ରାୟପୁର:ଛତିଶଗଡ଼ରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସ୍ଥିତି । ଏଥିଲାଗି ଛତିଶଗଡ଼ ସରକାର ଶନିବାର ରାୟପୁରକୁ ଏପ୍ରିଲ 26 ତାରିଖ ସକାଳ 6ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।
ଛତିଶଗଡ଼ ସରକାର ପୂର୍ବରୁ ଏପ୍ରିଲ 7 ତାରିଖରେ ରାୟପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । ଏପ୍ରିଲ 9ତାରିଖ ସନ୍ଧ୍ୟା 6ଟାଠାରୁ ଏପ୍ରିଲ 19 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ଜିଲ୍ଲାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । ଏହି ସମୟରେ ଜିଲ୍ଲାର ସମସ୍ତ ସୀମାବର୍ତ୍ତୀ ଅଞ୍ଚଳକୁ ପ୍ରଶାସନ ସିଲ କରିଥିଲା । ରାଜ୍ୟ ସରକାର ମେଡିକାଲ ଷ୍ଟୋର, ହସ୍ପିଟାଲ, କ୍ଲିନିକ୍ସକୁ ସରକାରଙ୍କ ଦ୍ବାରା ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ମିଳିଛି । ଜିଲ୍ଲାର ଘରୋଇ କାର୍ଯ୍ଯାଳୟ, ବ୍ୟାଙ୍କକୁ ବନ୍ଦ କରାଯାଇଛି । ଏହାସହିତ ଧର୍ମାନୁଷ୍ଠାନ, ପର୍ଯ୍ୟଟନୀସ୍ଥଳଗୁଡିକୁ ମଧ୍ୟ ବନ୍ଦ କରାଯାଇଛି ।