ଓଡିଶା

odisha

ETV Bharat / bharat

Chipko Movement: ଗଛ କଟା ବନ୍ଦ ବିରୋଧରେ ପ୍ରଥମେ ସ୍ବର ଉଠାଇଥିଲେ ଏହି ରାଜ୍ୟର ମହିଳା, ନଇଁଥିଲେ ଇନ୍ଦିରା ସରକାର - ଉତ୍ତରାଖଣ୍ଡରେ 1 ଲକ୍ଷ ବୃକ୍ଷରୋପଣ

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବୃକ୍ଷ ସଂରକ୍ଷଣ ପାଇଁ ମହିଳାଙ୍କ ଦ୍ବାରା ହୋଇଥିଲା ଚିପକୋ ଆନ୍ଦୋଳନ । ଏହି ଆନ୍ଦୋଳନର 50 ବର୍ଷ ପୂର୍ତ୍ତି ଅବସରରେ 1 ଲକ୍ଷ ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

50 Years of Chipko Movement
50 Years of Chipko Movement

By

Published : Jul 23, 2023, 9:40 AM IST

50 Years of Chipko Movement

ଡେରାଡୁନ:ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ପ୍ରାୟ 50 ବର୍ଷ ପୂର୍ବେ ମୁଣ୍ଡ ଟେକିଥିଲା ଚିପକୋ ଆନ୍ଦୋଳନ । ବୃକ୍ଷ ସଂରକ୍ଷଣ ପାଇଁ ଏହା ଥିଲା ପ୍ରଥମ ଆନ୍ଦୋଳନ । ଗଛକୁ ସୁରକ୍ଷିତ ରଖିବାକୁ ମହିଳାଙ୍କ ଦ୍ବାରା କରାଯାଇଥିବା ଏହି ଆନ୍ଦୋଳନ ସବୁଠି ହଇଚଇ ସୃଷ୍ଟି କରିଥିଲା । ଏହି ଆନ୍ଦୋଳନରେ ମହିଳା ମାନେ ଗଛ କଟାଯାଉଥିବାବେଳେ ଏହାକୁ ଜାବୁଡି ଧରି ପ୍ରତିବାଦ କରିଥିଲେ ।

୨୬ ମାର୍ଚ୍ଚ ୧୯୭୪ରେ ଚମୋଲି ଜିଲ୍ଲାର ଅଢେଇ ହଜାର ଗଛ ନିଲାମ କରାଗଲା । ଶ୍ରମିକମାନଙ୍କୁ ଜଙ୍ଗଲ କାଟିବା ପାଇଁ ପଠାଇଥିଲେ କଣ୍ଟ୍ରାକ୍ଟର । ହେଲେ ରୈଣୀ ଗାଁର ମହିଳାମାନେ ଏଥିରେ ବାଧା ଦେଇଥିଲେ । ସେମାନେ ଗଛ କଟାଯାଉଥିବାବେଳେ ସୁରକ୍ଷା ଦେବାପାଇଁ ଗଛକୁ କୁଣ୍ଢେଇ ରହିଥିଲେ । ଆଉ କହିଥିଲେ ଯେ, "ଗଛ କାଟିବା ପୂର୍ବରୁ ପ୍ରଥମେ ଆମକୁ କାଟି ଦିଅ । ଏହିପରି ଭାବେ ଗଛକୁ ବଞ୍ଚାଇବାକୁ ମହିଳାମାନେ ନିଜ ଜୀବନକୁ ବାଜି ଲଗାଇଥିବାବେଳେ ସେମାନଙ୍କର ଏହି ନିର୍ଭୀକତାର ଧ୍ୱନୀ ସମଗ୍ର ଭାରତରେ ଗୁଞ୍ଜରଣ ସୃଷ୍ଟି କରିଥିଲା ।’’

ତେବେ 1973ରେ ହୋଇଥିବା ଏହି ଆନ୍ଦୋଳନକୁ ଏହାରି ଭିତରେ 50 ବର୍ଷ ପୂରଣ ହୋଇଛି । ସେଠାରେ ଥିବା ପ୍ରାୟ 24 ଗଛ କଟାଯିବାକୁ ଥିବାବେଳେ ମହିଳାମାନେ ସାହସର ସହିତ ମୁକାବିଲା କରି ବୃକ୍ଷର ସଂରକ୍ଷଣ କରିଥିଲେ। ସୂଚନା ଅନୁସାରେ, ରୈଣୀ ଗାଁରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ନେତୃତ୍ୱ ଗୌରା ଦେବୀ ନାମକ ଜଣେ ମହିଳା ନେଇଥିଲେ । ଆଉ ସେ ପାଖାପାଖି ୨୭ ଜଣ ମହିଳାଙ୍କୁ ଏକାଠି କରି ଗଛ କାଟିବା ବନ୍ଦ କରିଦେଇଥିଲେ । ଯାହାକି ସାରା ବିଶ୍ବ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

ଆନ୍ଦୋଳନକାରୀ ମହିଳାମାନେ ଉଚ୍ଚଶିକ୍ଷିତ ହୋଇନଥିଲେ ମଧ୍ୟ ବୃକ୍ଷର ଆବଶ୍ୟକତାକୁ ବୁଝିଥିଲେ । ଯେଉଁଥିପାଇଁ ସେମାନେ ଗଛକଟାକୁ ବିରୋଧ କରିଥିଲେ । ଏହି ଆନ୍ଦୋଳନ ବିଶ୍ବବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ବୃକ୍ଷ ସଂରକ୍ଷଣ ପାଇଁ ଅନେକ ନିୟମ କାନୁନର ପ୍ରଣୟନ କରିଛନ୍ତି ଭାରତ ସରକାର । ହେଲେ ଏବେବି ଅନେକ ସ୍ଥାନରେ ବେଆଇନ ଭାବେ ଗଛ କଟାଯାଉଥିବା ଦେଖିବାକୁ ମିଳୁଛି।

ଏହା ମଧ୍ୟ ପଢନ୍ତୁ...ପ୍ରକୃତିବନ୍ଧୁ ଦୀନବନ୍ଧୁ: ୭ବର୍ଷରେ ଲଗାଇଲେଣି ୨୦ହଜାର ବୃକ୍ଷ, ହସୁଛି ରାଜଧାନୀ ଉପକଣ୍ଠ

ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରାଇବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ଦ୍ବାରା ଏକ ଭିନ୍ନ ଧରଣର ପ୍ରୟାସ କରାଯାଇଛି । ରାଜ୍ୟବାସୀଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପାଳନ ହେଉଛି 'ହରେଲା ପର୍ବ'। ଯେଉଁଥିରେ ଆନ୍ଦୋଳନର ନେତୃତ୍ୱ ନେଇଥିବା ଗୌରା ଦେବୀଙ୍କ ନାଁରେ ବୃକ୍ଷରୋପଣ କରାଯିବାର ଯୋଜନା ରହିଛି । ତେବେ ମସୁରୀ ଡେରାଡୁନ ବିକାଶ ପ୍ରାଧିକରଣ ତରଫରୁ 1 ଲକ୍ଷ ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ABOUT THE AUTHOR

...view details