ଓଡିଶା

odisha

ETV Bharat / bharat

ଆଜି ଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ମନା ଲାଲକିଲ୍ଲା - ୧୫ ଅଗଷ୍ଟ ପର୍ଯ୍ୟନ୍ତ ଲାଲ କିଲ୍ଲା ବନ୍ଦ

୨୧ ଜୁଲାଇ ୨୦୨୧ ରୁ ୧୫ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ମନା ଲାଲକିଲ୍ଲା । ଅଧିକ ପଢନ୍ତୁ...

ଲାଲ କିଲ୍ଲା
ଲାଲ କିଲ୍ଲା

By

Published : Jul 21, 2021, 11:07 AM IST

ନୂଆଦିଲ୍ଲୀ: ଆଜି (୨୧ ଜୁଲାଇ) ଠାରୁ ୧୫ ଅଗଷ୍ଟ (ସ୍ବାଧୀନତା ଦିବସ) ପର୍ଯ୍ୟନ୍ତ ଲାଲକିଲ୍ଲାକୁ ପର୍ଯ୍ୟଟକଙ୍କ ପ୍ରବେଶ ପ୍ରସ୍ତାନ ଉପରେ କଟକଣା ଲଗାଇଛି ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ । ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଆଜିଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଲାଲ କିଲ୍ଲା ବନ୍ଦ

ଏଏସଆଇ ପକ୍ଷରୁ କୁହାଯାଇଛି ଯେ ସ୍ବାଧିନତା ଦିବସ ପାଇଁ ବର୍ତ୍ତମାନ ଠାରୁ ବିଭିନ୍ନ ସଂଗଠନ ଓ ସାମରିକ ବାହିନୀ ଅଭ୍ୟାସ କରିବେ। ଏହାବାଦ ସ୍ବାଧିନତା ଦିବସ ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯିବ। ଫଳରେ ପର୍ଯ୍ୟଟକଙ୍କ ଯାତାୟାତରେ ଏହା ପ୍ରଭାବ ପକାଇବ । ସେହିପରି ସ୍ବାଧିନତା ଦିବସ ପାଇଁ ସମଗ୍ର ରେଡ ଫର୍ଟ ଅଞ୍ଚଳକୁ ସୁରକ୍ଷା ବାହିନୀ ନିଜ ନିୟନ୍ତ୍ରଣକୁ ନେବ । ଏହି ସବୁକୁ ଦୃଷ୍ଟିରେ ରଖି ସାମୟିକ ସମୟ ପାଇଁ ରେଡଫର୍ଟକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ।

ସୂଚନାଯୋଗ୍ୟ ଗତ ଜାନୁୟାରୀ ୨୬ ରେଡ ଫର୍ଟରେ ହୋଇଥିବା ହିଂସା ଓ ବ୍ୟାପକ କ୍ଷୟକ୍ଷତି ପାଇଁ ୫ ମାସ ପର୍ଯ୍ୟନ୍ତ ରେଡ ଫର୍ଟକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା । ତେବେ ରକ୍ଷଣାବେକ୍ଷଣ କାମ ଶେଷ ହେବାପରେ ଓ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଲା ପରେ ଗତ ଜୁନ ୧୬ ରେ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଲାଲକିଲ୍ଲା ଖୋଲା ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details