ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଏବଂ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଗଣତନ୍ତ୍ର ଦିବସରେ କରିଥିଲେ ମିଛ ଟ୍ବିଟ୍ । କୃଷକଙ୍କ ଟ୍ରାକ୍ଟର ସମାବେଶରେ ହୋଇଥିବା ହିଂସା ସମ୍ପର୍କରେ ମିଥ୍ୟା ଟ୍ବିଟ୍ କରି ଲୋକଙ୍କୁ ଭ୍ରମିତ କରିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଶଶି ଥରୁର୍ ଓ ରାଜଦୀପ ସରଦେଶାଇ ।
ସାମ୍ବାଦିକ ମୃଣାଳ ପାଣ୍ଡେ, ଜାଫର ଆଗା, ପରେଶ ନାଥ ଏବଂ ଅନନ୍ତ ନାଥ ମଧ୍ୟ ମଙ୍ଗଳବାର ସନ୍ଧ୍ୟାରେ ମାମଲା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଗତ ଜାନୁଆରୀ 30ରେ ଦିଲ୍ଲୀ ପୋଲିସ ଥରୁର, ସରଦେଶାଇ, ଦି କାରଭାନ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ଦାୟର କରିଥିଲା । ଏହାପୂର୍ବରୁ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସାକୁ ନେଇ ଥରୁର୍ ଏବଂ 6 ଜଣ ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା ।