ଓଡିଶା

odisha

FCRA Registration: ଶେଷ ହେଲା 12 ହଜାର NGOଙ୍କ ପଞ୍ଜିକରଣ ଅବଧି

By

Published : Jan 2, 2022, 7:26 AM IST

Updated : Jan 2, 2022, 3:18 PM IST

ବୈଦେଶିକ ଅଂଶଦାନ (ବିନିୟମନ) ପଞ୍ଜିକରଣ ନିୟମାବଳୀ ଅଧିନିୟମ ଅନୁଯାୟୀ 12,580 ଏନଜିଓର ପଞ୍ଜିକରଣ ଅବଧି ଆଜି ଶେଷ ହୋଇଛି । ସୂଚନା ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

FCRA Registration: ଶେଷ ହେଲା 12,580 NGO ଙ୍କର ପଞ୍ଜିକରଣ ଅବଧି
FCRA Registration: ଶେଷ ହେଲା 12,580 NGO ଙ୍କର ପଞ୍ଜିକରଣ ଅବଧି

ନୂଆଦିଲ୍ଲୀ:ବୈଦେଶିକ ଅନୁଦାନ ନିୟମାବଳୀ ଅଧିନିୟମ (FCRA) ଅନୁଯାୟୀ 12,580 ବେସରକାରୀ ସଂଗଠନ (NGO) ର ପଞ୍ଜୀକରଣ ଅବଧି ଶେଷ ହୋଇଛି । ଆଜି (ଶନିବାର) ଗୃହ ମନ୍ତ୍ରଣାଳୟ ୱେବସାଇଟରେ ଅପଲୋଡ୍ ହୋଇଥିବା ତଥ୍ୟ ଅନୁଯାୟୀ ଏହି ସୂଚନା ମିଳିଛି ।

ଜାନୁଆରୀ 1 ର ଅପଡେଟ ହୋଇଥିବା ତାଲିକାରେ, 5933 ଏନଜିଓର ପଞ୍ଜିକରଣ ବାତିଲ ହୋଇଛି କିମ୍ବା ସେମାନେ ନବୀକରଣ ପାଇଁ ଆବେଦନ କରିନଥିବା ଦର୍ଶାଯାଇଛି । ପଞ୍ଜିକୃତ ଆସୋସିଏସନ୍ ତାଲିକାରେ ସମୁଦାୟ 12,580 ଟି ବେସରକାରୀ ସଂସ୍ଥା ଥିବା ବେଳେ ଏମାନଙ୍କ ଅବଧି ଶେଷ ହୋଇଛି । ତେବେ ବିଦେଶୀ ପାଣ୍ଠି ପାଇବା ପାଇଁ FCRA ପଞ୍ଜୀକରଣ ଏକ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର ।

ANI

Last Updated : Jan 2, 2022, 3:18 PM IST

ABOUT THE AUTHOR

...view details