ନୂଆଦିଲ୍ଲୀ:କୋଭିଡ୍ ଟୀକାକରଣକୁ ନେଇ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଖାସ କରି କୋଭିସିଲ୍ଡ ଟିକାକୁ ନେଇ ନିୟମରେ ପରିବର୍ତ୍ତନ କରାଯିବ । କୋଭିସିଲ୍ଡ ଟିକା ପ୍ରଦାନରେ ଥିବା ସମୟ ବ୍ୟବଧାନକୁ ପରିବର୍ତ୍ତନ କରାଯିବା ନେଇ ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଜାଇସେନ (National Technical Advisory Group on Immunisation) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି ।
ତେବେ ପୂର୍ବରୁ ପ୍ରଥମ ଡୋଜ କୋଭିସିଲ୍ଡ ଟିକା ନେବା ପରେ ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ ପାଇଁ ସମୟ ରହିଥିବା ବେଳେ ଏହାକୁ ୮ର ୧୬ ସପ୍ତାହ କରିବାକୁ ଯାଉଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏଥିସହ ଗତ ବର୍ଷ ୧୩ ମଇ ୨୦୨୧ରେ କେନ୍ଦ୍ର ସରକାର କୋଭିସିଲ୍ଡ ଦ୍ବିତୀୟ ଡୋଜ ନେବା ଲାଗି ୬ରୁ ୮ ସପ୍ତାହ ଥିବା ବେଳେ ଏହାକୁ ୧୨ରୁ ୧୬ ସପ୍ତାହକୁ ପରିବର୍ତ୍ତନ କରିଥିଲେ । ଏଥିପାଇଁ ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଜାଇସେନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲେ ।