ନୂଆଦିଲ୍ଲୀ:ଭାରତୀୟ ସେନା ସମ୍ପର୍କରେ ବିବାଦୀୟ ଟ୍ବିଟ କରି ଅଡୁଆରେ ବଲିଉଡ ଅଭିନେତ୍ରୀ ରିଡା ଚଡ୍ଡା (Richa Chadha on Indian Army) । ଗତକାଲି ଭାରତୀୟ ସେନାର ନର୍ଥନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ପ୍ରେସମିଟ କରି ପାକ ଅଧିକୃତ କାଶ୍ମୀର ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ପାକିସ୍ତାନ ଅଧିକୃତ କାଶ୍ମୀରକୁ ଭାରତକୁ ଫେରାଇ ଅଣାଯିବା ନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରାଯିବ । ଭାରତ ସରକାରଙ୍କ ଦ୍ବାରା ଏ ସମ୍ପର୍କିତ ଆଇନ ଲାଗୁ କରାଯିବାକୁ ସେନା ଅପେକ୍ଷା କରିଛି ବୋଲି ଜେନେରାଲ କହିଥିଲେ । ଜେନେରାଲ ଦ୍ବିବେଦୀଙ୍କ ଟ୍ବିଟରେ ବିବାଦୀୟ କ୍ୟାପସନ ଲେଖି ରିଟ୍ବିଟ କରିଥିଲେ ରିଚା । ସେ ସେନାର ପାକ ଅଧିକୃତ କାଶ୍ମୀର ଫେରାଇ ଆଣିବା ପ୍ରସଙ୍ଗକୁ ପରିହାସ କରି କାଶ୍ମୀର ‘‘Galwan says hi ’’ ବୋଲି କ୍ୟାପସନରେ ଲେଖିଥିଲେ । ତେବେ ସେନାକୁ ନେଇ ଏପରି କଟାକ୍ଷ ପରେ ସୋସିଆଲ ମିଡିଆରେ ରିଚାଙ୍କୁ ପ୍ରବଳ ଟ୍ରୋଲ କରାଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଏନେଇ ଏତଲା ଦେଇଥିବା ବେଳେ ରିଚାଙ୍କୁ ‘ଦେଶଦ୍ରୋହୀ’ ବୋଲି କହିଛନ୍ତି। ସେହିଭଳି ଅଭିନେତା ଅକ୍ଷୟ କୁମାର ମଧ୍ୟ ଏଥିରେ ଆହତ ଏବଂ ମର୍ମାହିତ ବୋଲି ଲେଖିଛନ୍ତି । ସେହପରି ଅନେକ ଅଭିନୋତା ଏବଂ ଅଭିନେତ୍ରୀ ରିଚାଙ୍କୁ ନିନ୍ଦା କରିଛନ୍ତି ।
ସେହିପରି ବିଜେପି ନେତା ମନଜିନ୍ଦର ସିଂ ସିରସା ରିଚାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଟ୍ବିଟ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ରିଚାଙ୍କ ପରି ଅଭିନେତ୍ରୀ ନିଜକୁ ଚର୍ଚ୍ଚାକୁ ଆଣିବା ପାଇଁ ଦେଶର ସେନାକୁ ନେଇ ଏପରି ବୟାନ ଉଦ୍ଦେଶ୍ୟମୂଳକ ଦେଉଛନ୍ତି । ରିଚା କଂଗ୍ରେସକୁ ସମର୍ଥନ କରନ୍ତି, ତେଣୁ ତାଙ୍କ ବିଚାରରେ ଦେଶ ବିରୋଧୀ ଝଲକ ଦେଖିବାକୁ ମିଳିଛି ବୋଲି ସିର୍ସା କହିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଟ୍ବିଟରେ ଉଲ୍ଲେଖ କରିଥିଲେ ।