ଓଡିଶା

odisha

ETV Bharat / bharat

Remarks Against Prophet: ହତ୍ୟା ଧମକ ଅଭିଯୋଗ ପରେ ବଢିଲା ନୁପୂରଙ୍କ ସୁରକ୍ଷା, ମୁମ୍ବାଇରେ ମାମଲା ରୁଜୁ - ନୁପୂର ଶର୍ମାଙ୍କୁ ହତ୍ୟା ଧମକ

ସାମ୍ପ୍ରଦାୟିକ ବିବାଦୀୟ ବୟାନ ମାମଲାରେ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଅଭିଯୋଗ । ନୁପୂରଙ୍କ ସହ ପରିବାର ସଦସ୍ୟଙ୍କ ବଢିଲା ସୁରକ୍ଷା । ଘଟଣା ପରେ ଦଳରୁ ନିଲମ୍ବିତ ହୋଇଛନ୍ତି ନୁପୂର । ଅଧିକ ପଢନ୍ତୁ

Remarks against Prophet: ହତ୍ୟା ଧମକ ଏତଲା ପରେ ବଢିଲା ନୁପୂର ଶର୍ମାଙ୍କ ସୁରକ୍ଷା
Remarks against Prophet: ହତ୍ୟା ଧମକ ଏତଲା ପରେ ବଢିଲା ନୁପୂର ଶର୍ମାଙ୍କ ସୁରକ୍ଷା

By

Published : Jun 7, 2022, 4:18 PM IST

Updated : Jun 7, 2022, 7:10 PM IST

ନୂଆଦିଲ୍ଲୀ:ସାମ୍ପ୍ରଦାୟିକ ବିବାଦୀୟ ବୟାନ ଦେଇ ବିବାଦରେ ଥିବା ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି । ଏନେଇ ନିଜେ ନୁପୂର ପୋଲିସରେ ଅଭିଯୋଗ କରିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇଛି ପୋଲିସ । ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନୁପୂର ଓ ତାଙ୍କ ପୁରା ପରିବାରକୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି ।ନୁପୂର ଶର୍ମା ଦୁଷ୍କର୍ମ ଓ ହତ୍ୟା ଧମକ ପାଇଥିବା ବେଳେ ତାଙ୍କ ପରିବାର ସଦସ୍ୟ ତଥା ତାଙ୍କ ଭଉଣୀ, ବାପା ଓ ଅନ୍ୟମାନଙ୍କୁ ମୁଣ୍ଡକାଟି ହତ୍ୟା କରିବା ପରି ଧମକ ମିଳିଥିବା ଅଭିଯୋଗ କରିଛନ୍ତି ।

ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନୁପୂର । ପରେ ବିବାଦ ବଢିବା ସହ ଭାରତୀୟ ଜନତା ପାର୍ଟି ମଧ୍ୟ ତାଙ୍କ ସମେତ ଦୁଇ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ନୁପୂର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲାବେଳେ ନବୀନ ଜିନ୍ଦଲଙ୍କୁ ବହିଷ୍କତ କରାଯାଇଛି । ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି ଦଳର ସଂଗଠନ ମହାମନ୍ତ୍ରୀ ଅରୁଣ ସିଂ । ଏପରି ମନ୍ତବ୍ୟକୁ ନିନ୍ଦା କରିବା ସହ ଭାରତୀୟ ଜନତା ପାର୍ଟି କୌଣସି ନିର୍ଦ୍ଦିଷ୍ଟ ଧର୍ମ ପ୍ରତି ଏପରି ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ ନାହିଁ ବୋଲି ଅରୁଣ ସ୍ପଷ୍ଟ କରିଥିଲେ ।

ଏହି ଘଟଣା କେବଳ ଦେଶ ନୁହେଁ ବରଂ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ବିରୋଧର ବିଷୟ ପାଲଟିଛି । ଗଲ୍ଫ ଦେଶ ସମୂୟ ଏହି ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଭାରତୀୟ ଦୂତାବାସକୁ ରିପୋର୍ଟ ତଲବ କରିଛନ୍ତି । ଭାରତ ମଧ୍ୟ ଏହା ସରକାରଙ୍କ ମନ୍ତବ୍ୟ ନୁହେଁ ଏବଂ ଏହାକୁ ସରକାରୀ ଭାବେ ସମର୍ଥନ କରାଯାଉ ନଥିବା ସ୍ପଷ୍ଟ କରିଛନ୍ତି । କିଛି ଉପସାଗରୀୟ ଇସଲାମିକ ଦେଶ ମଧ୍ୟ ଭାରତୀୟ ସାମଗ୍ରୀ କିଣିବା ବର୍ଜନ କରିଥିବା ସୂଚନା ରହିଛି ।

ଏହାରି ମଧ୍ୟରେ ନୁପୂର ଶର୍ମାଙ୍କ ପ୍ରତି ବିପଦ ମଧ୍ୟ ବଢିଛି । ହତ୍ୟା ଧମକ ମିଳିବା ଅଭିଯୋଗ ପରେ ନୁପୂରଙ୍କୁ ସୁରକ୍ଷା ଯୋଗାଇଛି ଦିଲ୍ଲୀ ପୋଲିସ । ଘଟଣା ଅନୁସାରେ, ଏକ ଟିଭି ବିତର୍କରେ ଅଂଶଗ୍ରହଣ କରିବା ଅବସରରେ ମୁଖପାତ୍ର ନୁପୂର ଶର୍ମା ବର୍ତ୍ତମାନ ଲାଗିରହିଥିବା ଉତ୍ତର ପ୍ରଦେଶର ବାରାଣସୀ ଜ୍ଞାନବ୍ୟାପୀ ମସଜିଦ ବିବାଦ ନେଇ ସଂଖ୍ୟାଲଘୁଙ୍କ ବିରୋଧରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେହିପରି ନବୀନ ଜିନ୍ଦଲ ମଧ୍ୟ ସଂଖ୍ୟାଲଘୁଙ୍କ ସମ୍ପର୍କରେ ଆପତ୍ତିଜନକ ଟ୍ବିଟ କରିଥିବା ଅଭିଯୋଗ ହୋଇଥିଲା ।

ତେବେ ମୁମ୍ବାଇରେ ନୁପୂର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଖୁମଲ ଖୁଲା ତାଙ୍କୁ ହତ୍ୟା ଧମକ ମିଳୁଥିବା ଦେଖିବାକୁ ମିଳୁଛି । ଏହାସହ ମୁମ୍ବାଇ ପୋଲିସ ତାଙ୍କୁ ସମନ୍ କରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 7, 2022, 7:10 PM IST

ABOUT THE AUTHOR

...view details