ଓଡିଶା

odisha

ETV Bharat / bharat

ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ - ଅଷ୍ଟ୍ରେଲିଆ ସର୍ବୋଚ୍ଚ ନାଗରିକ ସମ୍ମାନ

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଅଷ୍ଟ୍ରେଲିଆ ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଅଷ୍ଟ୍ରେଲିଆ' ସମ୍ମାନରେ ସମ୍ମାନିତ । ଅଧିକ ପଢ଼ନ୍ତୁ

ratan tata awarded highest Australian civil award
ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

By

Published : Apr 24, 2023, 6:36 PM IST

କାନବେରା: ଭାରତର ବିଶିଷ୍ଟ ଶିଳ୍ପ ଉଦ୍ୟୋଗୀ ତଥା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଅଷ୍ଟ୍ରେଲିଆ' ସମ୍ମାନରେ ସମ୍ମାନିତ କରାଯାଇଛି । ରତନ ଟାଟାଙ୍କୁ ବାଣିଜ୍ୟ, ପୁଞ୍ଜି ବିନିଯୋଗ ଓ ସମାଜସେବା କ୍ଷେତ୍ରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏନେଇ ଭାରତରେ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବୈରି ଓ ଫାରେଲ ଟ୍ବିଟ ଯୋଗେ ସୂଚନା ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବୈରି ଓ ଫାରେଲ କହିଛନ୍ତି ଯେ, ରତନ ଟାଟଙ୍କ ଅବଦାନ ଅଷ୍ଟ୍ରେଲିଆ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇଛି । ଅଷ୍ଟ୍ରେଲିଆ- ଭାରତ ଦ୍ବିପାକ୍ଷିକ ସମ୍ପର୍କ ବିଶେଷ କରି ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ରତନ ଟାଟାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆର ଜେନେରାଲ ଡିଭିଜନରେ ସମ୍ମାନିତ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଗତ ଶନିବାର ରତନ ଟାଟାଙ୍କୁ ସମ୍ମାନିତ କରାଯାଉଥିବା କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଛନ୍ତି, "ରତନ ଟାଟା କେବଳ ଭାରତର ଜଣେ ଭେଟେରାନ ଶିଳ୍ପପତି ନୁହଁନ୍ତି । ଅଷ୍ଟ୍ରେଲିଆରେ ମଧ୍ୟ ଶିଳ୍ପ କ୍ଷେତ୍ରରେ ତାଙ୍କର ଅବଦାନ ରହିଛି । ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଥିବା ସମ୍ପର୍କ ପ୍ରତି ତାଙ୍କର ଦୀର୍ଘ ଦିନର ପ୍ରତିବଦ୍ଧତାକୁ ସ୍ବକୃତି ଦେଇ ରତନ ଟାଟାଙ୍କୁ ଅର୍ଡର ଅଫ ଅଷ୍ଟ୍ରେଲିଆ (AO) ସମ୍ମାନ ପ୍ରଦାନ କରିବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ ।" ତେଣୁ ଏହି ସମ୍ମାନ ପାଇଁ ସେ ରତନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ

ସୂଚନାଯୋଗ୍ୟ, ନିକଟରେ ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରତନ ଟାଟାଙ୍କୁ ଆସାମର ସର୍ବୋଚ୍ଚ ନାଗରିକ ସମ୍ମାନ 'ଆସାମ ବୈଭବ'ରେ ସମ୍ମାନିତ କରିଥିଲେ । ଗତ ଜାନୁଆରୀ ୨୪ ତାରିଖ ଦିନ ଗୌହାଟୀ ସ୍ଥିତ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ଆୟୋଜିତ ଏକ ଆୱାର୍ଡ ସମାରୋହରେ ରତନ ଟାଟାଙ୍କୁ 'ଆସାମ ବୈଭବ' ସମ୍ମାନ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ବ୍ୟକ୍ତିଗତ କାରଣ ଯୋଗୁଁ ସେ ସେଦିନ ସମାରୋହରେ ଯୋଗ ଦେଇପାରି ନଥିଲେ । ପରେ ଫେବୃଆରୀ ୧୫ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଆସାମ ବୈଭବ ପୁରସ୍କାରରେ ଏକ ମାନପତ୍ର, ଗୋଟିଏ ପଦକ ଏବଂ ୫ ଲକ୍ଷ ରାଶି ପ୍ରଦାନ କରାଯାଇଥିଲା ।

ABOUT THE AUTHOR

...view details