ନୂଆଦିଲ୍ଲୀ: ଦେଶରେ କମିଲା ଖୁଚୁରା ମୁଦ୍ରାସ୍ପୀତି ହାର । ଗତ ୫ ମାସ ମଧ୍ୟରେ ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ପୀତି ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଗତ ମାସରେ ମୁଦ୍ରାସ୍ପୀତି ହାର ୬.୭୧କୁ ଖସି ଆସିଛି । ଖାଇବା ତେଲ ସହ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ମୁଦ୍ରାସ୍ପୀତି ହାର ହ୍ରାସ ପାଇଛି ।
ଖସିଲା ଜୁଲାଇ ମାସ ମୁଦ୍ରାସ୍ପୀତି ହାର
୫ ମାସ ମଧ୍ୟରେ ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ପୀତି ହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଗତ ମାସରେ ମୁଦ୍ରାସ୍ପୀତି ହାର ୬.୭୧ ପ୍ରତିଶତ କମିଛି । ଅଧିକ ପଢ଼ନ୍ତୁ
ଗ୍ରାହକ ଦର ସୂଚକାଙ୍କ ମୁତାବକ ଗତ ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ୭.୦୧ ପ୍ରତିଶତ ରହିଥିଲା । ଜୁଲାଇ ମାସରେ ମୁଦ୍ରାସ୍ପୀତି ଅପେକ୍ଷାକୃତ ଅଧିକ ହ୍ରାସ ପାଇଥିଲା । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ସୀମାର ୬ ପ୍ରତିଶତଠାରୁ ଅଧିକ ରହିଥିଲା । ପୂର୍ବ ମାସର ୦.୫୨ ପ୍ରତିଶତରୁ ଏହା ୦.୪୬ ପ୍ରତିଶତକୁ ହ୍ରାସ ପାଇଛି ।
ସବୁଠାରୁ ରୋଚକ କଥା ହେଉଛି ଦେଶରେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳର ମୁଦ୍ରାସ୍ପୀତି ହାର ଅଧିକ ରହିଛି । ଜୁଲାଇ ମାସରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ହାର ୬.୪୯ ପ୍ରତିଶତ ରହିଥିଲା । ଜୁନ୍ ମାସରେ ଏହି ହାର ୬.୮୬ ହାର ପ୍ରତିଶତ ରହିଛି । ଏହି ପ୍ରାଇସ୍ ଡାଟା ସହରାଞ୍ଚଳର ୧୧୪ଟି ମାର୍କେଟ ଓ ୧୧୮୧ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇଛି । ଏଥିରେ ରାଜ୍ୟ ସହ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ସାମିଲ ରହିଛି ।