କାବୁଲ: ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକ ଦାନୀଶ ସିଦ୍ଦିକୀଙ୍କ ହତ୍ୟା । ଆଫଗାନିସ୍ତାନରେ ତାଲିବାନର ଆତଙ୍କରାଜର ବର୍ତ୍ତମାନ ଅଶାନ୍ତ ସ୍ଥିତିକୁ କଭର କରିବାକୁ ଏଠାରେ କାର୍ଯ୍ୟ କରୁଥିଲେ ସିଦ୍ଦିକୀ ।
ଦିଲ୍ଲୀରେ ରହୁଥିବା ଦାନୀଶ ସିଦ୍ଦିକୀ କାନ୍ଦାହାର ପ୍ରାନ୍ତ ସ୍ପନ ବୋଲ୍ଡ ଅଞ୍ଚଳରେ ନ୍ୟୁଜ କଭର କରୁଥିବା ସମୟରେ ତାଙ୍କର ହତ୍ୟା କରାଯାଇଛି । ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାରେ ହିଂସା ଜାରି ରହିଛି ।
ପୁଲିତ୍ଜର ସମ୍ମାନରେ ସମ୍ମାନିତ ସିଦ୍ଦିକୀ ବିଶ୍ବର ଜଣେ ଜଣାଶୁଣା ଫଟୋ ସାମ୍ବାଦିକ ରୂପେ ପରିଚିତ । ସେ ଏବେ ଅନ୍ତରାଷ୍ଟ୍ରୀୟ ଏଜେନ୍ସି ରଏଟର୍ସରେ କାର୍ଯ୍ୟ କରୁଥିଲେ । ଦାନୀଶ ଟିଭି ରିପୋର୍ଟରରୁ ନିଜ କ୍ୟାରିଅର ଆରମ୍ଭ କରି ପରେ ଫଟୋ ସାମ୍ବାଦିକତା କରୁଥିଲେ ।
୨୦୧୮ରେ ନିଜ ସହଯୋଗୀ ଆବିଦୀଙ୍କ ସହ ପୁଲିତ୍ଜର ପୁରସ୍କାର ହାସଲ କରିଥିଲେ ଦାନୀଶ ସେ ସମୟରେ ସେ ପୁଲିତ୍ଜର ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଥିଲେ । ଦାନୀଶ ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟକୁ ମଧ୍ୟ କଭର କରିସାରିଛନ୍ତି ।