ନୂଆଦିଲ୍ଲୀ:ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ କେବଳ ୨୬ ଜାନୁଆରୀ ନୁହେଁ, ୨୩ ଜାନୁଆରୀ ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ପାଳନ ହେବ । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ଇତିହାସ ଏବଂ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଦିବସ, ଘଟଣାବଳୀ ତଥା ମହାନ ଦେଶଭକ୍ତଙ୍କୁ ମନେ ପକାଇବା ପାଇଁ ଏପରି କିଛି ନିଷ୍ପତ୍ତି ନିଆଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । କେବଳ ଚଳିତ ବର୍ଷ ନୁହେଁ ବରଂ ପ୍ରତିବର୍ଷ ୨୩ ଜାନୁଆରୀ ପରାକ୍ରମ ଦିବସରୁ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ ।
ଦେଶର କିଛି ପ୍ରମୁଖ ଘଟଣାବଳୀ ତଥା ବୀର ଯୋଦ୍ଧାଙ୍କୁ ମନେ ପକାଇ କେନ୍ଦ୍ର ସରକାର କିଛି ନୂଆ ଜାତୀୟ ଦିବସ ପାଳନ ନିଷ୍ପତ୍ତି ନେଇଥିବା ସରକାରୀ ସୂତ୍ରରୁ କୁହାଯାଇଛି । ଚଳିତ ବର୍ଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀକୁ ଦେଶବ୍ୟାପୀ ପରାକ୍ରମ ଦିବସ ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଗସ୍ତ କରି ନେତାଜୀଙ୍କ ଜୟନ୍ତୀ ପାଳନ ସମାରୋହରେ ସାମିଲ ହୋଇଥିଲେ ।