ମୁମ୍ବାଇ: କୋରୋନା ମହାମାରୀର ଦ୍ବିତୀୟ ତରଙ୍ଗକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ନେଇଛି ବଡ ନିଷ୍ପତ୍ତି । ବ୍ୟାଙ୍କ ନୂତନ ଅର୍ଥନୈତିକ ପୁନରୁଦ୍ଧାରକୁ ସମର୍ଥନ କରିବା ପାଇଁ ଶୁକ୍ରବାର ରେକର୍ଡ ସୁଧ ହାରକୁ ଅପରିବର୍ତ୍ତିତ ରଖିଛି।
ତିନି ଦିନିଆ ସମୀକ୍ଷା ବୈଠକ ପରେ 2021-22 ଆର୍ଥିକ ବର୍ଷର ଦ୍ବିତୀୟ ମୁଦ୍ରା ନୀତି ଘୋଷଣା କରିଛି RBI । ତେବେ ଏହି ନୀତି ଅନୁସାରେ ରେପୋ ହାର 4 ପ୍ରତିଶତରେ ରହିବା ସହିତ ରିଭର୍ସ ରେପୋ ହାର କିମ୍ବା କେନ୍ଦ୍ରୀୟ ବ୍ୟାଙ୍କର ଋଣ ହାର 3.35 ପ୍ରତିଶତରେ ଅପରିବର୍ତ୍ତିତ ରହିବ। ତେବେ ଏ ସମ୍ପର୍କରେ RBIର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ବିବୃତ୍ତିରେ ସୂଚନା ଦେଇଛନ୍ତି ।