ଓଡିଶା

odisha

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା: 30 ମୃତଦେହକୁ ଚିହ୍ନଟ କଲା ପୋଲିସ

By

Published : Feb 16, 2021, 9:04 PM IST

ଉତ୍ତରାଖଣ୍ଡର ଜୋଶି ମଠରେ ଆଜିକୁ 10 ଦିନ ହେବ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ଅନ୍ୟାନ୍ୟ ଏଜେନ୍ସି ସହିତ ଭାରତ-ତିବ୍ଦତୀୟ ସୀମା ପୋଲିସ କର୍ମଚାରୀ ଚାମୋଲି ଜିଲ୍ଲାରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା
ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା

ଡେରାଡୁନ: ଉତ୍ତରାଖଣ୍ଡର ଜୋଶିମଠରେ ଆଜିକୁ 10 ଦିନ ହେବ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ଅନ୍ୟାନ୍ୟ ଏଜେନ୍ସି ସହିତ ଭାରତ-ତିବ୍ଦତୀୟ ସୀମା ପୋଲିସ କର୍ମଚାରୀ ଚାମୋଲି ଜିଲ୍ଲାରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ (ଏନଟିପିସି) ଜଳ ବିଦ୍ୟୁତ୍ ପ୍ରକଳ୍ପର ନିର୍ଦ୍ଦେଶକ ଉଜ୍ବଲ ଭଟ୍ଟାଚାର୍ଯ୍ୟ ଏହା ପୂର୍ବରୁ କହିଥିଲେ, ‘ଆମେ ତପୋବନ୍ ଟନେଲ୍ ଭିତରେ 135 ମିଟର ପର୍ଯ୍ୟନ୍ତ ଗତି କରିଛୁ । ମୃତଦେହକୁ ସେମାନଙ୍କ ପରିବାର ସଦସ୍ୟଙ୍କ ନିକଟକୁ ଫେରାଇ ଆଣିବା ପାଇଁ ସତର୍କତାର ସହ ଉଦ୍ଧାର କରାଯାଇଛି ’ ।

ତେବେ ବର୍ତ୍ତମାନ ସୁଦ୍ଧା 58 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ 24ଟି ଶରୀରର ଅଙ୍ଗ ମିଳିଛି । 58ଟି ମଧ୍ୟରୁ 30ଟି ମୃତଦେହକୁ ଚିହ୍ନଟ କରାଯାଇଥିବାବେଳେ ଗୋଟିଏ ଅଙ୍ଗକୁ ଚିହ୍ନଟ କରାଯାଇଛି । ଜୋଶିମଠରେ 179ଟି ନିଖୋଜ ମାମଲା ଦାୟର ହୋଇଛି । 91 ପରିବାର ଲୋକଙ୍କ ଡିଏନଏ ସଂଗ୍ରହ କରାଯାଇଥିବା ଚମୋଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଚମୋଲି ଜିଲ୍ଲାର ରୈନି ଗ୍ରାମରେ ଜଳ ସ୍ତରର ବୃଦ୍ଧିକୁ ଚିହ୍ନଟ କରିବା ଏବଂ ଏଥିପ୍ରତି ସତର୍କ ରହିବା ପାଇଁ ଉତ୍ତରପ୍ରଦେଶ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ବ୍ୟବସ୍ଥା କରାଯାଇଛି। ପ୍ରକାଶଥାଉକି, ଗତ ସପ୍ତାହରେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ତାପୋବନ-ରୈନି ଅଞ୍ଚଳରେ ଏକ ଗ୍ଲେସିୟର ବିସ୍ଫୋରଣ ହୋଇ ଧଉଳିଗଙ୍ଗା ଏବଂ ଅଳକାନନ୍ଦ ନଦୀରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘର ଏବଂ ନିକଟସ୍ଥ ଋଷିଗଙ୍ଗା ବିଦ୍ୟୁତ୍ ପ୍ରକଳ୍ପ ନଷ୍ଟ ହୋଇଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details