ଓଡିଶା

odisha

ETV Bharat / bharat

ଅନ୍ଧବିଶ୍ବାସର ଅନ୍ଧଗଳି: 3ମାସ ପରେ ବନ୍ଦ ଅନ୍ଧାର କୋଠରୀରୁ ଗୁରୁତର ଅବସ୍ଥାରେ ମହିଳା ଉଦ୍ଧାର - karnataka police

Woman kept locked up in a dark room for 3 months: ଅନ୍ଧାର କୋଠରୀରୁ ଉଦ୍ଧାର ହେଲେ ମହିଳା । ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପ୍ରେତାତ୍ମା ଶବାର କହି ବନ୍ଦ ରଖିଥିଲେ ସ୍ବାମୀ ଓ ନଣନ୍ଦ । ଅଧିକ ପଢନ୍ତୁ

ଅନ୍ଧ ବିଶ୍ବାସର ଅନ୍ଧଗଳି: 3 ମାସ ପରେ ବନ୍ଦ ଅନ୍ଧାର କୋଠରୀରୁ ଉଦ୍ଧାର ହେଲେ ମହିଳା
ଅନ୍ଧ ବିଶ୍ବାସର ଅନ୍ଧଗଳି: 3 ମାସ ପରେ ବନ୍ଦ ଅନ୍ଧାର କୋଠରୀରୁ ଉଦ୍ଧାର ହେଲେ ମହିଳା

By ETV Bharat Odisha Team

Published : Jan 3, 2024, 9:24 PM IST

ବେଙ୍ଗାଲୁରୁ:ଚନ୍ଦ୍ରରେ ସଫଳ ଅବତରଣ ସମ୍ଭବ ହେବା ସହ ଅନେକ କ୍ଷେତ୍ରରେ ବିଜ୍ଞାନର ଅଗ୍ରଗତି ହେବା ପରେ ମଧ୍ୟ ଭାରତୀୟ ସମାଜରେ ଅନ୍ଧବିଶ୍ବାସ ଦୂରୀକରଣ ସମ୍ପୂର୍ଣ୍ଣ ଭାବେ ସମ୍ଭବ ହୋଇନି ।3 ମାସ ଧରି ଏକ ବନ୍ଦ କୋଠରୀରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ମହିଳା ଓ ଶିଶୁ ବିକାଶ ବିଭାଗର ଟିମ୍‌ । ମହିଳାଙ୍କୁ ଏକ ପରିତ୍ୟକ୍ତ ଘରେ ବନ୍ଦ କରି ରଖାଯାଇଥିଲା । ତେବେ ପଡୋଶୀଙ୍କ ନିକଟରୁ ଖବର ପାଇଁ ସ୍ଥାନୀୟ ପୋଲିସ ସହଯୋଗରେ ମହିଳା ଓ ଶିଶୁ ବିକାଶ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ପ୍ରାଥମିକ ତଦନ୍ତ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଏପୁରା କାଣ୍ଡ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମହିଳାଙ୍କ ନିଜ ପରିବାର ସଦସ୍ୟ ହିଁ ଭିଆଇଛନ୍ତି । ମହିଳାଙ୍କୁ ପ୍ରେତାତ୍ମା ଶବାର ହେଉଥିବା ଅଭିଯୋଗରେ ଏପରି କରାଯାଇଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକର ଦକ୍ଷିଣ କାନ୍ନାଡା ଜିଲ୍ଲାରେ ସାମ୍ନାକୁ ଆସିଛି ।

ଦକ୍ଷିଣ କାନ୍ନାଡା ଜିଲ୍ଲା ପୁଟ୍ଟୁର ଅଞ୍ଚଳର କେମ୍ମିନଜେ ଗ୍ରାମର ଶ୍ରୀପତି ହେବାର ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଦୀର୍ଘ ମାସ ହେବ ଏକ କୋଠରୀରେ ବନ୍ଦ କରି ରଖାଯାଇଥିବା ନେଇ ଅଜଣା ସୂତ୍ରରୁ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଏକ ଫୋନ କଲ ପାଇଥିଲା । ତୁରନ୍ତ ସ୍ଥାନୀୟ ପୋଲିସ ଓ ଜିଲ୍ଲା ପ୍ରଶାସନର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ମିଳିଥିବା ସୂଚନା ଅନୁସାରେ, ଏକ ପରିତ୍ୟକ୍ତ ଘରେ ଜଣେ ମହିଳା ଥିବା ଜଣାପଡିଥିଲା । ତାଙ୍କୁ ଉଦ୍ଧାର କରିବା ପରେ ସେ ଅସୁସ୍ଥ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଏପରିକି ସେ ଛିଡା ହେବା କିମ୍ବା କଥା କହିବା ପରିସ୍ଥିତିରେ ମଧ୍ୟ ନଥିଲେ । ସେ ବନ୍ଦ ଥିବା ଘରେ ବାୟୁ ଚଳାଚଳ ଓ ବିଜୁଳି ସଂଯୋଗ ମଧ୍ୟ ନଥିଲା । ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରେ ପଠାଇବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଜଣାପଡିଥିଲା ମହିଳାଙ୍କ ପରିବାର ସଦସ୍ୟ ଏପରି କରିଛନ୍ତି । ମହିଳାଙ୍କୁ ବାରମ୍ବାର ପ୍ରେତାତ୍ମା ଶବାର ହେଉଥିବାରୁ ତାଙ୍କ ସ୍ବାମୀ ଓ ନଣନ୍ଦ ତାଙ୍କୁ କଠୋରୀରେ ବନ୍ଦ କରିଥିବା ଜାଣିବାକୁ ପାଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ:- ଗୋଟିଏ ଧର୍ମ, ସନାତନ ଧର୍ମ: ଯୋଗୀ ଆଦିତ୍ୟନାଥ

ମହିଳା ଜଣକ କୌଣସି ମାନସିକ ରୋଗରେ ପୀଡିତ । ତାଙ୍କ ବ୍ୟବହାରରେ ଅସ୍ବାଭାବିକତା ପ୍ରକାଶ ପାଇବା ପରେ ପରିବାର ଲେକେ ଚିକିତ୍ସା କରିବା ବଦଳରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଏପରି କରିଛନ୍ତି । ଯାହା ଫଳରେ ମହିଳାଜଣକ ସମ୍ପୂର୍ଣ୍ଣ ଅସୁସ୍ଥ ଓ ଦୁର୍ବଳ ହୋଇପଡିଛନ୍ତି । ଏବେ ସେ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ପରିବାର ସଦସ୍ୟଙ୍କ ଉପରେ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details