ଓଡିଶା

odisha

By ETV Bharat Odisha Team

Published : Dec 5, 2023, 3:28 PM IST

Updated : Dec 5, 2023, 4:22 PM IST

ETV Bharat / bharat

କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା

ରାଜସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା । ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ରାଷ୍ଟ୍ରୀୟ ରାଜପୁତ କିରନୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଦିଆଙ୍କୁ ଗୁଳିକରି ହତ୍ୟା
ରାଷ୍ଟ୍ରୀୟ ରାଜପୁତ କିରନୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଦିଆଙ୍କୁ ଗୁଳିକରି ହତ୍ୟା

ଜୟପୁର: ରାଜସ୍ଥାନରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଆଜି ପୂର୍ବାହ୍ନରେ ରାଜଧାନୀ ଜୟପୁରର ଶ୍ୟାମ ନଗର ସ୍ଥିତ ତାଙ୍କ ଘର ଭିତରେ ପଶି ଦୁର୍ବୃତ୍ତ ତାଙ୍କ ଉପରେ ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଟ୍ରୋ ମାସ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ଦୁଇଜଣ ଏଥିରେ ଆହତ ହୋଇଛନ୍ତି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ହତ୍ୟାରେ ପ୍ରାୟ 4 ଦୁର୍ବୃତ୍ତ ସାମିଲ ଥିବା ନେଇ ପୋଲିସ ସୂଚନା ଦେଇଛି । ତଦନ୍ତ ଜାରି ରହିଛି । ହତ୍ୟା କାଣ୍ଡ ସମ୍ପର୍କରେ ସୂଚନା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି ।

ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇକୁ ରାଜସ୍ଥାନ ପୋଲିସ ଡିଜି ଉମେଶ ମିଶ୍ରା ଦେଇଥିବା ପ୍ରତିକ୍ରିୟା ଅନୁସାରେ, ଦୁର୍ବୃତ୍ତମାନେ ଘରେ ପଶି ଏହି ଆକ୍ରମଣ କରିଛନ୍ତି । ଗୋଗାମେଡି ତାଙ୍କ ଘରେ କିଛି ସହଯୋଗୀଙ୍କ ସହ କଥା ହେଉଥିବା ବେଳେ ପ୍ରାୟ 4 ଜଣ ଦୁର୍ବୃତ୍ତ ଘରେ ପଶି ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କର ଜଣେ ଅଙ୍ଗରକ୍ଷୀ ଓ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି । ଏଥିରେ 4 ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- ‘ଇଣ୍ଡିଆ’ ମେଣ୍ଟ ବୈଠକ ସ୍ଥଗିତ; ସାମିଲ ହେବାକୁ ମନା କରିଥିଲେ ମମତା, ନୀତିଶ, ଅଖିଳେଶ

ଅନ୍ୟପଟେ ଏହି ହତ୍ୟାକାଣ୍ଡରେ କୁଖ୍ଯାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି । କିଛି ଦିନ ତଳେ ଗୋଗାମେଡିଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଫୋନ କରି ଧମକ ଦେଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ମାତ୍ର ଏହି ହତ୍ୟାକାଣ୍ଡରେ ପୋଲିସ କୌଣସି ରାଜନୈତିକ ଶତ୍ରୁତା କିମ୍ବା ଗ୍ୟାଙ୍ଗଷ୍ଟାର ଲିଙ୍କ୍‌ ନେଇ କୌଣସି କାରଣ ସାମ୍ନାକୁ ଆଣିନି । ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ନିକଟରେ ଲାଗିଥିବା ସିସିଟିଭିରୁ ଫୁଟେଜ ସଂଗ୍ରହ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 5, 2023, 4:22 PM IST

ABOUT THE AUTHOR

...view details