ଓଡିଶା

odisha

ମେଘାଳୟରେ କଂଗ୍ରେସକୁ ଝଟକା, ଦଳ ଛାଡିଲେ ଅବଶିଷ୍ଟ ୫ ବିଧାୟକ

ମେଘାଳୟରେ କଂଗ୍ରେସକୁ ପୁଣି ବଡ ଝଟକା । ଦଳ ଛାଡିଲେ ଅବଶିଷ୍ଟ ୫ ବିଧାୟକ । ପୂର୍ବରୁ ଦଳ ଛାଡି TMCରେ ସାମିଲ ହୋଇଥିଲେ ୧୨ ବିଧାୟକ । ଅଧିକ ପଢନ୍ତୁ

By

Published : Feb 8, 2022, 8:45 PM IST

Published : Feb 8, 2022, 8:45 PM IST

ମେଘାଳୟରେ କଂଗ୍ରେସକୁ ଝଟକା, ଦଳ ଛାଡିଲେ ଅବଶିଷ୍ଟ ୫ ବିଧାୟକ
ମେଘାଳୟରେ କଂଗ୍ରେସକୁ ଝଟକା, ଦଳ ଛାଡିଲେ ଅବଶିଷ୍ଟ ୫ ବିଧାୟକ

ଶିଲଂ: ମେଘାଳୟ କଂଗ୍ରେସକୁ ପୁଣି ବଡ ଝଟକା । ଦଳକୁ ଅଲବିଦା କହିଲେ ଅବଶିଷ୍ଟ ୫ ବିଧାୟକ । ନିକଟରେ ଦଳର ୧୨ ବିଧାୟକ ତୃଣମୂଳ କଂଗ୍ରେସ (ଟିଏମସି) ରେ ସାମିଲ ହୋଇଥିବାବେଳେ ଅବଶିଷ୍ଟ ବିଧାୟକ ଆଜି ଦଳ ଛାଡି କ୍ଷମତାରେ ଥିବା BJP ନେତୃତ୍ବାଧୀନ ମେଣ୍ଟ ମେଘାଳୟ ଡେମୋକ୍ରାଟିକ୍ ଆଲାଏନ୍ସ (MDA)ରେ ଯୋଗ ଦେଇଛନ୍ତି । ଏହି ବିଧାୟକମାନଙ୍କ ମଧ୍ୟରେ ଏମ୍ ଆମ୍ପାରିନ୍ ଲିଙ୍ଗଡୋହ, ପି.ଟି ସାକ୍କି, ମାୟରାଲବୋର୍ନ୍ ସିୟମ, କିମଫା ଏସ. ମାରବାନିଆଙ୍ଗ, ଏବଂ ମୋହେଣ୍ଡ୍ରୋ ରାପ୍ସଙ୍ଗ୍ ରହିଛନ୍ତି ।

ଗତବର୍ଷ (୨୦୨୧) ନଭେମ୍ବରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମାଙ୍କ ସମେତ 12 ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେବା ସହ ତୃଣମୂଳ କଂଗ୍ରେସରେ ଯୋଗଦାନ କରିଥିଲେ । ଦଳ ପାଖରେ ଆଉ ମାତ୍ର ୫ ବିଧାୟକ ରହିଥିଲେ । ଆଜି ୫ ବିଧାୟକ ଦଳ ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କନରାଡ କେ.ସାଙ୍ଗମାଙ୍କୁ ଭେଟି ମିଳିତ ମେଣ୍ଟରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ସେମାନଙ୍କୁ ମେଣ୍ଟ ପକ୍ଷରୁ ସ୍ବାଗତ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରେଷ୍ଟୋନ୍ ଟିନସଙ୍ଗଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ମିଳିତ ମଞ୍ଚକୁ ସ୍ୱାଗତ କରିଛନ୍ତି।

ଦଳ ଛାଡିଥିବା କଂଗ୍ରେସ ବିଧାୟକମାନେ ମେଣ୍ଟରେ ସାମିଲ ହେବା ସହ ସରକାରଙ୍କ ହାତମୁଠାକୁ ସଶକ୍ତ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି । ସେହିପରି ସେମାନେ ସରକାରଙ୍କ ନିଷ୍ପତ୍ତିଗତ ପ୍ରକ୍ରିୟାରେ ସହଯୋଗ କରିବା ସହ ରାଜ୍ୟର ବିକାଶ ଧାରାରେ ସହଯୋଗ କରିବାକୁ ଇଚ୍ଛୁକ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ସଦସ୍ୟମାନଙ୍କୁ ସ୍ୱାଗତ କରି ଆମେ ଆନନ୍ଦିତ, ସେମାନେ ଆଜି ଆନୁଷ୍ଠାନିକ ଭାବରେ MDA ମେଣ୍ଟ ସରକାରଙ୍କୁ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଯାହା ଆମ ପାଇଁ ଖୁସିର ବିଷୟ । ମେଣ୍ଟ ସେମାନଙ୍କ ଉପସ୍ଥିତିରେ ଆହୁରି ସୁଦୃଢ ହେବ । ତେବେ ବର୍ତ୍ତମାନ ସଂଖ୍ୟାକୁ ଦେଖିଲେ TMC ରାଜ୍ୟରେ ବିରୋଧୀ ଦଳ।

ANI

ABOUT THE AUTHOR

...view details