ଓଡିଶା

odisha

ETV Bharat / bharat

ଯୁବ ବିପ୍ଳବୀ ଭଞ୍ଚିନାଥନ, ୨୫ବର୍ଷରେ ସ୍ବାଧୀନତା ସଂଗ୍ରାମ ନିଆଁରେ ଦେଇଥିଲେ ଝାସ - ତାମିଲନାଡୁ ତିରୁନେଲଭେଲିର ତତ୍କାଳୀନ ଜିଲ୍ଲାପାଳ ଆଶେ

1911 ମସିହାରେ, ଯୁବ ସ୍ୱାଧୀନତା ସଂଗ୍ରାମୀ ଭଞ୍ଚିନାଥନ୍‌ ବ୍ରିଟିଶ ଅଧିକାରୀ ରବର୍ଟ ୱିଲିୟମ୍ ଡି’ ସ୍କର୍ଟ ଆଶେଙ୍କୁ ହତ୍ୟା କରିଥିଲେ, ଯିଏକି ଭାରତର ସ୍ବାଧୀନତା ସଂଗ୍ରାମକୁ ଦମନ କରିବା ପାଇଁ କରୁଥିଲେ ଉଦ୍ୟମ । ଆଶେଙ୍କୁ ହତ୍ୟା ପରେ ମାତ୍ର ୨୫ ବର୍ଷ ବୟସରେ ଦେଶ ପାଇଁ ନିଜ ପ୍ରାଣକୁ ଉତ୍ସର୍ଗୀକୃତ କରିଥିଲେ ଏହି ବିପ୍ଳବୀ । ତେବେ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଜାଣନ୍ତୁ ଏହି ଯୁବ ବିପ୍ଳବୀଙ୍କ କାହାଣୀ

ଯୁବ ବିପ୍ଳବୀ ଭଞ୍ଚିନାଥନ, ୨୫ବର୍ଷରେ ସ୍ବାଧୀନତା ସଂଗ୍ରାମ ନିଆଁରେ ଦେଇଥିଲେ ଝାସ
ଯୁବ ବିପ୍ଳବୀ ଭଞ୍ଚିନାଥନ, ୨୫ବର୍ଷରେ ସ୍ବାଧୀନତା ସଂଗ୍ରାମ ନିଆଁରେ ଯୁବ ବିପ୍ଳବୀ ଭଞ୍ଚିନାଥନ, ୨୫ବର୍ଷରେ ସ୍ବାଧୀନତା ସଂଗ୍ରାମ ନିଆଁରେ ଦେଇଥିଲେ ଝାସଦେଇଥିଲେ ଝାସ

By

Published : Dec 19, 2021, 6:03 AM IST

ଚେନ୍ନାଇ: ଦିନ ଥିଲା ୧୯୧୧ ମସିହା ଜୁଲାଇ ୧୭ । ଏହି ଦିନ ତାମିଲନାଡୁ ତିରୁନେଲଭେଲିର ତତ୍କାଳୀନ ଜିଲ୍ଲାପାଳ ଆଶେ ପତ୍ନୀ ମାରିଙ୍କ କୋଡାଇକାନାଲକୁ ଗସ୍ତ କରୁଥିଲେ । ସେଠାରେ ପଢୁଥିବା ନିଜ ପିଲାଙ୍କୁ ଭେଟିବା ତାଙ୍କର ଯୋଜନା ରହିଥିଲା । ଏଥିଲାଗି ଦମ୍ପତିଙ୍କ ପାଇଁ 'ମାନିଆଚି ଜଙ୍କସନ'ରେ ସ୍ବତନ୍ତ୍ର କୋଚର ବ୍ୟବସ୍ଥା ହୋଇଥିଲା । ଯାତ୍ରା ସମୟରେ ଆଶେଙ୍କ ଅଙ୍ଗରକ୍ଷକ ପାଣି ଆଣିବାକୁ ଯାଇଥିବା ବେଳେ ହଠାତ୍‌ ଜଣେ ଅପରିଚିତ ବ୍ୟକ୍ତି କୋଚ ଭିତରକୁ ଧସେଇ ପଶିଥିଲେ । କେହି କିଛି ବୁଝିବା ଆଗରୁ ସେ ପତ୍ନୀଙ୍କ ସହ ବାର୍ତ୍ତାଳାପ କରୁଥିବା ଆଶେଙ୍କ ଉପରେ ଆଖିପିଛୁଳା ଗୁଳି ଚାଳନା କରିଥିଲେ । ପରେ ଉକ୍ତ ଅପରିଚିତ ବ୍ୟକ୍ତି ରେଳ ଷ୍ଟେସନ ଶୌଚାଳୟରେ ନିଜକୁ ଗୁଳି କରିଥିଲେ । ପରବର୍ତ୍ତୀ ସମୟରେ ସେ ତାମିଲନାଡ଼ୁର ବିପ୍ଳବୀ ୨୫ ବର୍ଷୀୟ ଭଞ୍ଚିନାଥନ ଥିଲେ ବୋଲି ଜଣାପଡ଼ିଥିଲା ।

ଯୁବ ବିପ୍ଳବୀ ଭଞ୍ଚିନାଥନ, ୨୫ବର୍ଷରେ ସ୍ବାଧୀନତା ସଂଗ୍ରାମ ନିଆଁରେ ଦେଇଥିଲେ ଝାସ

ଆଶେଙ୍କୁ ଗୁଳି କରିବା ପଛରେ ଭଞ୍ଚିନାଥନଙ୍କ ଥିଲା ମହତ ଉଦ୍ଦେଶ୍ୟ । ଭାରତୀୟଙ୍କ ତୁଳନାରେ ବ୍ରିଟିଶଙ୍କ ସଂଖ୍ୟା କମ ଥିଲା । ଏଥିଲାଗି ଭଞ୍ଚି ଭାବୁଥିଲେ ଯେ ପ୍ରତ୍ୟେକ ଭାରତୀୟ ନିଜ ଜୀବନ ହାରିବା ପୂର୍ବରୁ ଜଣେ ବ୍ରିଟିଶଙ୍କୁ ହତ୍ୟା କଲେ ଦେଶ ନିଶ୍ଚିତ ଦାସତ୍ବରୁ ମୁକ୍ତ ହେବ । ସ୍ବାଧୀନତା ସଂଗ୍ରାମୀ ସୁବ୍ରମଣ୍ୟ ଓ ଭି.ଓ ଚିଦାମ୍ବରମ୍ ଗିରଫ ପରେ ଏଭଳି ନିଷ୍ପତ୍ତି ନେଇଥିଲେ ଭଞ୍ଚି । ଭଞ୍ଚିନାଥନ୍ ତାଙ୍କ ଜନ୍ମ ସହର ସେଙ୍ଗୋଟାଇ ରେ ପାଠ ପଢୁଥିଲେ ଏବଂ ଥିରୁଅନନ୍ତପୁରମରୁ କଲେଜ ଶିକ୍ଷା ଗ୍ରହଣ କରିଥିଲେ । ସ୍ବାଧୀନତା ସଂଗ୍ରାମରେ ସାମିଲ ହେବା ପାଇଁ ସେ ବନିଥିଲେ ଅଙ୍ଗରକ୍ଷକ । ଭଞ୍ଚିନାଥନ୍ ସଶସ୍ତ୍ର ସଂଗ୍ରାମର ରାସ୍ତା ବାଛିଲେ । VVS ଆଇୟରଙ୍କ ପୁଡୁଚେରୀରେ ଥିବା ଭାରତ ମାତା ସଂଗଠନରେ ଅସ୍ତ୍ରଶସ୍ତ୍ରର ତାଲିମ ନେଇଥିଲେ ସେ ।

ଆଶେଙ୍କଠୁ ପ୍ରତିଶୋଧ ନେବାର ନିଆଁରେ ଭଞ୍ଚିନାଥନ ଜଳୁଥିବା ବେଳେ ଆଶେ ତିରୁନେଲଭେଲିରେ କଲେକ୍ଟର ଭାବରେ ପଦୋନ୍ନତି ପାଇଲେ । ଆଶେ ସ୍ବାଧୀନତା ଆନ୍ଦୋଳନକୁ ଦମନ କରିବାକୁ ମଧ୍ୟ କରୁଥିଲେ ଚେଷ୍ଟା । ଏଥିଲାଗି ସେ ଆଇୟରଙ୍କ ଭାରତ ମାତା ସଂଗଠନକୁ ଧ୍ବଂସ କରିଥିଲେ । ଏଥିରେ କ୍ରୋଧିତ ହୋଇ ଭଞ୍ଚିନାଥନ୍ ଆଶେଙ୍କୁ ହତ୍ୟା କରିବାକୁ ନେଇଥିଲେ ଶପଥ । ଭଞ୍ଚିନାଥନ୍ କେବେ ଘରେ ରହୁନଥିଲେ । ସେ ସ୍ବାଧୀନତା ସଂଗ୍ରାମରେ ଅଧିକ ଅଂଶଗ୍ରହଣ କରୁଥିଲେ । ତାଙ୍କୁ ନିଜକୁ ନୀଳକଣ୍ଡା ବ୍ରହ୍ମଚାରୀ ଭାବେ ପରିଚିତ କରାଇ 'ଭାରତମାତା' ନାମକ ଏକ ସଂଗଠନ ଗଠନ କରିଥିଲେ । ସେମାନେ ଗୁପ୍ତ ସଭା କରିଥିଲେ ଏବଂ 1908 ମାର୍ଚ୍ଚ 9ରେ ଭିପିନ୍ ଚନ୍ଦ୍ରପାଲାଙ୍କ ମୁକ୍ତି ଏବଂ ସ୍ବାଧୀନତା ଦିବସ ପାଳନ କରିବାକୁ ଶପଥ ନେଇଥିଲେ । 1907 ରୁ 1911 ମଧ୍ୟରେ ଭଞ୍ଚି ବ୍ରିଟିଶଙ୍କ ବିରୁଦ୍ଧରେ ଲଢିଥିଲେ ।

ଦେଶର ସ୍ବାଧୀନତା ପାଇଁ ଭଞ୍ଚିନାଥନ୍‌ ଏକ ବଡ଼ ଆନ୍ଦୋଳନର ମଞ୍ଜି ବୁଣୁଥିଲେ । ସେପଟେ ସନାତନ ଧର୍ମର ସଂରକ୍ଷଣ ପାଇଁ ସେ ଚେଷ୍ଟା କରୁଥିଲେ ବୋଲି ନିଜ ସୁଇସାଇଡ଼ ନୋଟରେ କହିଥିଲେ ଯେ," ବ୍ରିଟିଶମାନେ ଆମ ଦେଶକୁ ଅକ୍ତିଆର କରି ଅମର ସନାତନ ଧର୍ମକୁ ପ୍ରଭାବିତ କରିଛନ୍ତି । ଆମେ ବ୍ରିଟିଶମାନଙ୍କୁ ଦେଶରୁ ତଡ଼ିବା ଏବଂ ଦେଶରେ ସ୍ବାଧୀନତା ପ୍ରତିଷ୍ଠା କରିବା ଆବଶ୍ୟକ । ଏଥିଲାଗି ଏକ ବଡ଼ ପ୍ରୟାସ ଚାଲିଛି । ତାଙ୍କୁ ଦମନ ପାଇଁ 3000 ମାଡ୍ରାସିସ୍ ତାଲିମ ନେଉଛନ୍ତି । ମୁଁ ସେମାନଙ୍କ ମଧ୍ୟରେ ସାନ ଥିଲି' ନିଜ ଆତ୍ମହତ୍ୟା ନୋଟରେ ଏପରି ଲେଖିଥିଲେ ଭଞ୍ଚି ।

ଯେତେବେଳେ ଭଞ୍ଚିନାଥନ୍ ଏହି ଘଟଣା ଘଟାଇଥିଲେ, ତାଙ୍କ ପରିବାର ବହୁତ କଷ୍ଟରେ ଥିଲେ । ଭଞ୍ଚିଙ୍କ ପିତା ରଘୁପଥିଙ୍କୁ ବ୍ରିଟିଶମାନେ ଭଞ୍ଚିଙ୍କ ମୃତଦେହକୁ ଚିହ୍ନିବା ପାଇଁ ନେଇଥିଲେ । ସେମାନେ ଜାଣି ନଥିଲେ କିଏ ପ୍ରଥମେ ଗୁଳି ଚଳାଇଥିଲା ଏବଂ ପରେ ସେମାନେ ଭଞ୍ଚିଙ୍କ ପିତା ଏବଂ ଜେଜେବାପାଙ୍କ ସାହାଯ୍ୟରେ ତାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ । ପରବର୍ତ୍ତୀ ସମୟରେ ଭଞ୍ଚିଙ୍କ ପରିବାର ତାଙ୍କ ମୃତଦେହକୁ ଗ୍ରହଣ କରିବାକୁ ମନା କରିଥିଲେ ।

ଦେଶକୁ ସ୍ବାଧୀନତା ଦେବା ପାଇଁ ଖୁବ କମ ବୟସରେ ନିଜ ପ୍ରାଣ ବଳି ଦେଇଥିଲେ ଏହି ମହାନ ଆତ୍ମା । ତାଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ପୂର୍ବତନ ସାଂସଦ କୁମାରୀ ଆନନ୍ଦନ୍ ମାନିଆଚି ରେଳ ଷ୍ଟେସନକୁ "ଭଞ୍ଚି ମାନିଆଚି" ନାମରେ ନାମିତ କରିଛନ୍ତି । ଏହାସହ ତାମିଲନାଡୁ ସରକାର ସେଙ୍ଗୋଟାଇ ଠାରେ ଭଞ୍ଚିଙ୍କ ଏକ ପ୍ରତିମୂର୍ତ୍ତି ଓ ସ୍ମାରକ ନିର୍ମାଣ କରି ଏହି ବିପ୍ଲବୀଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details