ଓଡିଶା

odisha

By

Published : Mar 24, 2023, 11:37 AM IST

ETV Bharat / bharat

Surpanakha Row: ମୋଦିଙ୍କ ବିରୋଧରେ ମାନହାନୀ ମାମଲା କରିବେ ରେଣୁକା

ରାହୁଲଙ୍କ ଜେଲ ଦଣ୍ଡର ବଦଲା ନେବାକୁ ଚାହୁଁଛି କି କଂଗ୍ରେସ ? ସଂସଦରେ ମୋଦିଙ୍କ ଟିପ୍ପଣୀକୁ ନେଇ ମାନହାନି ମାମଲା କରିବେ କହିଲେ ରେଣୁକା ଚୌଧୁରୀ । ମୋଦି କଂଗ୍ରେସ ନେତ୍ରୀଙ୍କୁ ନେଇ କଣ କହିଥିଲେ ଜାଣନ୍ତୁ

Surspanakha Row
Surspanakha Row

ନୂଆଦିଲ୍ଲୀ: ମୋଦିଙ୍କ ସାଙ୍ଗିଆ ବ୍ୟବହାର କରି ସମୋଲୋଚକ ମନ୍ତବ୍ୟ ପାଇଁ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଆରମ୍ଭ ହୋଇଛି ରାଜନୀତି । ଏକାଧିକ ପାର୍ଟିର ନେତା ଏହି ଘଟଣାକୁ କଡା ସମାଲୋଚନା କରିଥିବା ବେଳେ କଂଗ୍ରେସ ନେତା ଏହାକୁ ବିରୋଧ କରିଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ । ସେ ଗତକାଲି(ଗୁରୁବାର) ମୋଦିଙ୍କୁ ଟାର୍ଗେଟ କରି ଏକ ଟ୍ବିଟ ଲେଖିଛନ୍ତି । ସଂସଦରେ ତାଙ୍କୁ ସୃର୍ପଣଖା ଆକ୍ଷେପ କରି କହିଥିବା କମେଣ୍ଟକୁ ନେଇ ସେ ମୋଦିଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିବେ ବୋଲି କହିଛନ୍ତି ।

ସଂସଦରେ ମୋଦି ସୃପନେଖା ଉପରେ କମେଣ୍ଟ କରିଥିବା ଭିଡିଓକୁ ଟ୍ବିଟ କରି ଲେଖିଛନ୍ତି, " ଦେଖିବା ଏବେ ଅଦାଲତ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । "ମୋଦି ରାଜ୍ୟସଭା ଅଧ୍ୟକ୍ଷକଙ୍କୁ ରେଣୁକାଙ୍କ ହସ ଉପରେ କିଛି ନକହିବା ପାଇଁ କହିଥିଲେ । ଅନେକ ବର୍ଷ ପରେ ରାମାୟଣ ସିରିଏଲ ପରେ ଏଭଳି ହସ ଦେଖିବାକୁ ମିଳିଥିବା ନେଇ ମୋଦି କହିଥିଲେ ।

ସୃର୍ପଣଖା ବୋଲି କମେଣ୍ଟ କରିଥିଲେ ମୋଦି: କଂଗ୍ରେସ ନେତ୍ରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଜଣେ ବୁଦ୍ଧିହୀନ । ସେଥିପାଇଁ ସେ ମୋତେ ସୃର୍ପଣଖା ବୋଲି କହିଥିଲେ । ମୁଁ ଏନେଇ ମୋଦିଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିବି । ଏବେ ଦେଖିବା କୋର୍ଟ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । " ରାହୁଲ ଗାନ୍ଧୀଙ୍କୁ ୨୦୧୯ ମସିହାରେ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ଏଭଳି ଟ୍ବିଟ କରିଛନ୍ତି କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ।

ଏହା ମଧ୍ୟ ପଢନ୍ତୁ: Rahul Gandhi Modi surname Remark: ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ସଙ୍ଗେ ସଙ୍ଗେ ଜାମିନ ମଞ୍ଜୁର

ପ୍ରକାଶଥାଉକି, କର୍ଣ୍ଣାଟକରେ 13 ଏପ୍ରିଲ 2019ରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ରାହୁଲ ଗାନ୍ଧୀ କହିଥିଲେ,"ସମସ୍ତ ଚୋରଙ୍କ ସାଙ୍ଗିଆ ବା ସରନେମ ମୋଦି କାହିଁକି ? ଯେପରି ନୀରବ ମୋଦି, ଲଳିତ ମୋଦି ।" ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିଶାନା କରିଥିଲେ । ଏହି ବୟାନ ପାଇଁ ରାହୁଲଙ୍କ ନାମରେ ମାମଲା ରୁଜୁ ହୋଇଥିଲା । 4 ବର୍ଷ ପୁରୁଣା ଅପରାଧିକ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରାୟ ଶୁଣାଇ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଲେ ସଙ୍ଗେ ସଙ୍ଗେ ଜାମିନ ମଧ୍ୟ ମିଳିଛି ।

କ୍ଷମା ମାଗିବା ପାଇଁ ମନା କଲେ ରାହୁଲ: ରେଣୁକା ଅନ୍ୟ ଏକ ଟ୍ବିଟରେ କହିଛନ୍ତି, "ରାହୁଲ ଗାନ୍ଧୀ ଦୁର୍ନୀତି ବିରୋଧରେ ଲଢିଥିବା ବେଳେ ଏହି ଘଟଣା ପାଇଁ କ୍ଷମା ମାଗିବା ପାଇଁ ମନା କରିଦେଇଛନ୍ତି । ସେ ସତ କହିଥିବାରୁ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ।" ତେବେ ଏହି ଭିଡିଓ ଉପରେ ଅନେକ ୟୁଜର୍ସ କମେଣ୍ଟ ଦେଇଛନ୍ତି । ସେମାନେ କହିଛନ୍ତି, କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ଏହି ଭିଡିଓକୁ ନେଇ ଅଦାଲତକୁ ଯାଇପାରିବେ ନାହିଁ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, " ପ୍ରଧାନମନ୍ତ୍ରୀ ସୃପନେଖା ଶବ୍ଦ ବ୍ୟବହାର କରିନାହାନ୍ତି । ତେଣୁ ଆପଣ ଏହି ଭିଡିଓକୁ ନେଇ କୋର୍ଟକୁ ଯାଇପାରିବେ ନାହିଁ ।

ABOUT THE AUTHOR

...view details