ଓଡିଶା

odisha

ETV Bharat / bharat

REET ପରୀକ୍ଷା: ଚପଲରେ ଲୁଚାଇଥିଲେ ବ୍ଲୁଟୁଥ୍ ଡିଭାଇସ୍, ବନ୍ଧା ହେଲେ ୫ - ରାଜସ୍ଥାନ ଯୋଗ୍ୟତା ପରୀକ୍ଷା

ଶିକ୍ଷକମାନଙ୍କ ପାଇଁ ହୋଇଥିବା REET 2021 ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ବନ୍ଧାହେଲେ ୫ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ...

REET ପରୀକ୍ଷା: ଚପଲରେ ବ୍ଲୁଟୁଥ୍ ଡିଭାଇସ୍ ଲୁଚାଇବା ଅଭିଯୋଗରେ ୫ ଗିରଫ
REET ପରୀକ୍ଷା: ଚପଲରେ ବ୍ଲୁଟୁଥ୍ ଡିଭାଇସ୍ ଲୁଚାଇବା ଅଭିଯୋଗରେ ୫ ଗିରଫ

By

Published : Sep 27, 2021, 7:39 AM IST

ଜୟପୁର: ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶିକ୍ଷକ ମାନଙ୍କ ପାଇଁ ରାଜସ୍ଥାନ ଯୋଗ୍ୟତା ପରୀକ୍ଷା (REET)2021 ଅନୁଷ୍ଠିତ ହୋଇଛି । ତେବେ ପରୀକ୍ଷାରେ ଚଞ୍ଚକତା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ବିକାନେର ଅଞ୍ଚଳର ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ । ରାଜସ୍ଥାନ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ପକ୍ଷରୁ ରାଜ୍ୟର ସମସ୍ତ 33ଟି ଜିଲ୍ଲାରେ ମୋଟ 3,993 ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ଏହି ପରୀକ୍ଷାରେ ୨ଟି ସିପ୍ଟରେ 16.51 ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା ହୋଇଥିଲା ।

ସୂଚନାନୁସାରେ ପରୀକ୍ଷାରେ ସ୍ବଚ୍ଛତା ରଖିବାକୁ ସତର୍କତାମୂଳକ ଭାବେ ରବିବାର ଜୟପୁର ସମେତ ଅନେକ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଥିଲା । ତେବେ ଏହି ପରୀକ୍ଷାରେ ଦେବାକୁ ଆସିଥିବା କିଛି ପରୀକ୍ଷାର୍ଥୀ ସ୍ଲିପର ଜୋତାରେ ବ୍ଲୁଟୁଥ୍ ଡିଭାଇସ୍ ସଂଯୋଗ କରିଥିବା ଅଭିଯୋଗରେ ବିକାନୀର ପୋଲିସ ଗିରଫ କରିଛି ।

ତେବେ ଏହି ଘଟଣାରେ ବିକାନୀର ପୋଲିସ ଅଧୀକ୍ଷକ ପ୍ରୀତି ଚନ୍ଦ୍ର କହିଛନ୍ତି କି ସେମାନେ ପରୀକ୍ଷା ପୂର୍ବରୁ ସେମାନେ ଗଙ୍ଗାଶାହର ପୋଲିସ ଷ୍ଟେସନ ପରିସରରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଧରାପଡିଥିଲେ । ଏବଂ ପରବର୍ତ୍ତୀ ମୂହୁର୍ତ୍ତରେ ଯାଞ୍ଚ ସମୟରେ ଚପଲ ସମେତ ବିଭିନ୍ନ ଉପକରଣକୁ ମଧ୍ୟ ଜବତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details