ଭୋପାଳ:ଧାର୍ମିକ ଅନୁଷ୍ଠାନ ଧର୍ମ ପରିବର୍ତ୍ତନ କରାଇବା ମାମଲାରେ ମଧ୍ୟ ପ୍ରଦେଶ ହାଇକୋର୍ଟ ଏକ ବଡ ରାୟ ପ୍ରକାଶ କରିଛନ୍ତି । ଗ୍ୱାଲିଅର୍ ବେଞ୍ଚ ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି କହିଛନ୍ତି, କୌଣସି ଧାର୍ମିକ ଅନୁଷ୍ଠାନର ଯୁବକ କିମ୍ବା ଯୁବତୀ ଧର୍ମ ପରିବର୍ତ୍ତନ କରିବାର ଅଧିକାର ନାହିଁ । ଉକ୍ତ ସଙ୍ଗଠନ ସେ ପ୍ରକାର କୌଣସି ଧର୍ମଗତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିବା ପାଇଁ ଅଧିକୃତ ନୁହନ୍ତି । ଏପରି ବୈଧ ପ୍ରମାଣପତ୍ର କେବଳ ଜିଲ୍ଲାପାଳ ହିଁ ପ୍ରଦାନ କରିବା ପାଇଁ ସାମ୍ବିଧାନିକ ଭାବେ ଅଧିକୃତ ବୋଲି କୋର୍ଟ କହିଛନ୍ତି । ଏପରି ଟିପ୍ପଣି ସହ କୋର୍ଟ ଆର୍ଯ୍ୟ ମନ୍ଦିରରେ ବିବାହ କରିଥିବା ରାହୁଲ ଏବଂ ହିନା ଖାନଙ୍କ ବିବାହକୁ ଅବୈଧ ବୋଲି ଦର୍ଶାଇଥିଲେ ।
ହିନ୍ଦୁ-ମୁସଲମାନ ବିବାହ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି:
ମୁସଲମାନରୁ ହିନ୍ଦୁ ଧର୍ମ ଗ୍ରହଣ କରିଥିବା ହିନା ଖାନଙ୍କୁ ନାରୀ ନିକେତନରେ ରହୁଥିବା ଏହି ଯୁବତୀଙ୍କୁ ଏକ ସପ୍ତାହ ମଧ୍ୟରେ ସେଠାରୁ ମୁକ୍ତ କରାଯିବା ଉଚିତ୍ ବୋଲି କୋର୍ଟ କହିଛନ୍ତି । ଏଥିସହ ରାହୁଲ ଏବଂ ହିନା ଖାନଙ୍କ ଧର୍ମ ପରିବର୍ତ୍ତନ ପରେ ହାଇକୋର୍ଟ ଏହି ବିବାହକୁ ଅବୈଧ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ଧର୍ମାନୁଷ୍ଠାନରେ ଧର୍ମକୁ ପରିବର୍ତ୍ତନ କରି କରାଯାଇଥିବା ବିବାହ ଉପରେ ଏହି ଆଦେଶ ପ୍ରଯୁଜ୍ୟ ହେବ ।