ନୂଆଦିଲ୍ଲୀ: ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ତ୍ବାରାନ୍ବିତ କରିବା ତଥା ସମସ୍ତଙ୍କ ପାଇଁ କମ ବ୍ୟୟ ସାପେକ୍ଷ ଭରସାଯୋଗ୍ୟ ଓ ସ୍ଥାୟୀ ଓ ନିରନ୍ତର ସବୁଜ ଶକ୍ତି ଲକ୍ଷ୍ୟ ନେଇ ଓପନ ଆକସେସ ନିୟମ କେନ୍ଦ୍ର ସରକାର ଜାରି କରିଛନ୍ତି । ଶକ୍ତି ଉତ୍ପାଦନ, କ୍ର୍ରୟ ଓ ସବୁଜ ଶକ୍ତି ବିନିଯୋଗ ଓ ବର୍ଜ୍ୟବସ୍ତୁରୁ ଶକ୍ତି ସଂଗ୍ରହ ଉଦ୍ଦେଶ୍ୟରେ ଏହି ନିୟମ ପାଇଁ ବିଜ୍ଞପ୍ତିଜାରି କରାଯାଇଛି । ବିଜ୍ଞପିତ ନିୟମ ଜରିଆରେ ସବୁଜ ଶକ୍ତି ପାଇବା ପାଇଁ ସରଳ ବ୍ୟବସ୍ଥା କରାଯାଇଛି । ଗ୍ରୀନ ଓଏ ନିମନ୍ତେ ତୁରନ୍ତ ଅନୁମୋଦନ, ଏକ ପ୍ରକାର ବ୍ୟାଙ୍କିଂ ସୁବିଧା, ସ୍ବେଚ୍ଛାକୃତ ଭାବେ ବାଣିଜ୍ୟିକ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ବାରା ଆରଇ ଶକ୍ତି କ୍ରୟ ଓ ଓଏ ଦେୟ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ ରହିବ ।
ବାଣିଜ୍ୟିକ ଓ ଶିଳ୍ପ ପାଇଁ ଶକ୍ତି ବ୍ୟବହାରକାରୀ ମାନଙ୍କୁ ସ୍ବେଚ୍ଛାକୃତ ସବୁଜ ଶକ୍ତି କ୍ରୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ନିୟମିତ ଖାଉଟିମାନେ କୌଣସି ସୀମା ନ ଥାଇ ଗ୍ରୀନ ଓପନ ଆକସେସ ଜରିଆର ଶକ୍ତି ପାଇପାରିବେ । ଡିସକମ ଖାଉଟିମାନେ ନିଜ ଚାହିଦା ମୁତାବକ ସବୁଜ ଶକ୍ତି ଯୋଗାଇବାକୁ କହିପାରିବେ ।