ନୂଆଦିଲ୍ଲୀ:ଡିସେମ୍ବର 1ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ । ସପ୍ତାହର 5 ଦିନ ଜନସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ଗତ ସୋମବାର ସରକାରୀ ସ୍ତରରେ ସୂଚନା ଜାରି କରାଯାଇଛି । କେବଳ ଛୁଟିଦିନରେ ରାଷ୍ଟ୍ରପତି ଭବନ ବନ୍ଦ ରହିବ ।
ରାଷ୍ଟ୍ରପତି ଭବନ ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାର (ଛୁଟିଦିନ ବ୍ୟତୀତ) ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । 5ଟି ସ୍ଲଟରେ ଗୋଟିଏ ଘଣ୍ଟା ମଧ୍ୟରେ ଲୋକେ ସେଠାରେ ବୁଲି ପାରିବେ । ଏଥିପାଇଁ ଧାର୍ଯ୍ୟ ହୋଇଥିବା ସମୟ ସକାଳ 10ଟାରୁ 11ଟା, 11ରୁ ମଧ୍ୟାହ୍ନ 12ଟା, 12ରୁ 1ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ଅପରାହ୍ନ 2ଟାରୁ 3ଟା, 4ରୁ 5ଟା ଏବଂ 5ଟା ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ ମଧ୍ୟରେ ସର୍ବସାଧାରଣ ବୁଲି ପାରିବେ ।