ଓଡିଶା

odisha

ETV Bharat / bharat

MICE 2023: ମୁଖ୍ୟ ଆକର୍ଷଣ ସାଜିଲା ରାମୋଜୀ ଫିଲ୍ମସିଟି, ଷ୍ଟଲ ପରିଦର୍ଶନ କରୁଛନ୍ତି ବହୁ ପର୍ଯ୍ୟଟକ - ରାମୋଜୀ ଫିଲ୍ମ ସିଟି ବିଷୟରେ ପଚାରି ବୁଝିଲେ ପର୍ଯ୍ୟଟକ

ଦିଲ୍ଲୀରେ ଆୟୋଜିତ MICE 2023 କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଛି RFC ଷ୍ଟଲ। ରାମୋଜୀ ଫିଲ୍ମ ସିଟିରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ବିଷୟରେ ଜାଣିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସି ଷ୍ଟଲକୁ ପରିଦର୍ଶନ କରିଛନ୍ତି। ଅଧିକ ପଢନ୍ତୁ

RFC stall at MICE 2023
ମୁଖ୍ୟ ଆକର୍ଷଣ ସାଜିଲା ରାମୋଜୀ ଫିଲ୍ମସିଟି

By ETV Bharat Odisha Team

Published : Sep 30, 2023, 10:37 PM IST

ମୁଖ୍ୟ ଆକର୍ଷଣ ସାଜିଲା ରାମୋଜୀ ଫିଲ୍ମସିଟି

ନୂଆଦିଲ୍ଲୀ:ରାଜଧାନୀରେ ଚମକିଲା ରାମୋଜୀ ଫିଲ୍ମସିଟି। ଦିଲ୍ଲୀରେ ଆୟୋଜିତ MICE 2023 କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିଛି RFC ଷ୍ଟଲ। ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହି ଷ୍ଟଲ ପ୍ରତି ଆକର୍ଷିତ ହୋଇଥିବା ଦେଖିବାକୁ ମିଳିଛି। ଭାରତ ଓ ଋଷିଆ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଆୟୋଜିତ ହୋଇଛି 2 ଦିନିଆ କାର୍ଯ୍ୟକ୍ରମ। ଦିଲ୍ଲୀର କର୍କାର୍ଡୋମାଠାରେ ଆୟୋଜିତ MICE (Moscow City Tourism Committee) 2023 କାର୍ଯ୍ୟକ୍ରମକୁ ମସ୍କୋ ସିଟି ପର୍ଯ୍ୟଟନ କମିଟିର ସଭାପତି ଇଭେଗେନି କୋଜଲୋଭ ଉଦଘାଟନ କରିଥିଲେ।

ହାଇଦ୍ରାବାଦରେ ଅବସ୍ଥିତ ବିଶ୍ୱର ସର୍ବବୃହତ ଫିଲ୍ମ ସିଟି ଭାବେ ଖ୍ୟାତି ଅର୍ଜନ କରିଛି 'ରାମୋଜୀ ଫିଲ୍ମ ସିଟି'। ଏଠାରେ ବର୍ଷସାରା ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ବିଷୟରେ ଜାଣିବା ପାଇଁ ପର୍ଯ୍ୟଟକମାନେ ଷ୍ଟଲକୁ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆରଏଫସିର ପ୍ରତିନିଧିମାନେ ରାମୋଜୀ ଫିଲ୍ମ ସିଟି ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ । ଏଠାରେ ଚଳଚ୍ଚିତ୍ର ସୁଟିଂ, ବିବାହ, କର୍ପୋରେଟ୍ ମିଟିଂ ଏବଂ ଆୟୋଜିତ ହେ ଅନ୍ୟାନ୍ୟ ଇଭେଣ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା।

ଆରଏଫସିର ସିନିୟର ଜେନେରାଲ ମ୍ୟାନେଜର( ମାର୍କେଟିଂ) ଟିଆରଏଲ ରାଓ କହିଛନ୍ତି, "ରାମୋଜୀ ଫିଲ୍ମ ସିଟି ପର୍ଯ୍ୟଟକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ। ଏହି ସ୍ଥାନକୁ ଉପଭୋଗ କରିବା ପାଇଁ ସବୁ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ପ୍ରତିବର୍ଷ ଫିଲ୍ମ ସିଟିରେ ପ୍ରାୟ 100-125 ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏଠାରେ ବଲିଉଡ ସମେତ ଅନେକ ସିନେମାର ସୁଟିଂ କରାଯାଇଛି। ଏପର୍ଯ୍ୟନ୍ତ ଫିଲ୍ମ ସହରରେ 3ହଜାର 500 ରୁ ଅଧିକ ଚଳଚ୍ଚିତ୍ର ସୁଟିଂ କରାଯାଇଥିବାର ନଜିର ରହିଛି । ହାରାହାରି ଏଠାରେ 350 ରୁ 400 ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେଉଛି।"

ଏହା ବି ପଢନ୍ତୁ...ICC Men's Cricket World Cup 2023: ରାମୋଜୀ ଫିଲ୍ମ ସିଟିରେ ଆଇସିସି ବିଶ୍ୱକପ୍ ଟ୍ରଫି ପ୍ରଦର୍ଶିତ

ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରତିବର୍ଷ ପ୍ରାୟ 20 ଲକ୍ଷ୍ୟ ପର୍ଯ୍ୟଟକ RFC ପରିଦର୍ଶନ କରିବାକୁ ଆସିଥାନ୍ତି। ଗିନିଜ ୱାର୍ଲ୍ଡ ରେକର୍ଡରେ ବିଶ୍ୱର ସବୁଠୁ ବଡ ଚଳଚ୍ଚିତ୍ର ସହର ଭାବରେ ନାମିତ ହୋଇଛି 'ରାମୋଜୀ ଫିଲ୍ମ ସିଟି' । ୱେଡିଂ ପାର୍ଟନରଙ୍କଠାରୁ ଆରମ୍ଭ କରି ମେସ୍ ଅପରେଟରଙ୍କ ସମେତ ଆରଏଫସିର କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ସଦା ସର୍ବଦା ତତ୍ପର ରହିଥାନ୍ତି। ରାମୋଜୀ ଫିଲ୍ମସିଟି ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି। ଫିଲ୍ମ ସିଟି ପରିଦର୍ଶନ କରିବା ସହ ଅନେକ ସୁବିଧା ଉପଭୋଗ କରିବାର ସୁଯୋଗ ପାଇଥାନ୍ତି ପର୍ଯ୍ୟଟକ।"

ଏହା ବି ପଢନ୍ତୁ...Global Destination Export and Conference: ରାମୋଜୀ ଫିଲ୍ମ ସିଟି ପାଲଟିଲା ମୁଖ୍ୟ ଆକର୍ଷଣ

ଅପରପକ୍ଷେ, ଇଭେଣ୍ଟର ଉଦଘାଟନ ପରେ ଇଭେଗେନି କୋଜଲୋଭ କହିଛନ୍ତି,"ମସ୍କୋ ସରକାରଙ୍କ ଗତ ଅଗଷ୍ଟ ମାସରୁ ଇ-ଭିସା ଆରମ୍ଭ କରିଛନ୍ତି। ଆଉ ଏହି ଇ-ଭିସା ସୁବିଧା ବ୍ୟବହାର କରି ଭାରତରୁ ହଜାର ହଜାର ପର୍ଯ୍ୟଟକ ମସ୍କୋକୁ ଆସିଛନ୍ତି। ମୁଁ ଭାବୁଛି ଏରୋଫ୍ଲଟ୍ ବିମାନ ଯୋଗେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିବାକୁ ଯାତ୍ରୀମାନେ ପସନ୍ଦ କରିବେ।"

ABOUT THE AUTHOR

...view details