚିଲା ଆୟକର ବିଭାଗ । ଅଧିକ ପଢନ୍ତୁ...

ରିକ୍ସା ଚାଳକଙ୍କ ନାଁରେ ୩କୋଟି ଟଙ୍କାର ଠକେଇ ଅଭିଯୋଗ
ରିକ୍ସା ଚାଳକଙ୍କ ନାଁରେ ୩କୋଟି ଟଙ୍କାର ଠକେଇ ଅଭିଯୋଗ

By

Published : Oct 25, 2021, 12:28 PM IST

ଲକ୍ଷ୍ନୌ:ରିକ୍ସା ଚାଳକଙ୍କ ନାଁରେ ୩କୋଟି ଟଙ୍କାର ଠକେଇ ଅଭିଯୋଗ । ୩କୋଟି ଟଙ୍କାର ଟିକସ ଫାଙ୍କିଥିବା ନେଇ ରିକ୍ସାଚାଳକଙ୍କ ଘରେ ପହଞ୍ଚିଲା ଆୟକର ବିଭାଗ । ଶେଷରେ ଥାନାର ଦ୍ବାରସ୍ଥ ହେଲେ ରିକ୍ସା ଚାଳକ । ଏଭଳି ଅଭିଯୋଗ ହୋଇଛି ମଥୁରା ଜିଲ୍ଲାର ବକଲପୁର ଗ୍ରାମରେ ରହୁଥିବା ରିକ୍ସା ଚାଳକ ପ୍ରତାପ ସିଂଙ୍କ ନାଁରେ ।

ଗତ ଅକ୍ଟୋବର ୧୯ରେ ଆୟକର ଅଧିକାରୀମାନେ ବାକଲପୁର ଗ୍ରାମରେ ରହୁଥିବା ପ୍ରତାପ ସିଂଙ୍କ ଘରେ ପହଞ୍ଚି ତାଙ୍କ ନାଁରେ ତିନି କୋଟି ଟିକସ ଛାଡ କରିଥିବା ଅଭିଯୋଗ କରିଥିଲେ। କିନ୍ତୁ ସେ ଏହାକୁ ଅସ୍ବୀକାର କରିବା ପରେ ମଧ୍ୟ ପ୍ରତାପ ସିଂଙ୍କ ଘରେ ଆୟକର ବିଭାଗ ପକ୍ଷରୁ ୩କୋଟି ଟଙ୍କାର ଟିକସ ଫାଙ୍କିଥିବାର ଏକ ନୋଟିସ ପହଞ୍ଚିଥିଲା । ଏନେଇ ରିକ୍ସା ଚାଳକ ଥାନାରେ ଅଭିଯୋଗ କରି ତଦନ୍ତ ପାଇଁ ଦାବି କରିଛନ୍ତି ।

ସୂଚନାଇନୁଯାୟୀ, ପ୍ରତାପ ସିଂ ଗତ ୨୦ ବର୍ଷ ହେବ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରନ୍ତି । ତେବେ ଗତ ୨୯ ତାରିଖ ଦିନ ଆୟକର ଅଧିକାରୀ ମାନେ ଯେତେବେଳେ ପହଞ୍ଚି ତାଙ୍କୁ ଟିକସ ଫାଙ୍କିଥିବା ଅଭିଯୋଗ କରିଥିଲେ ଏହା ଶୁଣି ପ୍ରତାପଙ୍କ ହୋସ ଉଡିଯାଇଥିଲା । ଏହାପରେ ଏକ ନୋଟିସ ପହଞ୍ଚିବାରୁ ଏନେଇ ତଦନ୍ତ କରିବାରୁ ସେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ମଧ୍ୟ ଏନେଇ ତଦନ୍ତ ଆରମ୍ଭ କରି ଆୟକର ବିଭାଗ ସହ ଆଲୋଚନା ଜାରି ରଖିଛନ୍ତି ।

ଏନେଇ ପ୍ରତାପ ସିଂ କହିଛନ୍ତି ଯେ ଗତ କିଛି ମାସ ଧରି ମୁଁ ପ୍ୟାନ କାର୍ଡ ପାଇଁ ଆବେଦନ କରିଥିଲି । କିଛିଦିନ ପରେ ପ୍ୟାନ୍ କାର୍ଡ ଆସିବା ପରେ ଅକ୍ଟୋବର 19 ରେ ଆୟକର ଅଧିକାରୀମାନେ ମୋ ଘରେ ପହଞ୍ଚି କହିଥିଲେ ମୁଁ 3 କୋଟି ଟଙ୍କା ଟିକସ ଫାଙ୍କିଛି । କିନ୍ତୁ ଏହା ଏକ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି ରିକ୍ସା ଚାଳକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details