ଓଡିଶା

odisha

ETV Bharat / bharat

ହରିଦ୍ବାର କୁମ୍ଭମେଳାରେ ସ୍ନାନ ପାଇଁ ଆବଶ୍ୟକ ରେଜିଷ୍ଟ୍ରେସନ ପାସ୍‌ - କୁମ୍ଭମେଳାରେ ସ୍ନାନ ପାଇଁ ଆବଶ୍ୟକ ରେଜିଷ୍ଟ୍ରେସନ ପାସ୍‌

ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ହରିଦ୍ବାର କୁମ୍ଭମେଳାରେ ସ୍ନାନ ପାଇଁ ରେଜିଷ୍ଟ୍ରେସନ ପାସ୍‌ ଆବଶ୍ୟକ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

Registration pass required for bathing in haridwar kumbh in february
ହରିଦ୍ବାର କୁମ୍ଭମେଳାରେ ସ୍ନାନ ପାଇଁ ଆବଶ୍ୟକ ରେଜିଷ୍ଟ୍ରେସନ ପାସ୍‌

By

Published : Feb 9, 2021, 6:21 PM IST

ଡେରାଡୁନ:ଉତ୍ତରାଖଣ୍ଡର ପ୍ରସିଦ୍ଧ ହରିଦ୍ବାର କୁମ୍ଭମେଳା ଚଳିତ ବର୍ଷ ଫେବୃଆରୀରେ ପଡୁଥିବାବେଳେ ଜିଲ୍ଲା ପୋଲିସ ଓ କୁମ୍ଭ ପୋଲିସର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି କୁମ୍ଭମେଳାରେ ସ୍ନାନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ପୂର୍ବରୁ ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରି ହରିଦ୍ବାରକୁ ଆସିବାକୁ ପଡିବ । ତେବେ ବିନା ରେଜିଷ୍ଟ୍ରେସନ ପାସ୍‌ରେ ଶ୍ରଦ୍ଧାଳୁଙ୍କୁ ସ୍ନାନ ପାଇଁ ଅନୁମତି ମିଳିବ ନାହିଁ ବୋଲି ସୂଚନା ମିଳିଛି ।

ହରିଦ୍ବାର କୁମ୍ଭମେଳାରେ ସ୍ନାନ ପାଇଁ ଆବଶ୍ୟକ ରେଜିଷ୍ଟ୍ରେସନ ପାସ୍‌

ଶିବରାତ୍ରିରେ ଏଠାରେ ହେଉଥିବା ଶାହି ସ୍ନାନଠାରୁ ଆରମ୍ଭ କରି ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସ୍ନାନ ପାଇଁ ରେଜିଷ୍ଟ୍ରେସନ ପାସ୍‌ର ଆବଶ୍ୟକତା ରହିଛି । ସ୍ନାନ କରିବାକୁ ରେଜିଷ୍ଟ୍ରେସନ କରିଥିବା ଶ୍ରଦ୍ଧାଳୁଙ୍କୁ ସ୍ନାନ କରିବାକୁ ଆସିବା ପୂ୍ର୍ବରୁ 72 ଘଣ୍ଟାର କୋଭିଡ ନେଗେଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ ବୋଲି ମେଳାର ଆଇଜି ସଞ୍ଜୟ ଗୁଞ୍ଜ୍ୟାଲ କହିଛନ୍ତି । କୁମ୍ଭମେଳାକୁ ଆସିବାକୁ ଥିବା ଯାତ୍ରୀଙ୍କ ରେଜିଷ୍ଟ୍ରେସନ ପାଇଁ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଏଠାରେ ଯାତ୍ରୀମାନେ ନିଜର ରେଜିଷ୍ଟ୍ରେସନ କରିପାରିବେ ବୋଲି ଆଇଜି କହିଛନ୍ତି ।

ତେବେ ପ୍ରତିବର୍ଷ କୁମ୍ଭମେଳା ପାଇଁ ଚାଲୁଥିବାବେଳେ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ସ୍ବତନ୍ତ୍ର ଟ୍ରେନ ଚାଲିବ ନାହିଁ । ତେବେ ରାଜ୍ୟ ସରକାରଙ୍କ ଆବଶ୍ୟକ ମୁତାବକ ମେଳା ପାଇଁ ଟ୍ରେନର ବ୍ୟବସ୍ଥା କରାଯିବ ବୋଲି ADRM ମାନାସିଂହ ମୀଣା କହିଛନ୍ତି । କୋଭିଡ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ହୋଇଥିବା SOP ଅନୁଯାୟୀ କୋଭିଡ ଟେଷ୍ଟ ରିପୋର୍ଟ ଓ ଅନଲାଇନ ପାସକୁ ଯାଞ୍ଚ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details