ଓଡିଶା

odisha

ETV Bharat / bharat

ପଣିକିଆ କହି ନପାରିବାରୁ ଛାତ୍ରୀକୁ ମାଡ ମାରି ଲହୁଲୁହାଣ କଲେ ଶିକ୍ଷକ - ମଧ୍ୟପ୍ରଦେଶରେ ଶିକ୍ଷକଙ୍କ ନାରକୀୟ କାଣ୍ଡ

ପଣିକିଆ କହି ନପାରିବାରୁ ଛାତ୍ରୀକୁ ମାଡ ମାରି ଲହୁଲୁହାଣ କଲେ ଶିକ୍ଷକ । ରତଲାମ ସହରର ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

ପଣିକିଆ କହି ନପାରିବାରୁ ଛାତ୍ରୀକୁ ମାଡ ମାରି ଲହୁଲୁହାଣ କଲେ ଶିକ୍ଷକ
ପଣିକିଆ କହି ନପାରିବାରୁ ଛାତ୍ରୀକୁ ମାଡ ମାରି ଲହୁଲୁହାଣ କଲେ ଶିକ୍ଷକ

By

Published : Jul 31, 2022, 3:47 PM IST

ଭୋପାଳ:ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି ସରକାର । କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ମାଡ ମାରି ଶିକ୍ଷାଦାନ କରିପାରିବେ ନାହିଁ ବୋଲି ନିୟମ କରିଛନ୍ତି । ତେବେ ସରକାରଙ୍କ ଏହି ନିୟମକୁ ବେଖାତିରି କରି ଛାତ୍ରୀମାନଙ୍କୁ ନିର୍ଦ୍ଧୁମ ମାଡ ମାରିଛନ୍ତି ଶିକ୍ଷକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରତଲାମ ସହର ନିକଟବର୍ତ୍ତୀ ଏକ ଗ୍ରାମରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି (Ratlam Teacher Cruelty video viral) । ଜଣକ ପରେ ଜଣେ ପିଲାକୁ ଡାକି ପଣିକିଆ କହିବାକୁ କହୁଛନ୍ତି । ଆଉ ପଣିକିଆ କହି ନପାରିବାରୁ ଛାତ୍ରୀଙ୍କୁ ଚାପୁଡା ପରେ ଚାପୁଡା ପିଟି ଚାଲିଛନ୍ତି ଶିକ୍ଷକ (girl students thrashed in madhya pradesh) । ଛୋଟ ଛୋଟ ପିଲାମାନଙ୍କୁ ପିଟିଥିବା ଶିକ୍ଷକଙ୍କ ନାମ ହେଉଛି ଜିନେନ୍ଦ୍ର ମୋଗ୍ରା ।

ପଣିକିଆ କହି ନପାରିବାରୁ ଛାତ୍ରୀକୁ ମାଡ ମାରି ଲହୁଲୁହାଣ କଲେ ଶିକ୍ଷକ

ସୂଚନା ଅନୁସାରେ, ଏହି ଘଟଣା ରତଲାମ ସହରର ଏକ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟର । ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଶିକ୍ଷକ ଜଣକ ପରେ ଜଣେ ପିଲାଙ୍କୁ ଡାକି ପଣିକିଆ କହିବାକୁ କୁହନ୍ତି । ପଣିକିଆ କହି ନପାରିଲେ କୋମଳମତି ପିଲାଙ୍କୁ ଚାପୁଡା ପରେ ଚାପୁଡା ମାରୁଛନ୍ତି ଶିକ୍ଷକ (javra girls slapped for math mistakes) । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସ୍କୁଲରେ ମାଡ଼ ଖାଇଥିବା ଏହି ଶ୍ରେଣୀରେ ୧୫ ଜଣ ଛାତ୍ରୀ ପାଠ ପଢୁଛନ୍ତି । ସମସ୍ତଙ୍କର ବୟସ ୮ରୁ ୯ ବର୍ଷ ମଧ୍ୟରେ ହୋଇଥିବା ନେଇ ସୂଚନା ରହିଛି । ଶିକ୍ଷକ ଜିନେନ୍ଦ୍ର ମୋଗ୍ରା ପିଲାଙ୍କୁ ଚାପୁଡା ମାରିବାର ଭାଇରାଲ ଭିଡିଓ ଦେଖିବା ପରେ ଅଭିଭାବକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କେ.ସି ଶର୍ମା(DEO) ତୁରନ୍ତ ସଂପୃକ୍ତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ ସୁପାରିଶ କରିଛନ୍ତି ।

ଏ ସମ୍ପର୍କରେ ଜାବରାର ଏସଡିଏମ ହିମାଂସୁ ଚତୁଃର୍ବେଦୀ କହିଛନ୍ତି ଯେ, "ଅଧ୍ୟୟନ ସମୟରେ ଛାତ୍ରୀଙ୍କୁ ମାଡ ମାରିବା ସଂପୂର୍ଣ୍ଣ ଭୁଲ ଏବଂ ଏହିପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ପିଲାମାନଙ୍କୁ ସ୍ନୋହ ଦେଇ ଆଦର କରି ଶିକ୍ଷା ଦିଆଯିବା ଆବଶ୍ୟକ ଏବଂ ମାଡ ମାରିବା ଅନୁଚିତ" ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details