ସେତେବେଳେ ବିଫଳତାର ଲୁହ ଥିଲା... ଆଜି ସଫଳତାର ଖୁସି... ବେଙ୍ଗାଲୁର: ସାର୍ଥକ ହୋଇଛି ଇସ୍ରୋ ବୈଜ୍ଞାନିକଙ୍କ ପରିଶ୍ରମ । କାମରେ ଆସିଛି ଭାରତ ସରକାରଙ୍କ ସମର୍ଥନ । ଫଳପ୍ରଦ ହୋଇଛି ଦେଶବାସୀଙ୍କ ପ୍ରାର୍ଥନା ଆରଧନା । ଅପେକ୍ଷାର ହୋଇଛି ଅନ୍ତ । ଶେଷରେ ଚନ୍ଦ୍ରକୁ ଜୟ କରିଛି ଭାରତ । ଚନ୍ଦ୍ରରେ ଶୁଭିଛି ଜୟ ହିନ୍ଦ । ବିଶ୍ବର ଚତୁର୍ଥ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଛି ଭାରତ । ଏହାସହ ବିଶ୍ବର ପ୍ରଥମ ଦେଶ ଓ ଏକମାତ୍ର ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ତ୍ରିରଙ୍ଗା ଉଡାଇଛି ଭାରତ । ଫଳରେ ଭାରତର ଝଣ୍ଡା ଏବେ ସାରା ବିଶ୍ବରେ ଉଡୁଛି ।
ଏହାବି ପଢନ୍ତୁ-Chandrayaan-3: ବିଶ୍ୱ ଦେଖିଲା ଇସ୍ରୋର ଦମ, ଜହ୍ନ ରାଇଜରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର
ଏହି ସଫଳତା ମଧ୍ୟରେ ବି 4 ବର୍ଷର ତଳର ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । 2019 ରେ ଭାରତର ଚନ୍ଦ୍ରୟାନ-2ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରକୁ ଟଚ୍ କରିବା ପୂର୍ବରୁ ଇସ୍ରୋ ସହିତ ସମ୍ପର୍କ ତୁଟିଯାଇଥିଲା । ଏଥିରେ ଭାଙ୍ଗି ପଡିଥିଲେ ଇସ୍ରୋର ତତ୍କାଳୀନ ମୁଖ୍ୟ କେ ଶିବନ । ସେତେବେଳେ ଇସ୍ରୋ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କୁ ପାଖରୁ ଦେଖି ଆହୁରି ଭାବୁକ ହୋଇପଡିଥିଲେ କେ ଶିବନ । ପ୍ରଧାନମନ୍ତ୍ରୀ ତୁରନ୍ତ କେ ଶିବନଙ୍କୁ ଆଲିଙ୍ଗନ କରି ଶାନ୍ତ୍ବନା ଦେବା ସହିତ ବିଫଳତାରୁ ସଫଳତାର ମାର୍ଗ ଖୋଜି ବାହାର କରିବା ପାଇଁ ଉତ୍ସାହିତ କରିଥିଲେ । ଆଉ ଆଜି ଚନ୍ଦ୍ରଯାନ3ର ସଫଳତା ପରେ ସେତେବେଳର ସେହି ଘଟଣା ଦେଶବାସୀଙ୍କ ମନରେ ଭାସିଆସୁଛି ।
ଏହାବି ପଢନ୍ତୁ- Lander Vikram Touches Down on the Moon: କେମିତି ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର ବିକ୍ରମ ? ଦେଖନ୍ତୁ
ବର୍ଷ 2019 ରେ ଭାରତ ଚନ୍ଦ୍ରଯାନ2 ଉତକ୍ଷେପଣ କରିଥିଲା । ଏହି ମିଶନ ମଧ୍ୟ ଚନ୍ଦ୍ରର ଦକ୍ଷିଣ ମେରୁକୁ ନେଇ ହୋଇଥିଲା । କିନ୍ତୁ ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ ପୂର୍ବରୁ 2.1 କିମି ଦୂରରେ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ସମ୍ପର୍କ ଛିନ୍ନ ହୋଇଥିଲା । ଇସ୍ରୋର ତମାମ ପ୍ରସାୟ ସତ୍ବେ ଯୋଗାଯୋଗ ତତକ୍ଷଣାତ ସମ୍ଭବ ହୋଇନଥିଲା । ଯାହାକୁ ନେଇ ଇସ୍ରୋ ମୁଖ୍ୟାଳୟରେ ଦୁଃଖର କଳାବାଦଲ ଛାଇଯାଇଥିଲା । ବୈଜ୍ଞାନିକ ମାନେ ନିରାଶ ହୋଇପଡିଥିଲେ । କିନ୍ତୁ ଚନ୍ଦ୍ରଯାନ-2 ର ଲ୍ୟାଣ୍ଡିଂ ଦେଖିବା ପାଇଁ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ମୁଖ୍ୟାଳୟରେ ଉପସ୍ଥିତ ଥିଲେ । ମିଶନ ଫେଲ ହେବା ସତ୍ବେ ପ୍ରଧାନମନ୍ତ୍ରୀ ଦୁଃଖିତ ନଥିଲେ । ବଂର ବିଫଳତାରୁ ସଫଳତାର ରାସ୍ତା ଖୋଜି ବାହାର କରିବାକୁ ଉତ୍ସାହିତ କରିବା ସହିତ, ପୁରା ଦେଶବାସୀ ଇସ୍ରୋ ସହିତ ରହିଛନ୍ତି ବୋଲି କହିଥିଲେ । ପରଦିନ ସକାଳୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଇସ୍ରୋ ମୁଖ୍ୟାଳୟ ପହଞ୍ଚି ବୈଜ୍ଞାନିକ ମାନଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ । ଏହାସହ ଆଗକୁ ବଢିବା ପାଇଁ ଇତ୍ସାହିତ କରିଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ମୁଖ୍ୟାଳୟରୁ ବିଦାୟ ନେଉଥିଲେ ସେତେବେଳେ ତତ୍କାଳୀନ ଇସ୍ରୋ ମୁଖ୍ୟ କେ. ଶିବନ ପ୍ରଧାନମନ୍ତ୍ରୀଙ୍କୁ ଦେଖି ଭାଙ୍ଗି ପଡିଥିଲେ । ପ୍ରଧାନମନ୍ତ୍ରୀ ତୁରନ୍ତ କେ ଶିବନଙ୍କୁ ଆଲିଙ୍ଗନ କରି ଶାନ୍ତ୍ବନା ଦେବା ସହିତ ଆଗକୁ ବଢିବା ପାଇଁ ବିଶ୍ବାସ ଜନ୍ମାଇଥିଲେ । ଏହାସହ ନିଶ୍ଚିତ ସଫଳତା ଦିନେ ମିଳିବ ବୋଲି କହିଥିଲେ । ଚନ୍ଦ୍ରଯାନ2ର ବିଫଳତା ସତ୍ବେ ସରକାର ଦେଶବାସୀ ଇସ୍ରୋ ସହିତ ପୁରା ଶକ୍ତିର ସହ ଛିଡା ହୋଇଥିଲେ । କେ ଶିବନ ଓ ଇସ୍ରୋ ଟିମକୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ । ଆଉ ଆଜି ଇସ୍ରୋର ଏହି ସଫଳତା ପରେ ସେତେବେଳର ସେହି ଘଟଣା ପୁଣି ଥରେ ତାଜା ହୋଇଛି ।
ଏହାବି ପଢନ୍ତୁ- Chandrayaan3: ଚାନ୍ଦ ମାମା ଅବ୍ ନେହିଁ ଦୂର କେ...ବାସ ଏକ ଟୁର କେ: ମୋଦି
ଆଜି ପ୍ରଧାନମନ୍ତ୍ରୀ ବିଦେଶରେ ଥିବା ସତ୍ବେ ଚନ୍ଦ୍ରୟାନ-3 ର ସଫଳତା ପରେ ତୁରନ୍ତ ବୈଜ୍ଞାନିକଙ୍କୁ ସମ୍ବୋଧନ କରି ଅଭିନନ୍ଦନ ଜଣାଇଥିଲେ । ଏପରିକି ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଥିଲେ ।