ଓଡିଶା

odisha

ETV Bharat / bharat

ଶପଥ ପୂର୍ବରୁ ସାକ୍ଷାତ: ଖଡ଼ଗେ, ସୋନିଆ ଓ ରାହୁଲଙ୍କୁ ଭେଟିଲେ ରେବନ୍ତ ରେଡ୍ଡି - ରାହୁଲ ଗାନ୍ଧି

Revanth met High command: ଆସନ୍ତାକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ରେଡ୍ଡି। ସରକାର ଗଠନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ଖଡ଼ଗେ, ସୋନିଆ ଏବଂ ରାହୁଲଙ୍କୁ ଭେଟିଛନ୍ତି ରେବନ୍ତ। ନୂଆ ସରକାରର ରୂପରେଖ ନେଇ ଆଲୋଚନା କରିଛନ୍ତି। ଅଧିକ ପଢ଼ନ୍ତୁ,

ଶପଥ ପୂର୍ବରୁ ସାକ୍ଷାତ: ଖଡ଼ଗେ, ସୋନିଆ ଓ ରାହୁଲଙ୍କୁ ଭେଟିଲେ ରେବନ୍ତ
ଶପଥ ପୂର୍ବରୁ ସାକ୍ଷାତ: ଖଡ଼ଗେ, ସୋନିଆ ଓ ରାହୁଲଙ୍କୁ ଭେଟିଲେ ରେବନ୍ତ

By ETV Bharat Odisha Team

Published : Dec 6, 2023, 12:47 PM IST

ନୂଆଦିଲ୍ଲୀ/ହାଇଦ୍ରାବାଦ:ତେଲେଙ୍ଗାନାର ଭାବି ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡି। ତେଲେଙ୍ଗାନା ପିସିସି ସଭପତି ରେବନ୍ତଙ୍କ ନାଁରେ ଗତକାଲି (ମଙ୍ଗଳବାର) ମୋହର ଲଗାଇଥିଲେ କଂଗ୍ରେସ ହାଇକମାଣ୍ଡ। ଆସନ୍ତାକାଲି (ଗୁରବାର) ମୁଖ୍ଯମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରେବନ୍ତ। ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ ପୂର୍ବରୁ ଆଜି ନୂଆଦିଲ୍ଲୀ ଗସ୍ତରେ ରେବନ୍ତ। ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ରେବନ୍ତ ରେଡ୍ଡି।

ଆଜି ସକାଳେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଥିଲେ ରେବନ୍ତ ରେଡ୍ଡି। ସେ ଖଡ଼ଗେଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଥିବାରୁ ସେ, କଂଗ୍ରେସ ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଇଥିଲେ। ତେଲେଙ୍ଗାନାରେ କଂଗ୍ରେସର ବୃହତ ବିଜୟକୁ ନେଇ ରେବନ୍ତ ରେଡ୍ଡିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଖଡ଼ଗେ। ପରେ ରେବନ୍ତ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟି ଆଲୋଚନା କରିଛନ୍ତି।

ଡିସେମ୍ବର 7ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡି। ସୂଚନା ଅନୁସାରେ ରେବନ୍ତ, ମଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ଏହାସହ ସେ କଂଗ୍ରେସ ହାଇକମାଣ୍ଡଙ୍କ ସହ ତେଲେଙ୍ଗାନାରେ ସରକାର ଗଠନ ଏବଂ ମନ୍ତ୍ରୀମଣ୍ଡଳ ସଂପର୍କରେ ଆଲୋଚନା କରିଥିବା କୁହାଯାଉଛି।

ଏହା ମଧ୍ୟ ପଢ଼ନ୍ତୁ: ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ, ୭ରେ ଶପଥ

ରେବନ୍ତ ରେଡ୍ଡି ଚଳିତ ବିଧାନସଭା ନିର୍ବାଚରେ କୋଡଙ୍ଗଲ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ରେବନ୍ତ ବର୍ତ୍ତମାନ ଲୋକସଭା ସାଂସଦ ମଧ୍ୟ ଅଛନ୍ତି। 2019 ଲୋକସଭା ନିର୍ବାଚନରେ ମାଲକାଜଗିରି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ ରେବନ୍ତ। ରେବନ୍ତ ମୁଖ୍ଯମନ୍ତ୍ରୀ ହେବାକୁ ଯାଉଥିବା ବେଳେ, ଆଜି ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବେ।

ଏହା ମଧ୍ଯ ପଢ଼ନ୍ତୁ : ଦ୍ବନ୍ଦ୍ବ ଦୂର କଲେ ରାହୁଲ ଗାନ୍ଧି, 'ମୋ ପସନ୍ଦ ରେବନ୍ତ ରେଡ୍ଡି'

2012ରେ ଗଠନ ହୋଇଥିଲା ତେଲେଙ୍ଗାନା ରାଜ୍ୟ । ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପରେ 2014ରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ବିଧାନସଭା ନିର୍ବାଚନ। ଭାରତ ରାଷ୍ଟ୍ର ସମିତି (ବିଆରଏସ) 2014ରୁ 2023 ପର୍ଯ୍ୟନ୍ତ ରାଜ୍ୟରେ କ୍ଷମତାରେ ଥିଲା। କେ. ଚନ୍ଦ୍ରଶେଖର ରାଓ ଗତ 10 ବର୍ଷ ଧରି ବିଆରଏସ ସରକାରକୁ ନେତୃତ୍ବ ଦେଇ ଆସୁଥିବା ବେଳେ, 2023 ନିର୍ବାଚନରେ ବିଆରଏସଠାରୁ କ୍ଷମତା ଛଡ଼ାଇ ଆଣିଥିଲା କଂଗ୍ରେସ ପାର୍ଟି। କଂଗ୍ରେସକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ପିସିସି ସଭାପତି ରେବନ୍ତ ରେଡ୍ଡି।

ତେଲଙ୍ଗାନା ବିଧାନସଭାର ମୋଟ 119 ଆସନ ମଧ୍ୟରୁ, କଂଗ୍ରେସ ପାର୍ଟି 64 ଆସନରେ ବିଜୟ ସହ ବହୁମତ ହାସଲ କରିଛି। ରାଜ୍ୟ ଗଠନ ପରେ ପ୍ରଥମ ଥର ପାଇଁ ତେଲେଙ୍ଗାନାରେ ଗଠନ ହେବାକୁ ଯାଉଛି କଂଗ୍ରେସ ସରକାର। ଆଉ ଏହାର ନେତୃତ୍ବ ନେଉଛନ୍ତି ଦକ୍ଷ ନେତା ରେବନ୍ତ ରେଡ୍ଡି। ହାଇଦ୍ରାବାଦରେ ହେବ ଶପଥ ଗ୍ରହଣ ସମାରୋହ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details