ଓଡିଶା

odisha

ETV Bharat / bharat

ଗଣତନ୍ତ୍ର ଦିବସ ହିଂସା: ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ - ଗଣତନ୍ତ୍ର ଦିବସ ହିଂସା

ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ରର 3 କୃଷି ଆଇନ ବିରୋଧରେ ଟ୍ରାକ୍ଟର ରାଲି ଆୟୋଜନ କରିଥିଲେ କୃଷି ସଂଗଠନ । ହେଲେ ଏହାରି ମଧ୍ୟରେ ଚାଷୀଙ୍କ ଏହି ପ୍ରଦର୍ଶନ ନେଇଥିଲା ଉଗ୍ରରୂପ । ଘଟଣାରେ ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଗଣତନ୍ତ୍ର ଦିବସ ହିଂସା: ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ
ଗଣତନ୍ତ୍ର ଦିବସ ହିଂସା: ଚାର୍ଜସିଟ ଦାଖଲ କଲା ଦିଲ୍ଲୀ ପୋଲିସ

By

Published : May 21, 2021, 6:34 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ହିଂସା ମାମଲାରେ ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ । ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ କେନ୍ଦ୍ରର 3 କୃଷି ଆଇନ ବିରୋଧରେ ଟ୍ରାକ୍ଟର ରାଲି ଆୟୋଜନ କରିଥିଲେ କୃଷି ସଂଗଠନ । ହେଲେ ଏହାରି ମଧ୍ୟରେ ଚାଷୀଙ୍କ ଏହି ପ୍ରଦର୍ଶନ ନେଇଥିଲା ଉଗ୍ରରୂପ । ଯାହା ପରିବର୍ତ୍ତୀ ସମୟରେ ହିଂସାରେ ପରିବର୍ତ୍ତିତ ହୋଇଥିଲା ।

ଚାଷୀଙ୍କ କିଛି ସଂଗଠନ ରାଜଧାନୀରେ ହିଂସା ପ୍ରଦର୍ଶନ କରିଥିଲେ । ଏପରିକି ଲାଲକିଲା ପହଞ୍ଚି ସେଠାରେ ସାଙ୍ଗଠନିକ ପତାକା ଉଡାଇଥିଲେ ପ୍ରଦର୍ଶନକାରୀ । କିଛି ସ୍ଥାନରେ ପ୍ରଦର୍ଶନକାରୀ ଚାଷୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଉପୁଜିଥିଲା । ଏଥିରେ ଅନେକ ପୋଲିସ କର୍ମୀ ଆହତ ହେବା ସହ ସାର୍ବଜନିକ ସମ୍ପତ୍ତିକୁ କ୍ଷତି ପହଞ୍ଚିଥିଲା ।

ପରେ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଦିଲ୍ଲୀ ପୋଲିସ ତଦନ୍ତକୁ ତ୍ବରାନ୍ବିତ କରିଥିଲା। ଏହି ମାମଲାରେ କିଛି ଲୋକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ଟେକ୍ନୋଲୋଜି ବ୍ୟବହାର କରିଥିଲା। ବ୍ୟବହୃତ ଟେକ୍ନୋଲୋଜି ଯେପରିକି ମୁହଁ ଚିହ୍ନିବା ସଫ୍ଟୱେର, ଫୋନ କଲ୍ ବିବରଣୀ ଏବଂ ସୋସିଆଲ ମିଡିଆ ପୋଷ୍ଟଗୁଡିକ ମଧ୍ୟ ଅନୁସନ୍ଧାନ କରାଯାଇଥିଲା ।

ଗଣତନ୍ତ୍ର ଦିବସ ହିଂସା ସହ ଜଡିତ ଅନେକ ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ଅପରାଧ ତଦନ୍ତ କରାଯାଉଛି। ହିଂସା ସମୟରେ ଦେଖାଯାଇଥିବା କିଛି ଟ୍ରାକ୍ଟର ମଧ୍ୟ ଜବତ କରାଯାଇଥିଲା ।

ଏହି ଘଟଣା ପରେ ଟ୍ରାକ୍ଟର ପରେଡ୍ର ନେତୃତ୍ବ ନେଉଥିବା ଚାଷୀ ନେତାମାନେ ଏହି ହିଂସାକୁ ନିନ୍ଦା କରିଥିଲେ। ସେମାନେ କହିଥିଲେ ଯେ ସାମାଜିକ ବିରୋଧୀ କିଛି ତତ୍ବ ଏଥିରେ ପ୍ରବେଶ କରି ଶାନ୍ତିପୂର୍ଣ୍ଣ ଚାଷୀ ଆନ୍ଦୋଳନକୁ ହିଂସାରେ ପରିବର୍ତ୍ତିତ କରିବାକୁ ଚେଷ୍ଟା କରିଛନ୍ତି। ବର୍ତ୍ତମାନ ମଧ୍ୟ ଚାଷୀ ଆନ୍ଦୋଳନ ଜାରି ରହିଛି। ସରକାର ଏବଂ ଚାଷୀଙ୍କ ମଧ୍ୟରେ ଅନେକ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ଏଯାବତ ଠୋସ୍ ଫଳାଫଳ ମିଳିଲା ନାହିଁ।

ABOUT THE AUTHOR

...view details