ଓଡିଶା

odisha

ETV Bharat / bharat

RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ - ୨୦୦୦ ଟଙ୍କିଆ ନୋଟ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବଡ଼ ଘୋଷଣା । ୨୦୦୦ ହଜାର ନୋଟକୁ ମାର୍କେଟରୁ ଫେରାଇନେବାକୁ ଘୋଷଣା । ଅଧିକ ପଢନ୍ତୁ

2000 currency note
2000 currency note

By

Published : May 19, 2023, 7:11 PM IST

Updated : May 19, 2023, 8:12 PM IST

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବଡ଼ ଘୋଷଣା । ୨୦୦୦ ହଜାର ଟଙ୍କିଆ ନୋଟକୁ ଖୁବଶୀଘ୍ର ମାର୍କେଟରୁ ଫେରାଇନେବାକୁ କଲା ଘୋଷଣା । ୨୦୦୦ ଟଙ୍କିଆ ନୋଟ ଜାରି ନ କରିବା ଲାଗି ମଧ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଆରବିଆଇ । ବର୍ତ୍ତମାନ ମାର୍କେଟରେ ଥିବା 2000 ଟଙ୍କିଆ ନୋଟକୁ 23 ମେ’ ଆସନ୍ତା ମଙ୍ଗଳବାର ଠାରୁ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବ୍ୟାଙ୍କରେ ବଦଳାଇ ହେବ। ୩୦ ସେପ୍ଟେମ୍ବର ପରେ ମଧ୍ୟ କିନ୍ତୁ ୨୦୦୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ଜାରି ରହିବ । ଅର୍ଥାତ ଏହା ସମ୍ପୂର୍ଣ୍ଣ ଭାବେ ଅଚଳ ହେବ ନାହିଁ।

RBIର ବଡ଼ ଘୋଷଣା, ଆଉ ଆସିବନି ୨୦୦୦ ନୋଟ୍‌

୨୦୦୦ ଟଙ୍କିଆ ଅଚଳ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କ୍ଲିନ ନୋଟ ପଲିସି ଅନୁସାରେ ନିଷ୍ପତ୍ତି ନେଇଛି । ଆସନ୍ତା ୨୩ ତାରିଖ (ମଙ୍ଗଳବାର) ଠାରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସାରା ଦେଶରେ ଥିବା ୧୯ ଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ଅନ୍ୟ ବ୍ୟାଙ୍କ ଗୁଡ଼ିକରେ ୨୦୦୦ ଟିଙ୍କିଆ ନୋଟକୁ ବଦଳାଇ ହେବ । ଆଗକୁ ୨୦୦୦ ଟଙ୍କିଆ ନୋଟ ଅଚଳ ହେବାକୁ ଥିବାରୁ ସମସ୍ତ ବ୍ୟାଙ୍କ ଗୁଡ଼ିକୁ ଏହାର ଜାରିକୁ ବନ୍ଦ କରିବା ଲାଗି RBI ନିର୍ଦ୍ଦେଶ ଦେଇଛି । ଲୋକେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କରେ ଏକ୍ସଚେଞ୍ଜ ତଥା ବଦଳାଇ ପାରିବେ। ଜଣେ ବ୍ୟକ୍ତି ଏକାଥରେ 20 ହଜାର ଟଙ୍କା ବ୍ୟାଙ୍କରେ ବଦଳାଇ ପାରିବେ ।

ବିମୁଦ୍ରିକରଣ ପରେ ଆରମ୍ଭ ହୋଇଥିଲା ପ୍ରଚଳନ:-ସୂଚନା ଥାଉ କି ୨୦୧୬ ମସିହାରେ ବିମୁଦ୍ରୀକରଣ ପରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ ହୋଇଥିଲା । ଗତ ୨୦୧୮-୧୯ରୁ ୨୦୦୦ ଟଙ୍କିଆ ନୋଟ ଛାପା ବନ୍ଦ ହୋଇଥିଲା । ଏନେଇ ଆରବିଆଇ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ସୂଚନା ଦିଆଯାଇଛି । ଏହି ନିର୍ଦ୍ଦେଶ ପରେ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ନେଇ ଭିଡ଼ ପରିଲକ୍ଷିତକୁ ଦୃଷ୍ଟିରେ ରଖି ଆରବିଆଇ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ଜାରି କରିଛନ୍ତି । ଜଣେ ବ୍ୟକ୍ତି ଏକା ଥରକେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ । ମେ ୨୩ ତାରିଖଠାରୁ ଏହି ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ ।

୨୦୧୮ରୁ ବନ୍ଦ ରହିଛି ଥିଲା ମୁଦ୍ରଣ:-ସେପଟେ ଗତ କିଛି ବର୍ଷ ଧରି ବଜାରରେ ୨୦୦୦ ଟଙ୍କିଆ ନୋଟର ଅଭାବ ପରିଲକ୍ଷିତ ହେଉଥିଲା । ଏପରିକି ATMରୁ ମଧ୍ୟ ଏହି ନୋଟ ବାହାରୁନଥିଲା । ଏ ନେଇ ସରକାର ସଂସଦରେ ମଧ୍ୟ ସୂଚନା ଦେଇଥିଲେ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ବାର୍ଷିକ ରିପୋର୍ଟରେ ୨୦୦୦ ଟଙ୍କିଆ ନୋଟକୁ ନେଇ ତଥ୍ୟ ଦେଇଛି । ଆର୍ଥିକ ବର୍ଷ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ପରଠାରୁ ୨୦୦୦ ଟଙ୍କିଆ ନୋଟ ଛପା ଉପରେ ମଧ୍ୟ ରୋକ ଲଗାଇଯାଇଥିଲା । ଏଥିଲାଗି ବଜାରରେ ନୋଟର ଅଭାବ ଦେଖିବାକୁ ମିଳିଥିଲା ।

RBIର ବଡ଼ ଘୋଷଣା, ଆଉ ଆସିବନି ୨୦୦୦ ନୋଟ୍‌

ଏହା ବି ପଢନ୍ତୁ- Hindenburg Case: ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ ଏକ୍ସପର୍ଟ କମିଟିର କ୍ଲିନଚିଟ୍

ଗତ ୨୦୧୭-୨୮ ମସିହା ମଧ୍ୟରେ ସବୁଠୁ ଅଧିକ ୨୦୦୦ ଟଙ୍କିଆ ନୋଟ ପ୍ରଚଳିତ ହୋଇଥିଲା । ଏହି ସମୟରେ ବଜାରରେ ୩୩,୬୩୦ ଲକ୍ଷ ୨୦୦୦ ଟଙ୍କିଆ ପ୍ରଚଳିତ ହୋଇଥିଲା । ଏହାର ମୋଟ ମୂଲ୍ୟ ୬.୭୨ ଲକ୍ଷ କୋଟି । ୨୦୨୧ ମସିହାରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇ କହିଥିଲେ ଯେ ଗତ ୨ବର୍ଷ ଧରି ଗୋଟିଏ ବି ୨୦୦୦ ଟଙ୍କିଆ ନୋଟ ଛପା ଯାଇନାହିଁ । ଏହାର ଉତ୍ତର ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ATMରେ ୨୦୦୦ ଟଙ୍କିଆ ନୋଟ ଭର୍ତ୍ତି ଲାଗି RBIକୁ ସେପରି କୌଣସି ନିର୍ଦ୍ଦେଶ ରହିନାହିଁ । ଆରବିଆଇ ନିଜ ଆବଶ୍ୟକ ଅନୁସାରେ ନୋଟ ଛାପିଥାଏ ।

Last Updated : May 19, 2023, 8:12 PM IST

ABOUT THE AUTHOR

...view details