ଓଡିଶା

odisha

ETV Bharat / bharat

Bilkis Bano gang rape case, ଜେଲରୁ ମୁକୁଳିଲେ 11 ଅଭିଯୁକ୍ତ

ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ 11 ଅଭିଯୁକ୍ତଙ୍କୁ ରାଜ୍ୟ ସ୍ବତନ୍ତ୍ର ରେମଶିନ ପିଲିସି ଅନୁସାରେ ମୁକ୍ତ କରାଯାଇଛି । ଅଧିକ ପଢନ୍ତୁ

By

Published : Aug 17, 2022, 12:12 PM IST

Bilkis Bano gang rape case
Bilkis Bano gang rape case

ଅହମ୍ମଦାବାଦ:2002 ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା ଓ ତାଙ୍କ ପରିବାରର 7ଜଣଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଥିବା 11ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ରାଜ୍ୟ ସରକାର ଗୋଧ୍ରା ସବଜେଲରୁ ମୁକୁଳିଛନ୍ତି । ରାଜ୍ୟ ସ୍ବତନ୍ତ୍ର ରେମଶିନ ପିଲିସି ଅନୁସାରେ ସେମାନଙ୍କ ମୁକ୍ତ କରାଯାଇଥିବା କୁହାଯାଇଛି । 2008 ଜାନୁଆରୀ 21ରେ ମୁମ୍ବାଇ ସ୍ବତନ୍ତ୍ର ସିବିଆଇ କୋର୍ଟ 11ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ଜେଲରୁ ମୁକୁଳିବା ପରେ ପରିବାର ଲୋକଙ୍କ ପାଦଛୁଇଁ ପରସ୍ପର ମିଠା ଖୁଆଇଥିବା ଦେଖିବାକୁ ମିଳିଛି ।

ଦୋଷୀମାନେ 15 ବର୍ଷରୁ ଅଧିକ ସମୟ ଜେଲ ଦଣ୍ଡାଦେଶ ଭୋଗି ସାରିଥିବାରୁ ସେମାନଙ୍କ ମଧ୍ୟରୁ ଜଣେ ସିଆରପିସି ଧାରା 432 ଓ 433 ଅନୁସାରେ ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମଇରେ ଶୀର୍ଷ ଅଦାଲତ ଗୁଜୁରାଟ ସରକାରଙ୍କୁ ଦଣ୍ଡ କ୍ଷମା ପାଇଁ ଅନୁଧ୍ୟାନ କରିବାକୁ କହିଥିଲେ । ଏନେଇ ଏକ କମିଟି ଗଠନ ହୋଇଥିଲା । କମିଟିର ସୁପାରିସ ଅନୁସାରେ ଗୁଜୁରାଟ ସରକାର 11 ଜଣଙ୍କୁ ଖଲାସ କରିଛନ୍ତି ।

ଏ ଖବର ପ୍ରକାଶ ପାଇବା ପରେ ବିଲକିସଙ୍କ ସ୍ବାମୀ ୟାକୁବ ରସୁଲ କହିଛନ୍ତି, ''ଜଣେ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା ଅପରାଧୀମାନେ କିପରି ଜେଲରୁ ମୁକୁଳି ପାରିବେ । ଏ ଖବର ମୋତେ ବିସ୍ମୟ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କ୍ଷତିପୂରଣ ମିଳିଛି ହେଲେ ଘର ଓ ପରିବାର ଜଣଙ୍କୁ ଚାକିରି ମିଳିନାହିଁ । ସ୍ତ୍ରୀ ଓ 5 ପୁଅଙ୍କ ଧରି ଏଠିସେଠି ଆତ୍ମଗୋପନ କରି ବଞ୍ଚିଛୁ।''

କଣ ଥିଲା ପୁରା ଘଟଣା...

2002 ଫେବୃଆରୀ 27ରେ ଗୁଜୁରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଉକ୍ତ ଟ୍ରେନର ଥିବା 59 ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ଗୋଧ୍ରାରେ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ଦଙ୍ଗାର ନିଆଁ ଚାରିଆଡକୁ ବ୍ୟାପିଥିଲା। ଏହି ସମୟରେ ବିଲକିସ ୟାକୁବ ରସୁଲଙ୍କ ପରିବାର ସଦସ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ମାର୍ଚ୍ଚ 3ରେ ଏକ ଟ୍ରକରେ ବିଲକିସଙ୍କ ପରିବାର ସମେତ 17 ଜଣ ସ୍ଥାନାନ୍ତରିତ ହେଉଥିବାବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ 14ଜଣଙ୍କ ମୃତ୍ୟୁ ହୋଇଥିଲା । ସେଥିରେ ବିଲକିସଙ୍କ ପରିବାରରୁ 7 ସଦସ୍ୟ ଥିଲେ । ବିଲକିସଙ୍କ 2 ବର୍ଷୀୟା ଝିଅଟିଏ ମଧ୍ୟ ଆଖି ବୁଜିଥିଲା । ଖାଲି ସେତିକି ନୁହେଁ ଗର୍ଭବତୀ ଥିବା ବିଲକିସଙ୍କୁ ଗଣଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ । ସୌଭାଗ୍ୟବସତଃ ବଞ୍ଚିଯାଇଥିବା ବିଲକିସ ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଥିଲେ ।

ପ୍ରାଣ ବିକଳରେ ସେଠୁ ଆସି ନିଜକୁ ବଞ୍ଚାଇ ଥିଲେ ବିଲକିସ । ଏହାପରେ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଘଟଣାର ବର୍ଷକ ପରେ ପୋଲିସ ତାଙ୍କ ବୟାନରେ ତାଳମେଳ ନଥିବା ଦର୍ଶାଇବାରୁ ମାଜିଷ୍ଟ୍ରେଟ ପ୍ରମାଣ ଅଭାବରୁ ମାମଲା ବନ୍ଦ କରି ଦେଇଥିଲେ । ଏହାପରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ବିଲକିସ । ଏହା ସହ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । 2003 ସର୍ବୋଚ୍ଚ ଅଦାଲତ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଥିଲେ । 2004ରେ ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିଲେ । ଏହି ସମ୍ବେଦନଶୀଳ ମାମଲାରୁ ଶୁଣାଣି କରି ସୁପ୍ରିମକୋର୍ଟ ମୁମ୍ବାଇକୁ ସ୍ଥାନାନ୍ତରଣ କରିଥିଲେ । 2008 ଜାନୁଆରୀ 21ରେ ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ସିବିଆଇ କୋର୍ଟ 11ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।

ABOUT THE AUTHOR

...view details