ଓଡିଶା

odisha

ETV Bharat / bharat

Manipur Violence: ପ୍ରବଳ ଜନ ସମର୍ଥନ ପରେ ୟୁ-ଟର୍ଣ୍ଣ ମାରିଲେ ମୁଖ୍ୟମନ୍ତ୍ରୀ ବିରେନ, ଦେବେନି ଇସ୍ତଫା

ନିଷ୍ପତ୍ତି ବଦଳାଇଲେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ । ଆଜି ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ନିଜ ପଦରୁ ହଟିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

Manipur CM Biren Singh
Manipur CM Biren Singh

By

Published : Jun 30, 2023, 3:31 PM IST

Updated : Jun 30, 2023, 4:08 PM IST

ୟୁ-ଟର୍ଣ୍ଣ ମାରିଲେ ମଣିପୁର ମୁଖ୍ୟମନ୍ତ୍ରୀ, ଦେବେନି ଇସ୍ତଫା

ଇମ୍ଫାଲ: ହାଇ ଭୋଲ୍ଟେଜ ଡ୍ରାମା ପରେ ୟୁ-ଟର୍ଣ୍ଣ ମାରିଲେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ । ମଣିପୁର ହିଂସା ଥମୁନଥିବା ବେଳେ କୁକି ସମ୍ପ୍ରଦାୟର ଲୋକେ ତାଙ୍କ ଇସ୍ତଫା ଦାବି କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ବିରେନ ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ନିଷ୍ପତ୍ତି ବଦଳାଇଛନ୍ତି ସେ । ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ କିଛି ସମର୍ଥକ ଏକଜୁଟ ହୋଇ ତାଙ୍କୁ ସମର୍ଥନ ଜଣାଇବା ପରେ ସେ ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏବେ ବି ତାଙ୍କ ବାସଭବନ ବାହାରେ ଲୋକେ ତାଙ୍କୁ ସମର୍ଥନ କରି ନାରାବାଜି କରୁଥିବା ଦେଖିବାକୁ ମିଳିଛି । ଏପଟେ ଇସ୍ତଫା ନଦେବା ନେଇ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ବିରେନ ସିଂ ।

ଏହା ବି ପଢନ୍ତୁ- ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ, କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ

ମୁଖ୍ୟମନ୍ତ୍ରୀ ବିରେନଙ୍କ ବାସଭବନ ବାହାରେ ଅନେକ ଲୋକ ଏକତ୍ରିତ ହୋଇଥିବା ବେଳେ ଇସ୍ତଫା ନ ଦେବା ଲାଗି ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦାଖଲ କରିବା ଲାଗି ରାଜ୍ୟପାଳଙ୍କ ନିକଟକୁ ଯାଉଥିବା ବେଳେ ଏହି ସମର୍ଥକମାନେ ତାଙ୍କ ବାଟ ରୋକିବା ପରେ ଶେଷରେ ନିଷ୍ପତ୍ତି ବଦଳାଇଛନ୍ତି ମୁଖ୍ୟମନ୍ତ୍ରୀ ବିରେନ । ଶୁକ୍ରବାର ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ରାଜ୍ୟପାଳ ଅନୁସୁଇୟା ଉଇକେଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବିରେନ ଇସ୍ତଫା ପତ୍ର ଦାଖଲ କରିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ଧାର୍ଯ୍ୟ ସମୟ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିବା ଲାଗି ନିଜ ବାସଭବନରୁ ବାହାରିଥିଲେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ଅନେକ ସମର୍ଥକ ତାଙ୍କ ବାଟ ରୋକିଥିଲେ ।

ଏହା ବି ପଢନ୍ତୁ- Manipur Violence: ଦିଲ୍ଲୀରେ ପହଞ୍ଚିଲା ମଣିପୁର ହିଂସା, ଜନ୍ତରମନ୍ତରରେ କୁକି ସମ୍ପ୍ରଦାୟର ଧାରଣା

ସୂତ୍ରରୁ ମିଳିଥିବା ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ବିରେନଙ୍କୁ ଇସ୍ତଫା ଦେବା ଲାଗି କେନ୍ଦ୍ର ପକ୍ଷରୁ କୌଣସି ଚାପ ପକାଇନଥିଲା । ଏହି ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ଥିଲା । ଗତକାଲି (ଜୁନ ୨୯) କିଛି ମହିଳା ଆନ୍ଦୋଳନକାରୀ ମୃତଦେହ ରଖି ଆନ୍ଦୋଳନ କରିଥିଲେ ଏବଂ ତାଙ୍କ ଇସ୍ତଫା ଦାବି କରିଥିଲେ । ଏହା ମୁଖ୍ୟମନ୍ତ୍ରୀ ବିରେନଙ୍କୁ ବେଶ ଆଘାତ ଦେଇଥିଲା । ଏହାପରେ ସେ ଇସ୍ତଫା ଦେବା ଲାଗି ନିଷ୍ପତ୍ତି ନେଇଥିବା ସୂତ୍ରରୁ ପ୍ରକାଶ ।

ଏହା ବି ପଢନ୍ତୁ- ଇମ୍ଫାଲ ବିଜେପି କାର୍ଯ୍ୟାଳୟରେ ଆକ୍ରମଣ ଉଦ୍ୟମ ! ଟିୟର ଗ୍ୟାସ ମାରିଲା ପୋଲିସ, ବ୍ୟାପକ ଫୋର୍ସ ମୁତୟନ

ସୂଚନା ଥାଉ କି ଗତ ମେ ୩ ତାରିଖରେ ମଣିପୁରରେ ଆରମ୍ଭ ହୋଇଥିଲା ହିଂସାକାଣ୍ଡ । ଆଦିବାସୀ ଓ ଅଣଆଦିବାସୀମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ହିଂସାକାଣ୍ଡ ଶେଷରେ ଉଗ୍ରରୂପ ନେଇଥିଲା । ହିଂସାକାଣ୍ଡରେ ଏଯାବତ ରାଜ୍ୟରେ ୧୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଏନେକ ଧନସମ୍ପତ୍ତି, ଘରଦ୍ବାର ପୋଡ଼ି ନଷ୍ଟ ହୋଇଛି । କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂରକ୍ଷଣକୁ ନେଇ ଉଠିଥିବା ଏହି ଧୂଆଁ ଲାଗି ମୁଖ୍ୟମନ୍ତ୍ରୀ ଦାୟୀ ବୋଲି କୁହାଯାଇଥିଲା । ମୁଖ୍ୟମନ୍ତ୍ରୀ ହିଁ ୨ ସମ୍ପ୍ରଦାୟ ମଧ୍ୟରେ ବିବାଦ ଉପୁଜାଇଥିବା ଆନ୍ଦୋଳନକାରୀ ଅଭିଯୋଗ ଆଣିଥିଲେ । ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

Last Updated : Jun 30, 2023, 4:08 PM IST

ABOUT THE AUTHOR

...view details