ଓଡିଶା

odisha

ETV Bharat / bharat

ୟୁପିରେ ବିଶ୍ବସ୍ତରୀୟ ଫିଲ୍ମସିଟି, ଯୋଗୀଙ୍କୁ ଭେଟିଲେ ରବି କିଶନ

ଗୋରଖପୁର ସାଂସଦ ତଥା ଭୋଜପୁରୀ ଅଭିନେତା ରବି କିଶନ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

By

Published : Feb 28, 2021, 5:59 PM IST

ୟୁପିରେ ବିଶ୍ବସ୍ତରୀୟ ଫିଲ୍ମସିଟି, ଯୋଗୀଙ୍କୁ ଭେଟିଲେ ରବି କିଶନ
ୟୁପିରେ ବିଶ୍ବସ୍ତରୀୟ ଫିଲ୍ମସିଟି, ଯୋଗୀଙ୍କୁ ଭେଟିଲେ ରବି କିଶନ

ଲକ୍ଷ୍ନୌ: ଗୋରଖପୁର ସାଂସଦ ତଥା ଭୋଜପୁରୀ ଅଭିନେତା ରବି କିଶନ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି । ରାଜ୍ୟରେ ପ୍ରସ୍ତାବିତ ଫିଲ୍ମସିଟି ନିର୍ମାଣ ଉପରେ ଆଲୋଚନା କରିଛନ୍ତି।

ରାଜ୍ୟରେ ଚଳଚ୍ଚିତ୍ରର ଗତିକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ରବି କହିଛନ୍ତି ଯେ ଭୋଜପୁରୀ ଇଣ୍ଡଷ୍ଟ୍ରି ମଧ୍ୟ ଏପରି ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ ଯାହା ଜାତୀୟ ପୁରସ୍କାର ଆଣିବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଆଦିତ୍ୟନାଥଙ୍କ ନେତୃତ୍ବରେ ପ୍ରସ୍ତାବିତ ବିଶ୍ବ ସ୍ତରୀୟ ଫିଲ୍ମସିଟି ବିଷୟରେ ନିର୍ମାତା, ନିର୍ଦ୍ଦେଶକ, ଅଭିନେତା ଏବଂ ଚଳଚ୍ଚିତ୍ର ଶିଳ୍ପ ସହ ଜଡିତ ଅନ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ।

ରାଜ୍ୟ ସରକାର କହିଛନ୍ତି ଯେ ଫିଲ୍ମସିଟି ପ୍ରକଳ୍ପ ପାଇଁ 1000 ଏକର ଜମି ଗୌତମ ବୁଦ୍ଧନଗର ଜିଲ୍ଲାରେ ଚିହ୍ନଟ ହୋଇଛି । ଯମୁନା ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି (YEIDA) ଦ୍ବାରା ଯାଗା ଚିହ୍ନଟ ହୋଇଛି, ଏଠାରେ ସମସ୍ତ ବିଶ୍ବ ସ୍ତରୀୟ ନାଗରିକ, ଜନସାଧାରଣ ଏବଂ ବୈଷୟିକ ଜ୍ଞାନକୌଶଳ ସହିତ ଇନଫୋଟେରମେଣ୍ଟ ଜୋନ୍ ପ୍ରତିଷ୍ଠା କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details