ଅମରାବତୀ:ଆନ୍ଧ୍ର ପ୍ରଦେଶ ସରକାରଙ୍କ ନିଆରା ପଦକ୍ଷେପ । ଶ୍ରୀକାକୁଲାମ ଜିଲ୍ଲାର କରୋନା ଭୁତାଣୁ ସଂକ୍ରମଣରୁ ସମ୍ପୂର୍ଣ୍ଣ ମୁକ୍ତ ଥିବା ଗ୍ରାମ ଗୁଡିକୁ ମିଳିବ ସରକାରୀ ସ୍ତରରେ ଆର୍ଥିକ ପୁରସ୍କାର ରାଶି । ଜିଲ୍ଲାର ସମ୍ପୂର୍ଣ୍ଣ କୋଭିଡ ମୁକ୍ତ ଗ୍ରାମ ଗୁଡିକୁ 1 ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିବ ସ୍ଥାନୀୟ ପ୍ରଶାସନ । ଏନେଇ ଜିଲ୍ଲାର ସ୍ବତନ୍ତ୍ର ଅଧିକାରୀ ଆର ଭେଙ୍କଟ ରମଣ ସୂଚନା ଦେଇଛନ୍ତି ।
କୋଭିଡ ମୁକ୍ତ ଗାଁକୁ 1 ଲକ୍ଷ ପୁରସ୍କାର ଦେବେ ଆନ୍ଧ୍ର ସରକାର - ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ
ଆନ୍ଧ୍ରପ୍ରଦେଶ ସରକାରଙ୍କ ନିଆରା ପଦକ୍ଷେପ । କୋଭିଡ ମୁକ୍ତ ଗାଁ ଗୁଡିକୁ ମିଳିବ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି । ଅଧିକ ପଢନ୍ତୁ...
କୋଭିଡ ମୁକ୍ତ ଗ୍ରାମଗୁଡିକୁ ଆନ୍ଧ୍ର ସରକାର ଦେବେ 1 ଲକ୍ଷ ଟଙ୍କା ପୁରସ୍କାର
ଶୁକ୍ରବାର ଦିନ ଶ୍ରୀକାକୁଲମ୍ ଜିଲ୍ଲା ନରସାନନାପେଟା ମଣ୍ଡଳ କାର୍ଯ୍ୟାଳୟ ପରିସରରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କାର୍ଯ୍ୟ କରୁଥିବା ଗ୍ରାମ ସରପଞ୍ଚ, ସଚିବ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ସହ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଭିନ୍ନ ପଦକ୍ଷେପ ନେବା ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ଅଧିକାରୀ । ତେବେ ତୃଣମୂଳ ସ୍ତରରୁ ସଚେତନତା ଓ ମୁକାବିଲା ହିଁ କୋଭିଡ ସଂକ୍ରମଣକୁ ରୋକାଯାଇ ପାରିବା ନେଇ ମତ ପ୍ରକାଶ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
ଶ୍ରୀକାକୁଲମ ଜିଲ୍ଲା