ଓଡିଶା

odisha

ETV Bharat / bharat

ପାଠ ନପଢିବାରୁ ପୁଅକୁ ଗୁଳି ମାରିଲା ବାପା, ଗିରଫ ହେଲା ଅଭିଯୁକ୍ତ - ପାଠ ନପଢ଼ିବାରୁ ପୁଅକୁ ମାରିଲା ବାପା

ପାଠ ପଢ଼ିବା ପାଇଁ ପୁଅକୁ ତାଗିଦ କରିବାକୁ ବାପାକୁ ୱାଇପର୍‌ରେ ପୁଅର ଆକ୍ରମଣ (son attacked on Father) । କ୍ରୋଧରେ ପୁଅ ଉପରକୁ ଗୁଳି ଚଳାଇଲା ବାପା (Retired army man Fired on his son)। ଅଧିକ ପଢ଼ନ୍ତୁ

ପାଠ ନପଢ଼ିବାରୁ ପୁଅକୁ ଗୁଳି ମାରିଲା ବାପା, ଗିରଫ ହେଲା ଅଭିଯୁକ୍ତ
ପାଠ ନପଢ଼ିବାରୁ ପୁଅକୁ ଗୁଳି ମାରିଲା ବାପା, ଗିରଫ ହେଲା ଅଭିଯୁକ୍ତ

By

Published : Aug 19, 2022, 10:36 PM IST

ଗାନ୍ଧୀନଗର: ପାଠ ପଢ଼ିବା ପାଇଁ କହିବାକୁ ବାପାକୁ ୱାଇପର୍‌ରେ ଆକ୍ରମଣ କଲା ନାବାଳକ ପୁଅ (son attacked on Father) । କ୍ରୋଧରେ ପୁଅ ଉପରୁ ଗୁଳି ଚଳାଇଲେ ଅବସରପ୍ରାପ୍ତ ସେନା କର୍ମଚାରୀ ବାପା (Retired army man Fired on his son) । ଗୁଜୁରାଟର କାମରେଜ୍‌ ଥାନା ଭାୱ ଗ୍ରାମରେ ଏଭଳି ଘଟଣା ଘଟିଛି । ଏହାକୁ ନେଇ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

ଧର୍ମେନ୍ଦ୍ର ଓମ୍‌ ପ୍ରକାଶ ସାଇକିୟା କାମରେଜ୍‌ ଥାନା ଭାୱ ଗ୍ରାମରେ ବସବାସ କରୁଛନ୍ତି । ତାଙ୍କ ପୁଅ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପଢ଼ା ପ୍ରତି ଦେଉନଥିଲା । ପଢ଼ା ବଦଳରେ ମୋବାଇଲ୍‌ରେ ପୁଅ ଅଧିକ ସମୟ ବ୍ୟତୀତ କରୁଥିଲା । ଏହାକୁ ନେଇ ପୁଅ ପ୍ରିନ୍ସ୍‌କୁ ତାଗିଦ କରିବାରୁ, ପ୍ରିନ୍ସ କ୍ରୋଧରେ ଏକ ୱାଇପର୍‌ରେ ବାପାଙ୍କ ଉପରକୁ ଆକ୍ରମଣ କରିଥିଲା । ଏଥିରେ ଲୋହୁଲୁହାଣ ହୋଇଥିଲେ ଧର୍ମେନ୍ଦ୍ର ଓମ୍‌ ପ୍ରକାଶ । ପରେ କ୍ରୋଧରେ ସେ ପାଖରେ ରଖିଥିବା ପିସ୍ତଲରେ ପୁଅ ଉପରକୁ ଦୁଇ ରାଉଣ୍ଡ ଫାୟରିଂ କରିଥିଲେ ।

ଗୁଳିଚାଳଣା ଯୋଗୁଁ ପ୍ରିନ୍ସର ବାମ ହାତରେ ଗୁଳି ବାଜିଥିଲା । ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଧର୍ମେନ୍ଦ୍ର ଓମ୍‌ ପ୍ରକାଶଙ୍କ ଘରେ ପହଞ୍ଚିଥିଲେ । ସେଠାରେ ତାଙ୍କ ହାତରୁ ବନ୍ଧୁକ ଛଡ଼ାଇବା ସହ ପ୍ରିନ୍ସକୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି । ସେପଟେ ଅଭିଯୁକ୍ତ ବାପା ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ଗିରଫ କରିଛି ।

ABOUT THE AUTHOR

...view details