ପାଣାଜୀ: ଗୋଆର ଏକ ଦ୍ବୀପପୁଞ୍ଜ ଗ୍ରାମରେ ନୌସେନାର ପତାକା ଉତ୍ତୋଳନକୁ ବିରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୋଦ ସାୱନ୍ତଙ୍କ କଡା ସମାଲୋଚନା । ଦେଶ ବିରୋଧୀ କାର୍ଯ୍ୟକଳାପକୁ ଦୃଢତାର ସହ ନିପାତ କରାଯିବ ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ ସ୍ବାଧୀନତା ଦିବସରେ ଗୋଆର ଏକ ଦ୍ବୀପପୁଞ୍ଜରେ ନୌସେନାର ପତାକା ଉତ୍ତୋଳନ ସମାରୋହ ଆୟୋଜନ କରାଯାଉଥିଲା । କିନ୍ତୁ ଦ୍ବୀପପୁଞ୍ଜବାସୀ ଏହାକୁ ବିରୋଧ କରିବା ସହ ନୌସେନା ଅଧିକାରୀଙ୍କୁ ଅନୁମତି ଦେଇନାହାନ୍ତି । ଏହାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । କୌଣସି ପ୍ରକାର ଦେଶ ବିରୋଧୀ କାର୍ଯ୍ୟକଳାପକୁ ସମର୍ଥନ କରାଯିବ ନାହିଁ ଏବଂ ଦେଶ ବିରୋଧୀଙ୍କୁ ଦୃଢତାର ସହ ନିପାତ କରାଯିବ ବୋଲି ସେ କହିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରଣାଳୟର 'ଆଜାଦି କା ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ପାଳନର ଏକ ଅଂଶ ଥିବା ସେଣ୍ଟ ଜାକିଣ୍ଟୋ ଦ୍ୱୀପରେ ପତାକା ଉତ୍ତୋଳନ କରିବା ପାଇଁ ସାୱନ୍ତ ଭାରତୀୟ ନୌସେନାକୁ ଅନୁରୋଧ କରିଛନ୍ତି । ସାୱନ୍ତ ଶନିବାର ଟ୍ୱିଟ୍ କରି କହିଛନ୍ତି, 'ଏହା ଦୁର୍ଭାଗ୍ୟଜନକ ଏବଂ ଲଜ୍ଜାଜନକ ଯେ ସେଣ୍ଟ ଜାକିଣ୍ଟୋ ଦ୍ୱୀପରେ କିଛି ଲୋକ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ ନୌସେନାର ଜାତୀୟ ପତାକା ଉତ୍ତୋଳନକୁ ଅସମର୍ଥ କରିଛନ୍ତି । ମୁଁ ଏହାକୁ ନିନ୍ଦା କରୁଛି ଏବଂ ମୁଁ ନିଶ୍ଚିତ ଯେ ମୋର ସରକାର ଏଭଳି ଘଟଣାକୁ ବରଦାସ୍ତ କରିବେ ନାହିଁ ।'