ଓଡିଶା

odisha

ETV Bharat / bharat

ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଖାଲି ପୁରୀ ନୁହେଁ ସୂଦୁର ଗୁଜୁରାଟ ଅହମ୍ମଦାବାଦରେ ବି କାଳିଆ ଠାକୁରର ଏହି ଦିନଟିକୁ ପାଳନ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 12, 2021, 8:59 AM IST

ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା
ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ଅହମ୍ମଦାବାଦ:ସେ ଜଗତର ନାଥ ଜଗନ୍ନାଥ । ଭକ୍ତ ଜନଙ୍କ ପ୍ରାଣ । ତାଙ୍କୁ ଲୀଳା ଅପାର । ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ରଥରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି କାଳିଆ ଠାକୁର । ଖାଲି ପୁରୀ ନୁହେଁ ସୂଦୁର ଗୁଜୁରାଟ ଅହମ୍ମଦାବାଦରେ ବି କାଳିଆ ଠାକୁରର ଏହି ଦିନଟିକୁ ପାଳନ କରାଯାଇଛି ।

ସୁରକ୍ଷା ବଳୟ ଭିତରେ ଅହମ୍ମଦାବାଦରେ ରଥଯାତ୍ରା ପାଳନ ହୋଇଛି । ମନ୍ଦିର ଚାରି ପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ସକାଳୁ ସକାଳୁ କାଳିଆକୁ ବେନି ନୟନେ ଦର୍ଶନ କରିବାକୁ ମନ୍ଦିର ପାଖରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।

ଏହା ସହିତ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅହମ୍ମଦାବାଦ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିଛନ୍ତି । ପ୍ରଭୁଙ୍କ ପାଖରେ ଦେଶବାସୀଙ୍କ ସୁଖ ସମୃଦ୍ଧି ମନାସିଛନ୍ତି ଅମିତ ଶାହା ।

@ANI

ABOUT THE AUTHOR

...view details