ହାଇଦ୍ରାବାଦ:ଭଡା ରହୁଥିବା ଛାତ୍ର ଠାରୁ 60ଲକ୍ଷ ଟଙ୍କା ଉଧାର ନେଇଥିଲା ଘର ମାଲିକ । ଟଙ୍କା ନଫେରାଇବା ପାଇଁ ସମ୍ପୃକ୍ତ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କଲା (Research scholar murdered by landlord in Ghaziabad)। କେବଳ ହତ୍ୟା ନୁହେଁ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ 4ଖଣ୍ଡ କରି କାଟି କେନାଲରେ ଫିଙ୍ଗି ମଧ୍ୟ ଦେଲା । ଏପରି ଲୋମଟାଙ୍କୁରା ହତ୍ୟାକାଣ୍ଡ ଗାଜିଆବାଦ ସହରର ମୋଦି ନଗର ଥାନା ଅଞ୍ଚଳରେ ଘଟିଛି । ହତ୍ୟାର ଶିକାର ହୋଇଥବା ବ୍ୟକ୍ତିଙ୍କ ନାମ ଅଙ୍କିତ ଖୋକର ଓ ସେ ପିଏଚଡି ସ୍କଲାର ବୋଲି ମଧ୍ୟ ପୋଲିସ କହିଛି ।
ଗାଜିଆବାଦ ପୋଲିସର ସୂଚନାନୁସାରେ, ଅକ୍ଟୋବର 6ରେ ମୋଦୀନଗର ନିବାସୀ ଅଙ୍କିତ ଖୋକରଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଏହି ମାମଲାରେ ପୋଲିସ ଅଙ୍କିତ ରହୁଥିବା ଘରର ମାଲିକ ଉମେଶ ଶର୍ମା ଏବଂ ତାଙ୍କର 5ଜଣ ସହଯୋଗୀଙ୍କୁ ଅଟକ ରଖି ଜେରା କରିଥିଲା । ଉମେଶ ହିଁ ଅଙ୍କିତକୁ ଉଧାର ଟଙ୍କା ପାଇଁ ହତ୍ୟା କରିଛି ବୋଲି ପୋଲିସ ଜାଣିବାକୁ ପାଇଥିଲା ।