ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସମଗ୍ର ଲାଲକିଲ୍ଲା ଘଟଣା ସମ୍ପୂର୍ଣ୍ଣ ପୂର୍ବ ଯୋଜନାବଦ୍ଧ ବୋଲି ମଧ୍ୟ କେଜ୍ରିୱାଲ କହିଛନ୍ତି । ସେ କହିଛନ୍ତି, ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ସେମାନଙ୍କୁ ଜାଣିଶୁଣି ଭୁଲ ରାସ୍ତାରେ ପ୍ରବେଶ କରାଯାଇଥିଲା । ସେହିପରି ଯେଉଁମାନେ ଲାଲକିଲ୍ଲାରେ ଅନ୍ୟ ଏକ ପତାକା ଲଗାଇବାର ଦୁଃସାହାସ କଲେ ସେମାନେ କୃଷକ ନୁହନ୍ତି ବରଂ ଭାଜପା କର୍ମୀ ବୋଲି ସିଧାସଳଖ କହିଛନ୍ତି । ଏହା ଭାଜପାର ପୂର୍ବ ନିର୍ଦ୍ଧାରିତ ଷଡଯନ୍ତ୍ର ବୋଲି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି କେଜ୍ରିଓ୍ବାଲ ।
ଲାଲକିଲ୍ଲା ହିଂସା ସରକାରୀ ପ୍ରାୟୋଜିତ: କେଜ୍ରିୱାଲ
ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...
ଲାଲକିଲ୍ଲା ହିଂସା ସରକାରୀ ପ୍ରାୟୋଜିତ: କେଜ୍ରିୱାଲ
କୃଷକ ଆନ୍ଦୋଳନ ଚାଲିଥିବାବେଳେ ଏହାକୁ ରାଜନୈତିକ ବୟାନବାଜି କମ ହେବାର ନାଁ ଧରୁନି । ଏହି ଆଇନକୁ କଂଗ୍ରସ ଓ ଅନ୍ୟ ବିରୋଧି ଦଳମାନେ ବିରୋଧ କରିବା ସହ କ୍ରମାଗତ ଭାବେ ଟାର୍ଗେଟ କରିଚାଲିଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଭିନ୍ନ ଢଙ୍ଗରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆନ୍ଦୋଳନରତ କୃଷକ ସଂଗଠନ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ କୃଷକ ମହାପଞ୍ଚାୟତ ଆୟୋଜନ ଆରମ୍ଭ କରି ଆନ୍ଦୋଳନକୁ ପୁଣି କ୍ରିୟାଶୀଳ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 28, 2021, 8:47 PM IST