ନୂଆଦିଲ୍ଲୀ:କେନ୍ଦ୍ର କ୍ୟାବିନେଟରେ ହୋଇଛି ମେଗା ବିସ୍ତାର । ମୋଦିଙ୍କ ଟିମରୁ ହଟିଛନ୍ତି ପୁରୁଣା ଚେହେରା । ନୂଆ ମନ୍ତ୍ରୀଙ୍କୁ ଦିଆଯାଇଛି ସ୍ଥାନ । ମନ୍ତ୍ରୀମଣ୍ଡଳ ବିସ୍ତାର ପୂର୍ବରୁ ଜଣ ପରେ ଜଣେ ସଦସ୍ୟ ଦେଇଥିଲେ ଇସ୍ତଫା । ଆଉ ଏବେ ସାମ୍ନାକୁ ଆସୁଛି ଇସ୍ତଫାର ଇନସାଇଡ ଷ୍ଟୋରୀ ।
ବୁଧବାର କ୍ୟାବିନେଟ ବିସ୍ତାର ପୂର୍ବରୁ ଇସ୍ତଫା ଦେଇଥିବା ହେବିୱେଟଙ୍କ ମଧ୍ୟରେ ବରିଷ୍ଠ ନେତା ରବିଶଙ୍କର ପ୍ରସାଦ, ଡାକ୍ତର ହର୍ଷବର୍ଦ୍ଧନ, ପ୍ରକାଶ ଜାଭଡେକରଙ୍କ ସମେତ ଅନେକ ନାଁ ସାମିଲ ରହିଛି । କାର୍ଯ୍ୟ ଆଉ ପ୍ରଦର୍ଶନକୁ ନେଇ ମନ୍ତ୍ରୀମଣ୍ଡଳରୁ ଏହି ଚେହେରାକୁ ହଟାଯାଇଥିବା ବର୍ତ୍ତମାନ ସୁଦ୍ଧା ଚର୍ଚ୍ଚା ହୋଇଆସୁଥିଲା । ହେଲେ ବ୍ୟବସ୍ଥା କାରଣରୁ ଏହି ନେତାମାନଙ୍କୁ ମନ୍ତ୍ରୀ ପଦରୁ ଛୁଟି ଦିଆଯାଇଥିବା ଜଣାପଡିଛି ।
ମନ୍ତ୍ରୀମାନଙ୍କୁ ହଟାଯିହା ସହ କ୍ଷମତାର ନାହିଁ କୌଣସି ସମ୍ପର୍କ । ସରକାର ବ୍ୟବସ୍ଥା ଉପରେ ଆଧାରିତ । ତେଣୁ ଏହି ବ୍ୟବସ୍ଥା କାରଣରୁ କ୍ୟାବିନେଟର ଅଦଳବଦଳରେ ପୁରୁଣା ମନ୍ତ୍ରୀମାନଙ୍କୁ ବାହାର କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି ।