ଓଡିଶା

odisha

Raees Promotion Stampede Case: ଶାହରୁଖଙ୍କୁ ଗୁଜୁରାଟ ହାଇକୋର୍ଟରୁ ଆଶ୍ବସ୍ତି

By

Published : Apr 28, 2022, 9:11 AM IST

ଗୁଜୁରାଟ ହାଇକୋର୍ଟରୁ ବଲିଉଡ ଅଭିନେତା ଶାହରୁଖଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ରଇସ(Raees) ଚଳଚ୍ଚିତ୍ରର ପ୍ରମୋଶନ ସମୟରେ ହୋଇଥିବା ଦଳାଚକଟା ଘଟଣାରେ ହୋଇଥିବା ଅପରାଧିକ ମାମଲାକୁ ଖାରଜ କରିଛନ୍ତି ଗୁଜୁରାଟ ହାଇକୋର୍ଟ । ଅଧିକ ପଢନ୍ତୁ

ବଲିଉଡ ଅଭିନେତା ଶାହରୁଖଙ୍କୁ ଗୁଜୁରାଟ ହାଇକୋର୍ଟରୁ ମିଳିଲା ଆସ୍ବସ୍ତି
ବଲିଉଡ ଅଭିନେତା ଶାହରୁଖଙ୍କୁ ଗୁଜୁରାଟ ହାଇକୋର୍ଟରୁ ମିଳିଲା ଆସ୍ବସ୍ତି

ଗାନ୍ଧୀନଗର:ଗୁଜୁରାଟ ହାଇକୋର୍ଟରୁ ବଲିଉଡ ଅଭିନେତା ଶାହରୁଖଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ରଇସ(Raees) ଚଳଚ୍ଚିତ୍ରର ପ୍ରମୋଶନ ସମୟରେ ହୋଇଥିବା ଦଳାଚକଟା ଘଟଣାରେ ହୋଇଥିବା ଅପରାଧିକ ମାମଲାକୁ ଖାରଜ କରିଛନ୍ତି ଗୁଜୁରାଟ ହାଇକୋର୍ଟ । ଚଳଚ୍ଚିତ୍ର ରଇସର ପ୍ରଚାର ପାଇଁ ସେ ଟ୍ରେନ ଯାତ୍ରା ସମୟରେ ଭଦୋଦରାର ରେଳ ଷ୍ଟେସନରେ ଘଟିଥିବା ଏକ ଦଳାଚକଟା ହୋଇଥିଲେ । ଏନେଇ ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ହୋଇଥିଲା । ଯାହାକୁ ଖାରଜ କରିଦେଇଛନ୍ତି ଗୁଜୁରାଟ ହାଇକୋର୍ଟ ।

୨୦୧୭ ଜାନୁଆରୀ ୨୩ ତାରିଖ ଦିନ ଜଣେ ସ୍ଥାନୀୟ ରାଜନେତା ଫରଦିନ ଖାନ ପଠାନ ଭଦୋଦରା ରେଳ ଷ୍ଟେସନରେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଏହି ମାମଲାରେ ଅଦାଲତ ଶାହରୁଖଙ୍କୁ ସିଆରପିସିର ଧାରା ୨୦୪ ଅନୁଯାୟୀ ସମନ ଜାରି କରିବା ପରେ ଖାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୂଚନାଅନୁସାରେ, ଚଳଚ୍ଚିତ୍ର ରଇସର ପ୍ରମୋଶନ ସମୟରେ ଭଦୋଦରା ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥିଲେ । ତତକ୍ଷଣାତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟମାନଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା ପାଇଁ କାର୍ଯ୍ୟ କରିଥିବା ଅଭିଯୋଗରେ ଶାହରୁଖ ଖାନଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିଲା।

ଏନେଇ ହାଇକୋର୍ଟର ଏକ ବିବୃତ୍ତିରେ କୁହାଯାଇଛି ଯେ, ସମ୍ପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ପାଇବା ପରେ ସେ ଚଳଚ୍ଚିତ୍ରକୁ ରେଳ ଷ୍ଟେସନରେ ପ୍ରମୋସନ କରୁଥିଲେ। ଆବେଦନକାରୀଙ୍କ କାର୍ଯ୍ୟକୁ ଅବହେଳା କିମ୍ବା ବେପରୁଆ ବୋଲି କୁହାଯାଇପାରିବ ନାହିଁ । ଅଭିନେତା ଶାହରୁଖ ଖାନ ରଇସ ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ମୁମ୍ବାଇରୁ ଦିଲ୍ଲୀ କ୍ରାନ୍ତି ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ଯେତେବେଳେ ଟ୍ରେନ ଭଦୋଦରା ରେଳ ଷ୍ଟେସନରେ ପହଞ୍ଚିଲା ସେତେବେଳେ ତାଙ୍କର ଶହ ଶହ ପ୍ରଶଂସକ ତାଙ୍କ ଝଲକ ପାଇବା ପାଇଁ ପ୍ଲାଟଫର୍ମକୁ ଦୌଡ଼ି ଆସିଥିଲେ। ଏହି ସମୟରେ ସୁପରଷ୍ଟାର ଶାହରୁଖ ଭିଡ଼ ଉପରକୁ ସ୍ମାଇଲି ବଲ୍‌(smiley balls) ଏବଂ ଟି-ସାର୍ଟ(t-shirts) ଫିଙ୍ଗିଥିଲେ, ଯାହା ଫଳରେ ପରିସ୍ଥିତି ଗଣ୍ଡଗୋଳ ସହ ଦଳାଚକଟା ହୋଇଥିଲା ।

ABOUT THE AUTHOR

...view details