ମୁମ୍ବାଇ: ପ୍ରେମ, ଶାରିରୀକ ସମ୍ପର୍କ, ପରେ ବିବାହ କରିବାକୁ ମନା କରିବାକୁ ପ୍ରତାରଣ ବୋଲି ବିଚାର କରାଯାଇ ପାରିବନାହିଁ । 20 ବର୍ଷ ତଳର ଏପରି ଏକ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ଏପରି ଏକ ମାମଲରେ ତଳ କୋର୍ଟର ରାୟକୁ ଖାରଜ କରିବା ସହ ଅଭିଯୁକ୍ତ ଯୁବକକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ସମ୍ପୂର୍ଣ୍ଣ ଘଟଣା କ୍ରମ ଅନୁସାରେ, ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁ୍ଙ୍କ ବିରୋଧରେ ଏପରି ପ୍ରତାରଣା ଅଭିଯୋଗ ଆଣିବା ପରେ ପୋଲିସ କାଶୀନାଥ ଧରାନ ନାମକ ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହ ଧାରା 376 ଓ 417 ଅନୁଯାୟୀ ଦୁଷ୍କର୍ମ, ପ୍ରତାରଣା ଦଫା ଲଗାଇ କୋର୍ଟ ଚାଲାଣ କରିଥିଲା । ତେବେ ମାମଲାର ଶୁଣାଣି କରି 1999 ମସିହା ଫେବୃଆରୀ 19ରେ ଅତିରିକ୍ତ ସେସନ ଜଜ ଉକ୍ତ ଯୁବକକୁ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ କରିବା ସହ ପ୍ରତାରଣା ମାମଲାରେ ଦଣ୍ଡ ବିଧାନ କରିଥିଲେ । ।
ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗରେ 3 ବର୍ଷ ଓ ପରେ ବିବାହ ପାଇଁ ମନା କରିବା ପାଇଁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଅତିରିକ୍ତ ସେସନ କୋର୍ଟ । ପରେ ଏହି ମାମଲାରେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅଭିଯୁକ୍ତ ପ୍ରତିପକ୍ଷ ।