ଓଡିଶା

odisha

ETV Bharat / bharat

ପ୍ରତିଶୋଧରେ ଜର୍ଜରିତ ନାଗୁଣୀ, ନାଗର ମୃତ୍ୟୁ ପରେ କଲାଣି 7 ଥର ଦଂଶନ - ନାଗୁଣୀ ସାତ ଥର ଦଂଶନ କରିବା ଖବର

ଉତ୍ତରପ୍ରଦେଶର ରାମପୁରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ ଘଟଣା । ନାଗକୁ ଜଣେ ବ୍ୟକ୍ତି ମାରିଦେବା ପରେ ନାଗୁଣୀ କଲାଣି ସାତ ଥର ଦଂଶନ । ତଥାପି ବର୍ତ୍ତି ଯାଉଛନ୍ତି ବ୍ୟକ୍ତି । ଅଧିକ ପଢନ୍ତୁ

ପ୍ରତିଶୋଧରେ ଜର୍ଜରିତ ନାଗୁଣୀ, ନାଗର ମୃତ୍ୟୁ ପରେ କଲାଣି 7 ଥର ଦଂଶନ
ପ୍ରତିଶୋଧରେ ଜର୍ଜରିତ ନାଗୁଣୀ, ନାଗର ମୃତ୍ୟୁ ପରେ କଲାଣି 7 ଥର ଦଂଶନ

By

Published : Apr 16, 2022, 10:55 PM IST

ଲକ୍ଷ୍ନୌ: ଆପଣ ନିଶ୍ଚୟ ଏହି କଥା ଶୁଣିଥିବେ, 'ରଖେ ହରି ତ ମାରେ କିଏ ମାରେ ହରି ତ ରଖେ କିଏ' । ଆଜ୍ଞା ହଁ, ଯାହାକୁ ଦଇବ ରକ୍ଷା କରିବ ତାର କେହି କିଛି କରିପାରିବେ ନାହିଁ । ଏପରି ଉକ୍ତିର ପ୍ରାଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାମପୁରରେ । ନାଗର ମୃତ୍ୟୁ ପରେ ପ୍ରତିଶୋଧ ନିଆଁରେ ଜର୍ଜରିତ ଏକ ନାଗୁଣୀ ଜଣେ ବ୍ୟକ୍ତିଙ୍କୁ ସାତ-ସାତ ଥର ଦଂଶନ କରିବା ପରେ ମଧ୍ୟ ବର୍ତ୍ତି ଯାଉଛନ୍ତି ।

ଖବର ଅନୁଯାୟୀ, ରାମପୁରର ତହସିଲ ଅଞ୍ଚଳ ଅନ୍ତର୍ଗତ ମିର୍ଜାପୁର ଗାଁର ବାସିନ୍ଦା ଏହସାନ ଉର୍ଫ ବବୁଲ କହିଛନ୍ତି ଯେ, କିଛି ମାସ ପୂର୍ବେ ସେ ଗାଁର କୃଷି ଫାର୍ମରେ କାମ କରୁଥିଲେ । ହଠାତ୍ ଏକ ଯୁଗଳ କଳା ରଙ୍ଗର ସାପ ଦେଖିବାକୁ ପାଇଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ସେ ଏକ ସାପକୁ ଏକ ବର୍ଚ୍ଛା ଦ୍ୱାରା ହତ୍ୟା କରି ମାଟିରେ ପୋତି ଦେଇ ଥିବାବେଳେ ଅନ୍ୟ ସାପଟି ପଳାଇ ଯାଇଥିଲା।

ଏହାପରେ ବବୁଲ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲା ନାଗୁଣୀ । ଯେତେବେଳେ ସେ କୌଣସି ଚାଷ ଜମିରେ କାମ କରିବାକୁ ଯାଇଥାନ୍ତି ସାପଟି ତାଙ୍କୁ ଖୋଜି ଖୋଜି କାମୁଡିଥାଏ । ସାତ ମାସ ମଧ୍ୟରେ ପ୍ରାୟ ସାତଥର ଆକ୍ରମଣ କରିଥିବା କହିଛନ୍ତି । ପ୍ରତ୍ୟେକ ଥର ଆଖପାଖର ଲୋକମାନେ ତାଙ୍କୁ ଚିକିତ୍ସା ପାଇଁ ନେଇଯାଆନ୍ତି । ସାତଥର ସାପ କାମୁଡ଼ିବା ସତ୍ତ୍ବେ ବବୁଲ ଜୀବିତ ଅଛନ୍ତି ।

ତେବେ ସର୍ପର ଏହି ପ୍ରତିଶୋଧମୂଳକ ଦଂଶନ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି । ସବୁଠୁ ବଡ କଥା ହେଉଛି କି ବବୁଲଙ୍କ ସହ ଅନ୍ୟମାନେ ମଧ୍ୟ କ୍ଷେତକୁ କାମ କରିବାକୁ ଯାଇଥାନ୍ତି । ମାତ୍ର ନାଗୁଣୀ କେବଳ ବବୁଲଙ୍କୁ ହିଁ ଦଂଶନ କରିଥାଏ । ତେବେ ଏପରି ଦଂଶନ କେତେଦିନ ଚାଲିବ ତାହା ଆକଳନର ବାହାରେ ବୋଲି ବବୁଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details