ଓଡିଶା

odisha

ETV Bharat / bharat

ମୋବାଇଲ ଟାଓ୍ବାର ଭଙ୍ଗା ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ରିଲାଏନ୍ସ - ନୂଆ କୃଷି ଆଇନକୁ ବିରୋଧ ପ୍ରସଙ୍ଗ

ପଞ୍ଜାବ ଓ ହରିୟାଣା କୃଷକ ଆନ୍ଦୋଳନ ବେଳେ ରିଲିଆନ୍ସର ବହୁ ଟାଓ୍ବାର ଭଙ୍ଗା ଯିବା ଘଟଣାରେ କୋର୍ଟରେ ଦ୍ବାରସ୍ଥ ହେଲା କମ୍ପାନୀ । ପଢନ୍ତୁ ଅଧିକ...

ମୋବାଇଲ ଟାଓ୍ବାର ଭଙ୍ଗା ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ରିଲାଏନ୍ସ
ମୋବାଇଲ ଟାଓ୍ବାର ଭଙ୍ଗା ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ରିଲାଏନ୍ସ

By

Published : Jan 4, 2021, 9:07 PM IST

ଚଣ୍ଡିଗଡ: ପଞ୍ଜାବ ଓ ହରିୟାଣା କୃଷକ ଆନ୍ଦୋଳନ ବେଳେ ରିଲାଏନ୍ସ କମ୍ପାନୀର ବହୁ ମୋବାଇଲ ଟାଓ୍ବାର ଭଙ୍ଗାଯିବା ଘଟଣାରେ କୋର୍ଟରେ ଦ୍ବାରସ୍ଥ ହେଲା କମ୍ପାନୀ । ଏନେଇ ହରିୟାଣା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।

କୃଷି ଆଇନକୁ ବିରୋଧ ବେଳେ ପଞ୍ଜାବ ଓ ହରିୟାଣାରେ ଅନେକ ରିଲିଆନ୍ସ ଜିଓ ଟାଓ୍ବାରକୁ ଭାଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ କମ୍ପାନୀ ବହୁ ଆର୍ଥିକ କ୍ଷତି ସହିବା ଯୋଗୁଁ ଏବେ କୋର୍ଟର ଦ୍ବାରସ୍ଥ ହୋଇଛି । ଏହା ସହ କମ୍ପାନୀର ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡିଛି କମ୍ପାନୀ ।

କେବଳ କମ୍ପାନୀର ମୋବାଇଲ ଟାଓ୍ବାର ନୁହେଁ ପଞ୍ଜାବ ପରେ ଏବେ ହରିୟାଣାରେ ବିଭିନ୍ନ ସ୍ଥାନରେ ରିଲିଆନ୍ସ ମଲକୁ ମଧ୍ୟ ବିରୋଧ ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ରିଲିଆନ୍ସ କହିଛି ତାଙ୍କୁ ଅଯଥାରେ ଟାର୍ଗେଟ କରାଯାଉଛି । କିନ୍ତୁ କୃଷକ ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ କମ୍ପାନୀ ପ୍ରତ୍ୟକ୍ଷ ଭାବେ କ୍ରୟ କରେ ତେଣୁ କମ୍ପାନୀ କୃଷକ ମାନଙ୍କ କ୍ଷତି ଚାହେଁ ନାହିଁ ବୋଲି କହିଛି କମ୍ପାନୀ ।

କମ୍ପାନୀ ସ୍ପଷ୍ଟିକରଣ ଦେଇ କହିଛି ଯେ ବର୍ତ୍ତମାନ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ସହ ରିଲିଆନ୍ସ କମ୍ପାନିର କୌଣସି ସମ୍ପର୍କ ନାହିଁ । ତଥାପି ଏହି କୃଷି କାନୁନ ପ୍ରସଙ୍ଗରେ କମ୍ପାନିର ନାମ ଯୋଡି ରାଜନୀତି କରାଯାଉଛି । କମ୍ପାନୀର ସମ୍ପତ୍ତିକୁ କ୍ଷତି ପହଞ୍ଚା ଯାଉଛି । ଯାହା ଫଳରେ କମ୍ପାନୀର ପ୍ରତିଷ୍ଠା ପ୍ରତି କ୍ଷତି ପହଞ୍ଚାଉଥିବା ଅଭିଯୋଗ କରିଛି କମ୍ପାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details