ଓଡିଶା

odisha

ETV Bharat / bharat

ଇନ୍ଦୋରକୁ 30 ଟନ ଅମ୍ଳଜାନ ଯୋଗାଇଲା ରିଲାଏନ୍ସ ଗ୍ରୁପ - ରିଲାଏନ୍ସ ଗ୍ରୁପ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଅମ୍ଳଜାନର ଅଭାବ ପରେ ରିଲାଏନ୍ସ ଗ୍ରୁପ 30 ଟନ ଅମ୍ଳଜାନ ଯୋଗାଇଛି । ଅଧିକ ପଢନ୍ତୁ...

ଇନ୍ଦୋରକୁ 30 ଟନ ଅମ୍ଳଜାନ ଯୋଗାଇଲା ରିଲାଏନ୍ସ
ଇନ୍ଦୋରକୁ 30 ଟନ ଅମ୍ଳଜାନ ଯୋଗାଇଲା ରିଲାଏନ୍ସ

By

Published : Apr 18, 2021, 6:52 AM IST

ଭୋପାଳ:ଦେଶରେ କୋରୋନା ସଂକ୍ରମଣ କ୍ଷିପ୍ର ଗତିରେ ବୃ୍ଦ୍ଧି ପାଇବା ଫଳରେ ଦୈନିକ ହଜାର ହଜାର ଲୋକ ମହାମାରୀରେ ଆକ୍ରାନ୍ତ ହେଉଛନ୍ତି । ପ୍ରତିଦିନ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କ ଚିକିତ୍ସା ଲାଗି ଅଭାବ ପଡୁଛି ଅମ୍ଳଜାନ । ତେବେ ଏହି ଅମ୍ଳଜାନ ଅଭାବକୁ ଲକ୍ଷ୍ୟ କରି ରିଲାଏନ୍ସ ଗ୍ରୁପ ଇନ୍ଦୋରକୁ 30 ଟନ ମେଡିକାଲ ଅମ୍ଳଜାନ ଯୋଗାଇଥିବା ସୂଚନା ମିଳିଛି ।

ରିଲାଏନ୍ସ ଗ୍ରୁପର ଗୁଜୁରଟାର ଜାମନଗରରେ ଥିବା ପ୍ଲାଣ୍ଟରୁ ଏକ ଟ୍ୟାଙ୍କର ଯୋଗେ 30 ଟନ ମେଡିକାଲ ଅମ୍ଳଜାନ ଗ୍ୟାସକୁ ଇନ୍ଦୋରକୁ ପଠାଇଛି । ତେବେ ଏହି ଅମ୍ଳଜାନ ଗ୍ୟାସ ଗୁଡିକ ସହରରେ ଅମ୍ଳଜାନ ଅଭାବ ଥିବା ହସ୍ପିଟାଲକୁ ପ୍ରଦାନ କରାଯାଇଛି । ଶନିବାର ରାତି ପ୍ରାୟ 10ଟା ସମୟରେ ଚନ୍ଦନ ନଗରର ଧାର ରୋଡ ନିକଟରେ ବିଜେପି ନେତା ତଥା ମନ୍ତ୍ର୍ରୀ ତୁଲସୀ ସିଲାବତ ଓ ନଗର ସଭାପତି ଗୌରବ ରନାଦିଭେ ଏହାକୁ ସ୍ବାଗତ କରିଥିଲେ । ରିଲାଏନ୍ସ ଗ୍ରୁପ ଯୋଗାଇଥିବା ଏହି ଅମ୍ଳଜାନ ସହର ପାଇଁ ଉପଯୋଗୀ ବୋଲି ସିଲାବତ କହିଛନ୍ତି । ଏହି ମେଡିକାଲ ଅମ୍ଳଜାନ ଟ୍ୟାଙ୍କର ସହରବାସୀଙ୍କ ପାଇଁ ଲାଇଫ ଲାଇନ ଭାବେ ଆସିଛି ବୋଲି ରନାଦିଭେ କହିଛନ୍ତି ।

ଅନ୍ୟପଟେ ରିଲାଏନ୍ସ ଗ୍ରୁପ ମହାରାଷ୍ଟ୍ରକୁ ବିନା ଶୁଳ୍କରେ 100 ଟନ ଅମ୍ଳଜାନ ଯୋଗାଇବ ବୋଲି ପ୍ରତିଶୃତି ଦେଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରିଲାଏନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସହିତ ଆଲୋଚନା ପରେ ଏହି କମ୍ପାନୀ ଅମ୍ଳଜାନ ଯୋଗାଇବ ବୋଲି ଜଣାପଡିଛି । ତେବେ ସୂଚନା ଥାଉ କି ଗତ 24 ଘଣ୍ଟାରେ 2.34 ଲକ୍ଷରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ ଡାକି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।

@ANI

ABOUT THE AUTHOR

...view details