ଥିରୁଅନନ୍ତପୁରମ:କେରଳରେ ଜଣେ ୨୬ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ତାଙ୍କର ବିବାହ ପାଇଁ ଯୌତୁକରେ ବର ଘର ଲୋକେ ଡିମାଣ୍ଡ କରୁଥିଲେ ବିଏମଡବ୍ଲୁ କାର୍ । ଜମି ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ବି ଦାବି କରୁଥିଲେ । ହେଲେ ଏତେ ଯୌତୁକ ଦେବାକୁ ଅସମର୍ଥ ଥିଲେ ଡାକ୍ତରୀ ଛାତ୍ରୀଙ୍କ ଘର ଲୋକେ । ଏଥିରେ ରାଗିଯାଇ ବର ଘର ବିବାହ ଭାଙ୍ଗି ଦେଇଥିଲେ । ଏହି ଚାପରେ ଛାତ୍ରୀ ଜଣକ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ୨୬ ବର୍ଷୀୟା ଶାହାନା । ସେ ଥିରୁଅନନ୍ତପୁର ମେଡିକାଲ କଲେଜର ସର୍ଜରୀ ବିଭାଗର ପିଜି ଛାତ୍ରୀ ଥିଲେ ।
ଶାହାନା ବିବାହ କରିବାକୁ ଯାଉଥିବା ଯୁବକ ତାଙ୍କର ବୟଫ୍ରେଣ୍ଡ ଥିଲା । ସେହି ଯୁବକ ମଧ୍ୟ ଜଣେ ଡାକ୍ତର ଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ବିବାହ ଯାଏଁ କଥା ପହଞ୍ଚିଥିଲା । ତାଙ୍କ ବୟଫ୍ରେଣ୍ଡର ପରିବାର ଲୋକେ ବିବାହ ପାଇଁ ଯୌତୁକ ବାବଦକୁ ଜମି, ସୁନା ଗହଣା ଏବଂ ଗୋଟିଏ ବିଏମଡବ୍ଲୁ କାର୍ ଡିମାଣ୍ଡ କରିଥିଲେ । ହେଲେ ଏହାକୁ ପୁରା କରିବାକୁ ଅସମର୍ଥ ଥିଲେ ଶାହାନାଙ୍କ ପରିବାର । ତେଣୁ ତାଙ୍କର ବୟଫ୍ରେଣ୍ଡ୍ ବିବାହ ପାଇଁ ସିଧା ସିଧା ମନା କରିଦେଇଥିଲେ । ବାହାଘର ଭାଙ୍ଗିଯିବାରୁ ଏହାକୁ ନେଇ ଖୁବ୍ ଚାପରେ ରହୁଥିଲେ ଶାହାନା ।