ଓଡିଶା

odisha

ETV Bharat / bharat

Lala Lajpat Rai Death Anniversary; ବଳିଦାନକୁ ମନେ ପକାଉଛି ଦେଶ - Lala Lajpat Rai Death Anniversary

ଭାରତର ସ୍ବାଧୀନତାରେ ଜଣେ ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଲାଲା ଲଜପତ୍ ରାଏ । ପଞ୍ଜାବ କେଶରୀ ନାମରେ ପରିଚିତ ଲାଲା ଲଜପତ । ଜଣେ ଲେଖକ ରାଜନେତା ଭାବରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଧିକ ପଢନ୍ତୁ

ଲାଲା ଲଜପତ୍ ରାଏଙ୍କ ବଳିଦାନକୁ ମନେ ପକାଉଛି ଦେଶ
ଲାଲା ଲଜପତ୍ ରାଏଙ୍କ ବଳିଦାନକୁ ମନେ ପକାଉଛି ଦେଶ

By

Published : Nov 17, 2021, 12:57 PM IST

ହାଇଦ୍ରାବାଦ: ଭାରତର ସ୍ବାଧୀନତାରେ ଜଣେ ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଲାଲା ଲଜପତ୍ ରାଏ । ପଞ୍ଜାବ କେଶରୀ ନାମରେ ପରିଚିତ ଲାଲା ଲଜପତ । ଜଣେ ଲେଖକ ରାଜନେତା ଭାବରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୧୮୬୫ ଜାନୁଆରୀ ୨୮ରେ ପଞ୍ଜାବର ମୋଗୋ ଜିଲ୍ଲାରେ ଜନ୍ମ ହୋଇଥିଲା । ଆଜି ଏହି ମହାନ ବ୍ୟକ୍ତିତ୍ବଙ୍କୁ ହରାଇଥିଲା ଦେଶ ।

ଲାଲା ଲଜପତ ରାଏଙ୍କ ଅନ୍ୟ ଦୁଇ ସାଥୀ ଥିଲେ ବାଲ ଗଙ୍ଗାଧର ତିଲକ ଓ ବିପିନ ଚନ୍ଦ୍ର ପାଲ । ଲାଲା-ବାଲ- ପାଲ ନାମରେ ଏ ତିନିଜଣଙ୍କର ଲୋକପ୍ରିୟତା ରହିଛି । ଲୋକ ସେବକ ମଣ୍ଡଳ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଲକ୍ଷ୍ମୀ ବୀମା କମ୍ପାନୀର ପ୍ରତିଷ୍ଠା କରିଛନ୍ତି ଲାଲା ଲଜପତ । ଏହା ସହିତ ତାଙ୍କର ଲେଖାଲେଖିରେ ମଧ୍ୟ ରୁଚି ଥିଲା । ଶ୍ରୀକୃଷ୍ଣସ ଶିବାଜୀ ଓ ଅନ୍ୟ ମହାପୁରୁଷଙ୍କ ଜୀବନୀ ହିନ୍ଦୀ ଭାଷାରେ ସେ ରଚନା କରିଛନ୍ତି । ଆର୍ଯ୍ୟ ସମାଜ ପ୍ରତିଷ୍ଠାତା ଦିନାନନ୍ଦ ସରସ୍ୱତୀଙ୍କ ଅନୁଗାମୀ ସହ ସମାଜର ଅନ୍ୟତମ ନେତା ଭାବେ ପରିଚିତ ।

ଦେଶରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ଲାଲା ଲଜପତ ରାଏ । ଭାରତରେ ଜାତୀୟତାବାଦର ମୂଳଦୁଆ ପକାଇଥିଲେ । ସେ ଜଣେ ଆଇନ ଛାତ୍ର ମଧ୍ୟ ଥିଲେ । ସ୍ବଦେଶୀ ଆନ୍ଦୋଳନର ନେତୃତ୍ବ ନେଇଥିଲେ ସେ । ୧୯୨୮ ନଭେମ୍ବର ୧୭ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଲାଲ ଲଜପତ ରାଏ । ତାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ଶହୀଦ ଦିବସ ଭାବରେ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details