ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ ରାଜପଥରେ ପ୍ରଥମ ସ୍ଥାନ ଅଧିକାର କରିଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିଥିଲା । ବାଲ୍ମିକୀ ରାମାୟଣ ଓ ରାମାୟଣର ସାଂସ୍କୃତିକ ଐତିହ୍ୟ ଦେଖିବାକୁ ମିଳିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦିଲ୍ଲୀରେ ପୁରସ୍କାର ପ୍ରଦାନ କରିଥିଲେ ।
ସାଧାରଣତନ୍ତ୍ରଦିବସରେ ପ୍ରଥମ ସ୍ଥାନ ଅଧିକାର କଲା ଉତ୍ତରପ୍ରଦେଶର 'ପ୍ରଜ୍ଞାପନ ମେଢ' - ପ୍ରଥମ ସ୍ଥାନ ଅଧିକାର କଲା ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ
ଗଣତନ୍ତ୍ର ଦିବସ ଅବସରରେ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ ରାଜପଥରେ ପ୍ରଥମ ସ୍ଥାନ ଅଧିକାର କରିଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...
ସୂଚନା ନିର୍ଦ୍ଦେଶକ ଶିଶିର ଟ୍ବିଟ୍ କରି ଏ ବିଷୟରେ କହିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ଚଳିତ ବର୍ଷର ଗଣତନ୍ତ୍ର ଦିବସରେ ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ । ଗୀତିକାର ବିରେନ୍ଦ୍ର ସିଂଙ୍କୁ ଅଶେଷ ଧନ୍ୟବାଦ। 72 ତମ ଗଣତନ୍ତ୍ର ଦିବସ ଅବସରରେ ରାଜପଥରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ପ୍ରସ୍ତାବିତ ମଡେଲ ସହିତ ରାମନଗରୀରେ ଦୀପୋତ୍ସବ ସମସ୍ତଙ୍କୁ ବିମୋହିତ କରିଥିଲା । ଏହା ସହିତ ମହର୍ଷି ବାଲ୍ମିକୀ ରାମାୟଣ ରଚନା କରୁଥିବା ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ