ମୁମ୍ବାଇ:ଥାର୍ଡ ପାର୍ଟି ଏଜେଣ୍ଟ(third-party agents) ମାଧ୍ୟମରେ ଋଣ ଆଦାୟ କରିପାରିବନି ମହିନ୍ଦ୍ରା ଫାଇନାନ୍ସ । ମହିନ୍ଦ୍ର ଆଣ୍ଡ ମହିନ୍ଦ୍ରା ଫାଇନାନସିଆଲ ସର୍ଭିସ ଲିମିଟେଡ(M&M Financial Service)ର ଋଣ ଆଦାୟ ପାଇଁ ଥାର୍ଡ ପାର୍ଟି ଏଜେଣ୍ଟ ବା ଋଣ ଆଦାୟକାରୀ କର୍ମଚାରୀ ନିଯୁକ୍ତି ଉପରେ ରୋକ ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) । ଗୁରୁବାର ଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥିବାବେଳେ, ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଏହା ଲାଗୁ ରହିବ । ଝାଡଖଣ୍ଡରେ ୨୭ ବର୍ଷୀୟା ଗର୍ଭବତୀଙ୍କୁ ଟ୍ରାକ୍ଟର ଚଢାଇ ଫାଇନାନ୍ସ କମ୍ପାନୀ ଏଜେଣ୍ଟ କରିବା ମାମଲାରେ ଆରବିଆଇ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏଠାରେ ପ୍ରକାଶଥାଉ କି, ହଜାରିବାଗ ବରିୟାଥ ଗାଁର ମିଥିଲେଶ ମେହତା ନାମକ କୃଷକ ମହିନ୍ଦ୍ରା ଫାଇନାନ୍ସରୁ ଲୋନ୍ ନେଇ ଟ୍ରାକ୍ଟର କିଣିଥିଲେ । ହେଲେ ଠିକ୍ ସମୟରେ କିସ୍ତି ପରିଶୋଧ କରିପାରି ନଥିଲେ । ତେଣୁ ଟଙ୍କା ଆଦାୟ କରିବାକୁ ଅଚାନକ ତାଙ୍କ ଘରେ ପହଞ୍ଚିଥିଲେ ଫାଇନାନ୍ସ କମ୍ପାନୀର ଲୋନ ଆଦାୟକାରୀ ଏଜେଣ୍ଟ । କିସ୍ତି ନ ଶୁଝିବା ଯୋଗୁଁ କର୍ମଚାରୀମାନେ କୃଷକଙ୍କ ଟ୍ରାକ୍ଟର ଜବତ କରିଥିଲେ । ଏହାକୁ ନେଇ କୃଷକଙ୍କ ଝିଅ ଓ ଫାଇନାନ୍ସ କର୍ମଚାରୀଙ୍କ ମଧ୍ୟରେ ଖୁବ୍ ପାଟିତୁଣ୍ଡ ହୋଇଥିଲା ।